• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପେଟ୍ରୋଲ ବଦଳରେ ଇଲେକ୍ଟ୍ରିସିଟିରେ ଗଡୁଛି ବାଇକ୍

  • ୩ ଘଣ୍ଟା ଚାର୍ଜ କଲେ ଗଡୁଛି ପ୍ରାୟ ୬୦କିଲୋମିଟର

  • ୟୁଟ୍ୟୁବରୁ ଶିଖିଲେ କଳାକୌଶଳ

  • ପରିବେଶ ପ୍ରଦୂଷଣ ବି ରୋକିପାରିବ ଇ-ବାଇକ୍

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ଶହେ ଉପରେ ହେଲାଣି ପେଟ୍ରୋଲ, ଡିଜେଲ ଦର । ତେଲ ଦରକୁ ନେଇ ସବୁଠି ହାହାକାର ସ୍ଥିତି ଦେଖିବାକୁ ମିଳୁଥିବା ବେଳେ ବ୍ରହ୍ମପୁର ରାମଚନ୍ଦ୍ରପୁରର ଅକ୍ଷୟ ଦାସ ତିଆରି କରିଛନ୍ତି ଇ-ବାଇକ୍ । ଇ ବାଇସାଇକେଲ ତିଆରି କରି ସଫଳତା ପାଇବା ପରେ ଏବେ ଅକ୍ଷୟ ତିଆରି କରିଛନ୍ତି ଇ-ବାଇକ୍ । ତେଲ ଦର ଆକାଶ ଛୁଆଁଥିବା ବେଳେ ଇ-ବାଇକ୍ ଚଳାଇବା ଶସ୍ତା ସାଙ୍ଗକୁ ପରିବେଶ ପ୍ରଦୂଷଣ ବି ରୋକିପାରିବ ବୋଲି ଆଶା କରାଯାଉଛି ।

ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ । ଏହାର ଇଞ୍ଜିନ, ସାଇଲେନ୍ସରକୁ ବାହାର କରାଯାଇ ଖଞ୍ଜାଯାଇଛି ଲିଡ୍ ଏସିଡ୍ ବ୍ୟାଟେରୀ ଓ ମୋଟର୍ । ପେଟ୍ରୋଲ ବାଇକ ପଛକୁ ଯାଇପାରୁନଥିବା ବେଳେ ଏଥିରେ ଅଟୋ ବ୍ୟାକ୍ ଯିବା ବ୍ୟବସ୍ଥା ରହିଛି । ଏହି ଇ ବାଇକରେ ଖର୍ଚ୍ଚ ହୋଇଛି ପ୍ରାୟ ୩୫ହଜାର ଟଙ୍କା । ଥରେ ଚାର୍ଜ ହେଲେ ଏହା ୬୦ରୁ ୭୦ କିଲୋମିଟର ଚାଲିପାରିବ । ସେହିଭଳି ଗାଁରେ ଥିବା ଜଣେ ସାଙ୍ଗଙ୍କ ପୁରୁଣା ହୋଇ ପଡ଼ି ରହିଥିବା ସ୍କୁଟିର ଇଞ୍ଜିନ ବାହାର କରାଯାଇ ସେଥିରେ ୩ ସ୍ପିଡ୍ ମୋଡ ମୋଟର ଲଗାଇଛନ୍ତି ଅକ୍ଷୟ ।

କମର୍ସରେ ପିଜି କରୁଥିବା ଅକ୍ଷୟଙ୍କର ଇଲେକ୍ଟ୍ରୋନିକ୍ସ ଜିନିଷ ପ୍ରତି ଆଗ୍ରହ ରହିଛି । ଇଲେକ୍ଟ୍ରୋନିକ୍ସ ଉପରକଣକୁ ନେଇ ଅନେକ ଜିନିଷ ତିଆରି କରିଛନ୍ତି । ୟୁଟ୍ୟୁବରୁ ଇ ବାଇକ ତିଆରି କରିବାର କୌଶଳ ଶିକ୍ଷା କରିଥିଲେ । ଏଥିରେ ଲାଗିଥିବା ଉପକରଣକୁ ସେ ରାଜ୍ୟ ତଥା ରାଜ୍ୟ ବାହାରୁ ସଂଗ୍ରହ କରିଥିଲେ । ଅକ୍ଷୟ ପୂର୍ବରୁ ଏକ ଇ-ସାଇକେଲ ବି ତିଆରି କରିଛନ୍ତି । ସେଥିରେ ୭୫୦ ୱାଟ ମୋଟର, ବ୍ୟାଟେରୀ ସହ ବେଗ ଓ ପଛୁଆ ଯିବାକୁ ବ୍ୟବସ୍ଥା ରହିଛି । ୨୫ହଜାର ଟଙ୍କା ଖର୍ଚ୍ଚରେ ୩ ଘଣ୍ଟା ଚାର୍ଜ କଲେ ଗଡୁଛି ୬୦ କିଲୋମିଟର । ଏପଟେ ଅକ୍ଷୟ ଇ ବାଇକ ତିଆରି କରିବା ପରେ ବିଭିନ୍ନ ଅଞ୍ଚଳରୁ ତାଙ୍କ ପାଖକୁ ଅର୍ଡର ମଧ୍ୟ ଆସୁଛି । ଆଗକୁ ଅକ୍ଷୟ ଇନଭର୍ଟର ଥିବା ଇ ବାଇକ ତିଆରି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।