• translate
Prangyan Parimita

News Highlights

  • ଗୁଣୁଗୁଣାଉଛନ୍ତି ସାଧାରଣ ଲୋକଙ୍କଠୁ ସେଲିବ୍ରିଟି

  • ପଞ୍ଚମ ଶ୍ରେଣୀରେ ଗାଇଥିଲେ, ଏବେ ସପ୍ତମରେ ଭାଇରାଲ୍

ସୁକମା : ଛତିଶଗଡ ସୁକମା ଜିଲ୍ଲାର କୁନି ଗାୟକ ସହଦେବକୁ ନେଇ ଚର୍ଚ୍ଚା । ସେ ଗାଇଥିବା ଜାନେ ମେରି ଜାନେମନ, ବଚପନ କା ପ୍ୟାର୍ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବହୁ ସେଲିବ୍ରିଟିଙ୍କ ମନକୁ ଛୁଇଁଛି । ବଲିଉଡ୍ ରାପର୍ ବାଦଶାହ ସହଦେବଙ୍କ ପ୍ରତିଭା ଦେଖି ତାକୁ ପ୍ରୋତ୍ସାହନ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବି ସାବାସୀ ଦେଇଛନ୍ତି ।

ପଞ୍ଚମ ଶ୍ରେଣୀରେ ଗାଇଥିଲେ, ଏବେ ସପ୍ତମ ଶ୍ରେଣୀରେ ଭାଇରାଲ୍ । ସ୍କୁଲରେ ଶିକ୍ଷକଙ୍କ ଆଗରେ ସହଦେବ ଗାଇଥିବା ବଚପନ୍ କା ପ୍ୟାର୍ ଗୀତକୁ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣାଉଛନ୍ତି । ୨ ବର୍ଷ ତଳର ଭିଡିଓ ପାଇଁ ହଠାତ୍ ରାତାରାତି ସୋସିଆଲ୍ ମିଡିଆ ଷ୍ଟାର୍ ପାଲଟିଯାଇଛନ୍ତି ଛତିଶଗଡ଼ ସୁକମେ ଜିଲ୍ଲା ଉରମପାଲ୍ ଗାଁର ସହଦେବ ଦିର୍ଦୋ । ମାଓପ୍ରବଣ ସୁକମା ଆଦିବାସୀ ଛାତ୍ର ସହଦେବ ଏହି ଗୀତଟିକୁ ୨୦୧୯ ମସିହାରେ ସ୍କୁଲରେ ଗାଇଥିଲେ । ସେତେବେଳେ ସେ ଜାଣିନଥିଲେ, ତାଙ୍କର ଏହି କେଇ ସେକେଣ୍ଡର ଛୋଟିଆ ଭିଡିଓଟି ଏଭଳି ଚହଳ ପକାଇଦେବ । ଏବେ ତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ, ବଲିଉଡ୍ ରାପର୍ ବାଦଶାହ ଏହି ଭିଡିଓକୁ ରିମିକ୍ସ କରି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଖାଲି ଭିଡିଓ ନୁହେଁ, ବାଦଶାହ ସହଦେବଙ୍କ ସହ ଫୋନରେ କଥା ହେବା ସହ ଚଣ୍ଡୀଗଡ଼ ବି ଡାକିଥିଲେ । ସହଦେବ ତାଙ୍କୁ ଭେଟିବା ପରେ ତାଙ୍କ ସହ ମିଶି ଗୀତ ବି ରେକର୍ଡ କରିଛନ୍ତି ବାଦଶାହ । ଚଣ୍ଡୀଗଡ଼ରୁ ସହଦେବ ଫେରିବା ପରେ ତାଙ୍କୁ ସୁକମାରେ ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ସୁକମାର ଗର୍ବ ବୋଲି କହିବା ସହ ତାଙ୍କ ସାଙ୍ଗରେ ସେଲ୍ଫି ନେବାକୁ ଭିଡ଼ ଲାଗିଛି । କିଛି ଦିନ ତଳେ ନିଜେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ମଧ୍ୟ ସହଦେବଙ୍କୁ ଭେଟି ବଧାଇ ଜଣାଇଥିଲେ ।

ବଲିଉଡ୍ ଜଗତରେ ବି ଚହଳ ପକାଇଦେଇଛି ସହଦେବଙ୍କ ବଚପନ କା ପ୍ୟାର୍ ଗୀତ । ଏହି ଗୀତର ଫ୍ୟାନ୍ ହୋଇଯାଇଛନ୍ତି ବହୁ ବଡ଼ବଡ଼ ସେଲିବ୍ରିଟି । ଏହି ଗୀତ ଶୁଣିବା ପରେ ତାଙ୍କ ନିଦ ହଜିଯାଇଥିବା ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । କମେଡି କୁଇନ୍ ଭାରତୀ ସିଂ, ସୁଦେଶ ଲେହରି ଓ କ୍ରିଷ୍ଣା ଅଭିଷେକ ମଧ୍ୟ ଏହାକୁ ରିକ୍ରିଏଟ୍ କରିଛନ୍ତି (ଭାରତୀ ସିଂ ଭିଡିଓ) କେବଳ ଦେଶ ନୁହେଁ, ଦେଶ ବାହାରେ ବି ସହଦେବଙ୍କ ଭାଇରାଲ୍ ଭିଡିଓର ଧୁମ୍ ଦେଖିବାକୁ ମିଳିଛି । ଆମେରିକାର ଡ୍ୟାନ୍ସିଂ ଡାଡି ଭାବେ ପରିଚିତ ସୋସିଆଲ୍ ମିଡିଅ ଷ୍ଟାର୍ ରିକି ପୋଣ୍ଡ୍ ଏହି ଗୀତରେ ନାଚି ଇନଷ୍ଟାଗ୍ରାମରେ ଭିଡିଓ ଛାଡ଼ିଛନ୍ତି ।

ତେବେ ଏହି ବଚପନ୍ କା ପ୍ୟାର୍ ଗୀତକୁ ୨୦୧୮ରେ ଗାଇଥିଲେ । ଗୁଜରାଟର ଆଦିବାସୀ ଲୋକଗୀତ କଣ୍ଠଶିଳ୍ପୀ କମଲେଶ ବରୋଟ । ସେତେବେଳେ ୟୁଟ୍ୟୁବରେ ସେ ଏହି ମ୍ୟୁଜିକ ଭିଡିଓକୁ ସୋନୁ ମେରି ଡାର୍ଲିଂ ନାଁରେ ପ୍ରସ୍ତୁତ କରି ଛାଡ଼ିଥିଲେ ।

Other Stories

  • Human Nature
    Literature & Culture କ୍ଷୁଦ୍ର ମାନବର କ୍ଷୁଧା

    ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା - ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ। ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି...

  • Mother Affairs
    Crime ମା'ର ଅନୈତିକ ସମ୍ପର୍କର କାହାଣୀ ବଖାଣିଲେ ଭାଇ ଭଉଣୀ

    ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି।...

  • Dengue Panic
    Health କୋଭିଡ୍ ଭୟ ଦୂର ନହେଉଣୁ, ଘାରିଲାଣି ଡେଙ୍ଗୁ ଡର

    ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ। ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି। ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ...