• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ବ୍ରହ୍ମପୁର ସରକାରୀ ଆଇଟିଆଇ କଲେଜ ପରିସରରେ ତିଆରି ହୋଇଛି ସ୍କାଏ ସ୍କ୍ରାପ୍ ପାର୍କ । ରାତି ହେଲେ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ଆଇଟିଆଇ କଲେଜ ପରିସର । ପାର୍କକୁ ଶତାଧିକ ଲୋକ ଛୁଆଙ୍କୁ ଧରି ଛୁଟି ଆସୁଛନ୍ତି । ଆଇଟିଆଇ ଛାତ୍ରଛାତ୍ରୀମାନେ ସ୍କ୍ରାପରେ ବି ଏମିତି ସୁନ୍ଦର ପ୍ରତିକୃତି ତିଆରି କରିପାରୁଛନ୍ତି, ତାହା ସେମାନଙ୍କୁ ଆଚମ୍ବିତ କରୁଛି । ରାଜ୍ୟରେ ଏଭଳି ସ୍କ୍ରାପ୍ ପାର୍କ ଦେଖିବା ବିରଳ ବୋଲି ମଧ୍ୟ କହୁଛନ୍ତି ।

ବ୍ରହ୍ମପୁର ଆଇଟିଆଇ କଲେଜ୍ ପରିସରରେ ଲାଗିଛି ଭଳିକି ଭଳି ସ୍କ୍ରାପ ନିର୍ମିତ ପ୍ରତିକୃତି । ୪୦ଫୁଟର ଜିରାଫ, ୬୦ଫୁଟର ଗିଟାର ସାଙ୍ଗକୁ ଆଇରନ୍ ମ୍ୟାନ୍, ପ୍ରିଡେଟର ଭଳି ବହୁ ପ୍ରତିକୃତି । ତା ସହ ଗ୍ରାସ୍ ଆର୍ଟରେ ତିଆରି ହୋଇଛି ହାତୀ, ବାଘ, ଭାଲୁ, ହକି ଖେଳାଳୀ, ମାର ମମତା ସମେତ ବହୁ ସୁନ୍ଦର ସୁନ୍ଦର ପ୍ରତିକୃତ ।

ଆଇଟିଆଇ ସମ୍ମୁଖ ରାସ୍ତାକଡ଼ରେ ଲାଗିଛି ସେହିଭଳି ବହୁ ପ୍ରତିକୃତ । ସେହିପରି ୧.୨ ଟନ୍ ଓଜନର ଲୁହାର ସ୍କ୍ରାପରେ ତିଆରି ଗଣେଶ ସମସ୍ତଙ୍କୁ ଆଚମ୍ବିତ କରୁଛ । ଏଥିରେ ବିଭିନ୍ନ ମୋଟର, ଗାଡ଼ିରଓୱାସର, କ୍ରାଙ୍ଗ,ବାଇକର ଚେନକୁ ସୁନ୍ଦର ଭାବେ ଖଞ୍ଜାଯାଇ ଗଣେଶଙ୍କ ଆକୃତି ଦିଆଯାଇଛି । ତାହା ସହ ଗଣେଶଙ୍କ ବାହାନ ମୂଷାକୁ ମଧ୍ୟ ଅତି ସୁନ୍ଦର ଭାବେ ଗ୍ୟାସ୍ ୱେଲଡିଂ ପାଇଁ ବ୍ୟବହୃତ ଟର୍ଚ୍ଚରେ ତିଆରି କରାଯାଇଛି । ଯାହାକୁ ଦେଖିଲେ ଲୋକଟି ଟିକେ ଠିଆ ହୋଇ ସେଲଫି କିମ୍ବା ଫଟୋଟିଏ ଉଠାଉଛି ।

ଆଇଟିଆଇ କଲେଜ୍ ପରିସରରୁ ବାହାରୁଥିବା ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ସ୍କ୍ରାପ୍ ଜିନିଷରୁ ଯେଭଳିକି ଆଇରନ୍ ରଡ, ଟିଣ ଚଦର, ଗାଡ଼ିର ସ୍କ୍ରାପରୁ ପ୍ରତିକୃତି ତିଆରି କରାଯାଉଛି । ନିଜ ହାତର ଯାଦୁଗରୀ ସ୍ପର୍ଶରେ ଅଦରକାରୀ ଜିନିଷକୁ ସୁନ୍ଦର କରି ଗଢ଼ି ତୋଳୁଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ । ଏହି ପ୍ରତିମା ଗୁଡ଼ିକ ଦେଖିଲେ ରାସ୍ତାରେ ଯାଉଥିବା ପଥଚାରୀ ବି ଟିକେ ଠିଆ ହୋଇ ଦେଖୁଛି । ତିଆରି ହୋଇଥିବା ପ୍ରତିକୃତି କେବଳ ଲୋକଙ୍କୁ ମନୋରଞ୍ଜନ ଦେଉନାହିଁ ବରଂ ଛାତ୍ରଛାତ୍ରୀମାନଙ୍କ ହାତର କୌଶଳକୁ ବଢ଼ାଉଛି । ରାତି ହେଲେ ସହରୀ ଲୋକଙ୍କ ଏଠାରେ ଜମୁଛି ଆସର ।

ଏଥିସହ ଏଠାରେ ଟାୟାର ଆର୍ଟ ବି ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି । ପୁରୁଣା ନଷ୍ଟ ଟାୟାର ଗୁଡ଼ିକୁ ଆଣି ସେଥିରେ ଯୁଦ୍ଧ ଟ୍ୟାଙ୍କର ତିଆରି ହୋଇଛି । ଠିକ୍ ସେହିଭଳି କମ୍ପ୍ୟୁଟର୍ ୱେଷ୍ଟେଜ ଓ ଇ ୱେଷ୍ଟ ତି‌ଆରି ହୋଇଛି ଏକ ରୋବୋଟ । ଏଭଳି ପାର୍କ ଦେଖିବାକୁ ନିଜ ଛୁଆଙ୍କୁ ଧରି ଆସୁଛନ୍ତି ପରିବାରବର୍ଗ । ପାର୍କରେ ବୁଲାଇବା ସହ କିଭଳି ସ୍କ୍ରାପ୍ରେ ଜିନିଷ ଗୁଡ଼ିକ ତିଆରି ହେଉଛି ତାହା ବିଷୟରେ ପଚାରି ବୁଝୁଛନ୍ତି । ଏଭଳି ପାର୍କ ରାଜ୍ୟରେ ପ୍ରଥମ ହୋଇଥିବା ମଧ୍ୟ ସ୍ୱୀକାର କରିଛନ୍ତି ପାର୍କକୁ ବୁଲିବାକୁ ଆସୁଥିବା ଲୋକେ ।