• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସେ ବି-ଟେକ୍ ପଢ଼ୁଛନ୍ତି 

  • ହେଲେ କିଛି ନୂଆ କରିବାର ନିଶା ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ।

  • ଆଜି ଯାଏଁ ସାରା ଦେଶରେ ଯାହା  କେହି କରିପାରି ନଥିଲେ, ତାହା କରି ଦେଖାଇଛନ୍ତି ଓଡ଼ିଆ ପୁଅ

ଭଦ୍ରକ(ପାର୍ଥସାରଥୀ ନାୟକ) : ଛୋଟିଆ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ । କିଛି ନୂଆ କରିବାର ନିଶା ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି । ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି । ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚାରିଆଡ଼ୁ ପ୍ରଶଂସା ସାଉଣ୍ଟିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହାକୁ ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ୧୧୩୫ ଟଙ୍କା ।

ଦୁନିଆର ସବୁଠୁ SMALLEST FUNCTIONAL REFRIGERATOR ତିଆରି କରିବାରେ କମଲଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିଥିଲେ ତାଙ୍କ ସାନଭାଇ। ନିର୍ମାଣ ବେଳର ଭିଡିଓ ରେକର୍ଡିଂ କରିବାଠାରୁ ଆରମ୍ଭ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ଅପଲୋଡ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ସେ ଯୋଗାଇ ଦେଇଥିଲେ। କମଲଙ୍କ ନୂଆ ଉଦ୍ଧାବନକୁ ନେଇ ବେଶ ଖୁସି ପରିବାର ଲୋକେ।

ଗାଁ ଗହଳିର ଲୋକଙ୍କ ପାଇଁ କମଲଙ୍କ ଛୋଟିଆ ଫ୍ରିଜଟି ବେଶ ସହାୟକ ହେବ। ଏହା ସହ ଏଥିରେ ଔଷଧ ରଖିବା ସହ ଭ୍ୟାକସିନକୁ ସୁରକ୍ଷିତ ଭାବେ ରଖା ଯାଇ ପାରିବ । ବିଦ୍ୟୁତ ନଥିଲେ ମାତ୍ର ୧୨ ଭୋଲଟ ଦ୍ୱାରା ଏହା ଚାର୍ଜ ହୋଇପାରୁଛି । ପାଣିକୁ ଥଣ୍ଡା କରିବା ପାଇଁ ମାତ୍ର କିଛି ମିନିଟ ଲାଗୁଥିବା ବେଳେ ଏକ ଘଣ୍ଟା ସମୟରେ ପାଣି ବରଫ ହେଉଛି।

ସ୍କୁଲ ପଢିବା ବେଳୁ ବିଭିନ୍ନ ପ୍ରକାର ନିଆରା ଉଦ୍ଭାବନ କରି ସବୁବେଳେ ପ୍ରଶଂସା ସାଉଣ୍ଟୁଛନ୍ତି କମଲ। ଏଥିରର ନିର୍ମାଣ ଯାହା ସାଧାରଣ ଲୋକଙ୍କ କାମରେ ଆସିବ ବୋଲି ଆଶା ବାନ୍ଧିଛନ୍ତି। ଆଉ କମଲଙ୍କ ସଫଳତା ନେଇ ବାପା ଓ ମାଆ ବେଶ ଖୁସି । ବିଚକ୍ଷଣ ବୁଦ୍ଧି ସବୁବେଳେ ନୂଆ କରିଥାଏ। କିଛି ଦେଖାଇବାର ନିଶାରେ ପଡି କମଲ ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ।