• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ।

  • ଭିଡିଓ କନ୍‌ଫରେନସିଂରେ ଅଭିନନ୍ଦନ ଜଣାଇଲେ ।

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନସିଂ ଜରିଆରେ କଥା ହେଲେ ଓ ଅଭିନନ୍ଦନ ଜଣାଇଲେ । ବ୍ରିଟେନ ବିରୋଧରେ ଲଢୁଆ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

Indian women Hockey Team

ସେହିଭଳି ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍‌ ବ୍ରୋଞ୍ଜ ଲଢ଼େଇରେ ଜିତିବା ପରେ ମଧ୍ୟ ନବୀନ ପଟ୍ଟନାୟକ ସେମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ଜଣାଇଥିଲେ । ଖାଲି ସେତିକି ନୁହେଁ ଆଗାମୀ ୧୬ ତାରିଖରେ ଓଡ଼ିଶାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଖେଳର ପ୍ରାରମ୍ଭରେ ଚମତ୍କାର ପ୍ରଦର୍ଶନ କରିଥିଲା ଭାରତ । ହେଲେ ୨ୟ କ୍ୱାର୍ଟରରେ ୦-୨ ଗୋଲରେ ପଛୁଆ ଥିଲା । ପରେ ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରୁଜିତ କୌର ଲଗାତାର ୨ଟି ଗୋଲ କରିଥିବା ବେଳେ ବନ୍ଦନା କଟାରିଆ ଆଉ ୧ ଗୋଲ କରି ମ୍ୟାଚ୍‌କୁ ନିଜ ହାତ ମୁଠାକୁ ନେଇଥିଲେ ।

ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ୩-୩ ଗୋଲରେ ବରାବର ଥିଲେ ଭାରତ-ବ୍ରିଟେନ । ହେଲେ ୪ର୍ଥ କ୍ୱାର୍ଟରରେ ବ୍ରିଟେନ ୪-୩ରେ ଆଗୁଆ ଥିଲା । ଭାରତ ଡିଫେଣ୍ଡିଂ ବହୁତ ଭଲ ଥିଲା ଏବଂ ୨ଟି ପେନାଲ୍‌ଟି କର୍ଣ୍ଣରକୁ ବିଫଳ କରି ଦେଇଥିଲା । ହେଲେ ସେକେଣ୍ଡ ହାଫ ଆରମ୍ଭ ହେବା ପରେ ବ୍ରିଟେନ ଏକ ଗୋଲ ଦେଇଥିଲା ।

ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିଥିବା ବନ୍ଦନା କଟାରିଆ, କ୍ୟାପଟେନ୍ ରାଣୀ ରାମପଲ, ଗୁରଜିତ୍ କୌରଙ୍କ ସହ ଓଡ଼ିଆ ଖେଳାଳି ଦୀପଗ୍ରେସ୍ ଏକ୍କା ଶକ୍ତିଶାଳୀ ବ୍ରିଟେନକୁ ରୋକିବେ ବୋଲି ପ୍ରାରମ୍ଭରୁ ଆଶା କରାଯାଉଥିଲା । ଏହା ପୂର୍ବରୁ ସେମିରେ ଆର୍ଜେଣ୍ଟିନା ସହ ଲଢେଇ କରି ୨-୧ ଗୋଲରେ ହାରିଯାଇଥିଲା । ତିନି ଥର ଗୋଲ୍‌ଡ ଜିତିଥିବା ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ରାଣୀ ରାମପାଲଙ୍କ ଟିମ୍ ।