• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓ ଠାରୁ ୫,୧୨୬ କିଲୋମିଟର ଦୂର କରକାଇ ଗାଁ ।

  • ଅଲିମ୍ପିକ୍ସ ଆରମ୍ଭକୁ ଚାତକ ଭଳି ଚାହିଁ ରହିଛି ଏହି ଗାଁ ।

  • ଏହି ଗାଁର ଝିଅ ପ୍ରଣତୀ ନାୟକ ।

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓ ଠାରୁ ୫,୧୨୬ କିଲୋମିଟର ଦୂରରେ ଥିବା ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରର କରକାଇ ଗାଁ ଅଲିମ୍ପିକ୍ସ ଆରମ୍ଭକୁ ଚାତକ ଭଳି ଚାହିଁ ରହିଛି । କାରଣ ଏହି ଗାଁର ଝିଅ ପ୍ରଣତୀ ନାୟକ ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଜିମ୍ନାଷ୍ଟ ।

Pranati Nayak Father mother

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ପ୍ରଣତି ନାୟକଙ୍କ ପରିବାର କହିଥିଲେ ଯେ, ତାଙ୍କ ଝିଅ ତଥା ପଶ୍ଚିମ ମିଦନାପୁରର ଝିଅ କିପରି ଟୋକିଓ ଅଲିମ୍ପିକ୍ସରେ ପହଞ୍ଚିଲା । ଏଥିପାଇଁ ତାଙ୍କୁ କ’ଣ ସବୁ କରିବାକୁ ପଡ଼ିଛି । ପ୍ରଣତୀଙ୍କ ପିତା ଶ୍ରୀମନ୍ତ ନାୟକ କହିଛନ୍ତି, 'ଯେତେବେଳେ ଝିଅ ସ୍କୁଲ ଯାଉଥିଲା, ସେତେବେଳେ ସେ ବିଭିନ୍ନ ପ୍ରକାର ସ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା । ସ୍କୁଲରେ ହେଉଥିବା ବିଭିନ୍ନ ଖେଳ ପ୍ରତିଯୋଗୀତାରେ ପ୍ରଣତି ଭାଗ ନେଉଥିଲେ ଏବଂ ବିଜୟ ହାସଲ କରୁଥିଲେ । ସେଠାରୁ ସେ ଧିରେ ଧିରେ ବ୍ଲକ, ଜିଲ୍ଲା ଏବଂ ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେଲେ ।

Priyanka Nayak Father

ଶ୍ରୀମନ୍ତ ଦାବି କରିଛନ୍ତି ଯେ, ତାଙ୍କ ଝିଅ ଅନେକ ଟୁର୍ନାମେଣ୍ଟ ଜିତିବା ସତ୍ତ୍ୱେ ତାଙ୍କୁ କୌଣସି ଦିଗରୁ ସାହାଯ୍ୟ ସହଯୋଗ ମିଳିନଥିଲା । ହେଲେ ୨୦୧୩-୧୪ରେ ନ୍ୟାସନାଲ ଗେମ୍ସରେ ସ୍ୱର୍ଣ୍ଣ ଜିତିବା ପରେ ହିଁ SAI ସହଯୋଗର ହାତ ବଢ଼ାଇଥିଲା ।

ପ୍ରଣତିଙ୍କ ପିତା ଆହୁରି ମଧ୍ୟ କହିଛନ୍ତି ଯେ, ଜିମ୍ନାଷ୍ଟମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କରକାଇରେ କୌଣସି ଭିତ୍ତିଭୂମି ନାହିଁ । ଏମିତିକି ପୁରା ମିଦନାପୁରରେ ମଧ୍ୟ ନାହିଁ । ପ୍ରତ୍ୟେକ ଜିନିଷ ପାଇଁ କୋଲକତା ଯିବାକୁ ପଡ଼ିଥାଏ । ସରକାରଙ୍କ ପକ୍ଷରୁ ଦୂରଦୂରାନ୍ତ ଗାଁଗୁଡ଼ିକରେ ପ୍ରତିଭାଶାଳୀ ଖେଳାଳିଙ୍କ ପାଇଁ କିଛି ସୁବିଧା କରିବା ଉଚିତ୍ । ଏହାଦ୍ୱରା ଆହୁରି ଅନେକ ପ୍ରତିଭା ସମ୍ନାକୁ ଆସିପାରନ୍ତା ।

Priyanka Nayak Home

ପ୍ରଣତୀଙ୍କ ମା’ ପ୍ରତୀମା ଦେବୀ କହିଛନ୍ତି ଯେ, ତାଙ୍କ ଝିଅ ନିଜ ଲକ୍ଷ୍ୟ ବିଷୟରେ ସ୍ପଷ୍ଟ ଥିଲେ । ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସେ ସଂଗ୍ରାମ ଜାରି ରଖିବାକୁ ଚାହୁଁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଅନେକ ପିତାମାତା ନିଜ ଝିଅମାନକୁ ଅଳ୍ପ ବୟସରେ ବିବାହ କରେଇବାକୁ ଅଧିକ ଆଗ୍ରହ ପ୍ରକାଶ କରନ୍ତି । କିନ୍ତୁ ମୋ ମତରେ ଏହା ଭୁଲ୍ । ଝିଅମାନଙ୍କୁ ସହଯୋଗ କରିବା ଉଚିତ୍ । ମୋର ତିନି ଜଣ ଝିଅ ଏବଂ ସେମାନେ ସମସ୍ତେ ଶିକ୍ଷିତ । ପ୍ରଣତି ଖେଳରେ ଆଗକୁ ବଢ଼ିବାକୁ ଚାହୁଁଥିଲା, ତେଣୁ ଆମେ ତାଙ୍କୁ ସମର୍ଥନ କରିଥିଲୁ ।’

୨୦୧୬ ରିଓ ଅଲିମ୍ପିକ୍ସରେ ଉତ୍ତର ପୂର୍ବର ଦିପା କର୍ମାକର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତର ପ୍ରଥମ ଜିମ୍ନାଷ୍ଟ ଥିଲେ ଦୀପା । ଆଉ ଏବେ ୨୦୨୧ ମସିହାରେ, ସମସ୍ତଙ୍କ ନଜର ପ୍ରଣତି ନାୟକଙ୍କ ଉପରେ ରହିବ । ୨୫ ଜୁଲାଇରୁ ପ୍ରଣତିଙ୍କ ଅଭିଯାନ ଆରମ୍ଭ ହବେ । ଯାହାକୁ ପୁରା ଗାଁ ଚାହିଁ ବସିଛି ।