• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର( ଜଗନ୍ନାଥ ସାହୁ) : ଦେଶୀ ଓ୍ୱାସିଂ ମେସିନ୍ ତିଆରି କଲେ ନବମ ଶ୍ରେଣୀ ଛାତ୍ର । ତାହା ପୁଣି ସାଇକେଲ ପାୱାର ଓ୍ୱାସିଂ ମେସିନ୍ । ସାଇକେଲ ପ୍ୟାଡଲ ମାରିଲେ ସଫା ହେବ ଲୁଗାପଟା, ଆଉ ତା’ସହ ପ୍ୟାଡଲ ମାରିବାକୁ ଥିବାରୁ ବ୍ୟାୟମ ବି ହୋଇଯିବ । ଲୁଗାସଫା ସହ ଶରୀର ସୁସ୍ଥ ରହିବ । ଏଭଳି ଓ୍ୱାସିଂ ମେସିନ୍ ତିଆରି କରିଛନ୍ତି ବ୍ରହ୍ମପୁରର ଜଣେ ନବମ ଶ୍ରେଣୀର ଛାତ୍ର ।

ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର । ସେ ବିନା ବିଦ୍ୟୁତରେ ଚାଲିପାରୁ ଥିବା ଓ୍ୱାସିଂ ମେସିନ୍ ତିଆରି କରିଛନ୍ତି । କେବଳ ସାଇକେଲ ପ୍ୟାଡେଲ ମାରିଲେ କାର୍ଯ୍ୟକ୍ଷମ ହେବ ଓ୍ୱାସିଂ ମେସିନ୍ । ଏଭଳି ଓ୍ୱାସିଂ ମେସିନରେ ଲୁଗା ସଫା କଲେ ଶରୀର ମଧ୍ୟ ସୁସ୍ଥ ରହିବ । କାରଣ ସାଇକେଲ ପ୍ୟାଡଲ ମାରିଲା ବେଳେ ଶାରିରୀକ ପରିଶ୍ରମ ହେଉଥିବାରୁ ଶରୀର ମଧ୍ୟ ସୁସ୍ଥ ରହିବ ।

ସତ୍ୟନାରାୟଣ ଏହି ମେସିନର ନାଁ ରଖିଛନ୍ତି ସାଇକେଲ ପାୱାର ଓ୍ୱାସିଂ ମେସିନ୍ । ଏହା ପ୍ଲାଷ୍ଟିକ ଡ୍ରମ୍ ଓ ସାଇକେଲରେ ହୋଇଛି ତିଆରି । ସାଇକେଲ ଆଗ ଓ ପଛ ଚକକୁ ବାହାର କରି ଦିଆଯାଇଛି । ପ୍ଲାଷ୍ଟିକ ଡ୍ରମ୍ ଭିତରେ ଲାଗିଛି ଏକ ଜାଲି,ଏହା ଭିତରେ ସଫା ହେବାକୁ ଥିବା କପଡ଼ା ରହିବ । ଆଉ ପ୍ୟାଡଲ ମାରିଲେ ତାହା ମଧ୍ୟରେ ଥିବା ଜାଲି ଚାରିପାଖ ବୁଲିବା ସହ ଲୁଗା ସଫା ହେବ ।

ଚଳିତ ବର୍ଷ ଇନ୍ସପାୟାର ଆୱାର୍ଡ ପାଇଁ ବିଜ୍ଞାନ ପ୍ରକଳ୍ପ ଚୟନ ବେଳେ ଏହି ମେସିନଟିକୁ ତିଆରି କରିବା ଲାଗି ମନକୁ ଆସିଥିବା କହିଛନ୍ତି ସତ୍ୟନାରାୟଣ । ତାଙ୍କୁ ଏଥିରେ ତାଙ୍କ ଭଉଣୀ ଓ ପରିବାର ଲୋକେ ସହାୟତା କରିଥିଲେ । ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ଜିଲ୍ଲାସ୍ତରରେ INSPIRE ପୁରସ୍କାର ସେ ପାଇଛନ୍ତି । ସତ୍ୟନାରାୟଣଙ୍କ ଏଭଳି ପ୍ରକଳ୍ପକୁ ନେଇ ଖୁସି ପ୍ରକଟ କରିଛନ୍ତି ଶିକ୍ଷୟିତ୍ରୀ ।