• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅନୀଲ କୁମ୍ବଲେ ହେବେ କି ଟିମ୍ ଇଣ୍ଡିଆର ନୂଆ କୋଚ୍ ?

  • ହଟିବେ କି ରବି ଶାସ୍ତ୍ରୀ ?

ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଗୋଟିଏ ପଟେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟି -୨୦ର ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ଭାରତୀୟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ତାଙ୍କ ପଦ ଛାଡିବେ ବୋଲି କୁହାଯାଉଛି । ଆଉ ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଥିବା ଆଇସିସି ଟି -୨୦ ବିଶ୍ୱକପ ପରେ ଟିମ୍‌କୁ ମିଳିବ ନୂତନ ଅଧିନାୟକ ଏବଂ ପ୍ରଶିକ୍ଷକ ପାଇବ ।

ପୁଣି ଥରେ କୋଚ୍ ହେବେ କି ଅନୀଲ କୁମ୍ବଲେ ?

ଅନୀଲ କୁମ୍ବଲେ ହେବେ କି ଟିମ୍ ଇଣ୍ଡିଆର ନୂଆ କୋଚ୍ ? ହଟିବେ କି ରବି ଶାସ୍ତ୍ରୀ ? ଟି ୨୦ ବିଶ୍ୱକପ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିପାରନ୍ତି କୁମ୍ବେଲ । ବିରାଟ କୋହଲି ଟି -୨୦ର ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ପାଇଁ ଆଲୋଚନା ଚାଲିଛି । ଆଉ ଏହାରି ମଧ୍ୟରେ ରବି ଶାସ୍ତ୍ରୀଙ୍କ ପରେ ଅନୀଲ କୁମ୍ବଲେ ଦଳର କୋଚ ହୋଇପାରିବେ ବୋଲି ଖବର ଆସିଛି । ଏନେଇ କ୍ରିକେଟ୍ ଆଡଭାଇଜରି ବୋର୍ଡ-CAB ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କୁମ୍ବଲେଙ୍କ ଜବରଦସ୍ତ ପ୍ରଦର୍ଶନକୁ ଆଖି ଆଗରେ ରଖି ସିଏବିର ପ୍ରଥମ ପସନ୍ଦ ହୋଇପାରିଛନ୍ତି କୁମ୍ବଲେ । ଏନେଇ କୁମ୍ବଲେଙ୍କ ସହ ଆଲୋଚନା ବି କରାଯାଇଛି ।

କୁମ୍ବଲଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିଲେ, ଟି୨୦ ବିଶ୍ୱକପ୍ ପରେ କୁମ୍ବଲେଙ୍କୁ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ମିଳିପାରେ । ସେହିପରି ଭିଭିଏସ୍ ଲକ୍ଷ୍ମଣଙ୍କ ନାକୁ ନେଇ ବି ଚର୍ଚ୍ଚା ହେଉଛି । ଯଦି କୁମ୍ବଲେ କୋଚ୍ ନହୁଅନ୍ତି ତେବେ ଲକ୍ଷ୍ମଣଙ୍କୁ ଏହି ଅଫର୍ ଦେଇପାରେ CAB । ୨୦୧୬ରୁ ୧୭ ଯାଏଁ ଟିମ୍ ଇଣ୍ଡିଆର କୋଚ୍ ଥିଲେ କୁମ୍ବଲେ । ଏହି ସମୟରେ CABର ମୁଖ୍ୟ ଥିଲେ ସଚିନ୍ ତେନ୍ଦୁଲକର । ତେବେ ବିରାଟଙ୍କ ସହ ବାଦ ବିବାଦ ଯୋଗୁଁ ମାତ୍ର ଗୋଟିଏ ବର୍ଷ ପରେ କୁମ୍ବଲେ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା ।