• translate
Pramod Behera

ପ୍ରତ୍ୟେକ ଭାରତୀୟ ଦେବ ଦେବ ମହାଦେବଙ୍କୁ ଶିବଲିଙ୍ଗ ଭାବେ ପୂଜା କରନ୍ତି। ହେଲେ ଅନେକ ଜାଣନ୍ତି ନାହିଁ ଯେଉଁ ଶିବଲିଙ୍ଗକୁ ପୂଜା କରନ୍ତି ଏହାର ପଛରେ ଥିବା ଏକ ବିଜ୍ଞାନର ରହସ୍ୟକୁ। ଶିବଲିଙ୍ଗର ତିନୋଟି ଅଂଶ ରହିଛି। ପ୍ରଥମ ଭାଗ ଯାହା ତଳଭାଗରେ ରହିଥାଏ। କେନ୍ଦ୍ରୀୟ ଅଂଶରେ, ସମସ୍ତ ଆଠ ପାର୍ଶ୍ୱରେ ଏକ ସମାନ ପୃଷ୍ଠ ରହିଛି। ଶେଷରେ ଏହାର ଉପର ଅଂଶ, ଯାହା ଅଣ୍ଡାକାର ଯାହାକୁ ପୂଜା କରାଯାଏ। ଏହି ଶିବଲିଙ୍ଗର ଉଚ୍ଚତା ସମଗ୍ର ମଣ୍ଡଳ ବା ପରିଧିର ଏକ ତୃତୀୟାଂଶ।

ଏହି ତିନୋଟି ଅଂଶ ବ୍ରହ୍ମା (ତଳ), ବିଷ୍ଣୁ (ମଧ୍ୟମ) ଏବଂ ଶିବ (ଉପର)ଙ୍କର ପ୍ରତୀକ। ଲିଙ୍ଗର ଉପର ଭାଗରେ ପାଣି ଢଳାଯାଏ, ଯାହା ତଳରୁ ନିର୍ମିତ ଏକ ନାଳୀ ନେଇ ବହିଯାଏ। ଶିବଙ୍କ କପାଳରେ ତିନୋଟି ରେଖା (ତ୍ରିପୁଣ୍ଡ) ଏବଂ ଗୋଟିଏ ବିନ୍ଦୁ ଅଛି, ଏହି ରେଖାଗୁଡ଼ିକ ଶିବଲିଙ୍ଗ ଉପରେ ସମାନ ଭାବରେ ଅଙ୍କା ଯାଇଥାଏ।

ସମସ୍ତ ଶିବ ମନ୍ଦିରର ଗର୍ଭଗୃହରେ ଏହା ବୃତ୍ତାକାର ଆଧାର ମଧ୍ୟରେ ରଖାଯାଇଥିବା ଏକ ବକ୍ର ଏବଂ ଅଣ୍ଡାକାର ଶିବଲିଙ୍ଗ ରହିଥାଏ। ପ୍ରାଚୀନ ଋଷି ମୁନୀମାନେ ବ୍ରହ୍ମାଣ୍ଡର ବୈଜ୍ଞାନିକ ରହସ୍ୟକୁ ବୁଝି ଏହି ସତ୍ୟକୁ ପ୍ରକାଶ କରିବାନେଇ ବିଭିନ୍ନ ବ୍ୟାଖ୍ୟା ଦେଇଛନ୍ତି।

ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଅନୁଯାୟୀ, ମେସୋପୋଟାମିଆ ଓ ବେବିଲୋନ୍ ପ୍ରାଚୀନ ସହରଗୁଡ଼ିକରେ ଶିବଲିଙ୍ଗଙ୍କ ପୂଜାପାଠର ପ୍ରମାଣ ଦେଖିବାକୁ ମିଳିଛି। ଏହା ବ୍ୟତୀତ ମହେଞ୍ଜୋଦାରୋ ଏବଂ ହରପ୍ପାଙ୍କ ବିକଶିତ ସଂସ୍କୃତିରେ ଶିବଲିଙ୍ଗ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷ ମଧ୍ୟ ଦେଖିବାକୁ ମିଳିଛି। ସଭ୍ୟତାର ଆରମ୍ଭରେ ଲୋକଙ୍କ ଜୀବନ ପଶୁ ଏବଂ ପ୍ରକୃତି ଉପରେ ନିର୍ଭରଶୀଳ ଥିଲା। ତେଣୁ ସେମାନେ ପଶୁମାନଙ୍କର ସଂରକ୍ଷକ ଦେବତା ଭାବରେ ପଶୁପତିଙ୍କୁ ପୂଜା କରୁଥିଲେ। ସିନ୍ଦୂ ସଭ୍ୟତାରୁ ମିଳିଥିବା ଏକ ସିଲ୍‌ରେ ତିନି ଜଣ ମୁଖବିଶିଷ୍ଟ ଜଣେ ପୁରୁଷ ଦେଖାଯାଇଛି, ଯାହାର ଚାରିପାଖରେ ଅନେକ ପ୍ରାଣୀ ଅଛନ୍ତି। ଏହାକୁ ଭଗବାନ ଶିବଙ୍କର ପଶୁପତି ରୂପ ବୋଲି ବିବେଚନା କରାଯାଏ।

ଉଲ୍ଲେଖଥାଉ କି, ମୁଖ୍ୟତଃ ଦୁଇ ପ୍ରକାରର ଶିବଲିଙ୍ଗ ଥାଏ- ପ୍ରଥମ ଆକାଶୀୟ ବା ଉଲ୍‌କା ଶିବଲିଙ୍ଗ ଏବଂ ଦ୍ୱିତୀୟ ପାରଦ ଶିବଲିଙ୍ଗ। କିନ୍ତୁ ପୁରାଣ ଅନୁଯାୟୀ, ମୁଖ୍ୟତଃ ୬ ପ୍ରକାରର ଶିବଲିଙ୍ଗ ଅଛି।

ଦେବ ଲିଙ୍ଗ: ଦେବତା ବା ଅନ୍ୟ ପ୍ରାଣୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବଲିଙ୍ଗକୁ ଦେବଲିଙ୍ଗ କୁହାଯାଏ।

ଅସୁର ଲିଙ୍ଗ: ଯିଏ ଅସୁର ଦ୍ୱାରା ପୂଜିତ, ସେ ଅସୁର ଲିଙ୍ଗ। ରାବଣ ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ, ଯାହା ଏକ ଅସୁର ଲିଙ୍ଗ ଥିଲା।

ଅର୍ଶ ଲିଙ୍ଗ: ପ୍ରାଚୀନ କାଳରେ ଏହି ପ୍ରକାର ଲିଙ୍ଗକୁ ଅଗସ୍ତ୍ୟ ମୁନି ପରି ସାଧୁମାନେ ସ୍ଥାପିତ କରି ପୂଜା କରୁଥିଲେ।

ପୁରାଣ ଲିଙ୍ଗ: ପୌରାଣିକ କାଳର ଲୋକମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବଲିଙ୍ଗକୁ ପୁରାଣ ଶିବଲିଙ୍ଗ କୁହାଯାଏ।

ମନୁଷ୍ୟ ଲିଙ୍ଗ: ପ୍ରାଚୀନ କାଳରେ କିମ୍ବା ମଧ୍ୟଯୁଗରେ ଐତିହାସିକ ମହାପୁରୁଷ, ଧନୀ, ରାଜା-ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଲିଙ୍ଗକୁ ମନୁଷ୍ୟ ଶିବଲିଙ୍ଗ କୁହାଯାଏ।

ସ୍ୱୟମ୍ବୁ ଲିଙ୍ଗ: ଭଗବାନ ଶିବ କୌଣସି କାରଣରୁ ନିଜେ ଶିବଲିଙ୍ଗ ରୂପରେ ପ୍ରକଟ ହୁଅନ୍ତି। ଏହି ପ୍ରକାର ଶିବଲିଙ୍ଗକୁ ସ୍ୱୟମ୍ବୁ ଶିବଲିଙ୍ଗ କୁହାଯାଏ। ଭାରତର ଅନେକ ସ୍ଥାନରେ ସ୍ୱୟମ୍ବୁ ଲିଙ୍ଗ ରହିଛି।

ପଶ୍ଚିମ ହିମାଳୟର ଅମରନାଥ ନାମକ ଏକ ଗୁମ୍ଫାରେ ପ୍ରତ୍ୟେକ ଶୀତଦିନେ ଗୁମ୍ଫା ତଳେ ପାଣିପଡି ବରଫ ଶିବଲିଙ୍ଗ ସୃଷ୍ଟି ହୁଏ। ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଏହାକୁ ଦେଖିବାକୁ ଯାଆନ୍ତି। ଆନ୍ଧ୍ରପ୍ରଦେଶର ବୋରା ଗୁମ୍ଫାରେ ପ୍ରାକୃତିକ ସ୍ୱୟମ୍ବୁ ଶିବଲିଙ୍ଗ ମଧ୍ୟ ରହିଛି। ନର୍ମଦା ନଦୀ ଶଯ୍ୟାରେ ବାଣଲିଙ୍ଗ ଦେଖିବାକୁ ମିଳେ। ଛତିଶଗଡର ଭୁଟେଶ୍ୱର ଶିବଲିଙ୍ଗ ହେଉଛି ଏକ ପ୍ରାକୃତିକ ପଥର ଯାହାର ଉଚ୍ଚତା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଅରୁଣାଚଳ ପ୍ରଦେଶର ସିଦ୍ଧେଶ୍ୱର ନାଥ ମନ୍ଦିରର ଶିବଲିଙ୍ଗ ସର୍ବୋଚ୍ଚ ପ୍ରାକୃତିକ ଶିବଲିଙ୍ଗ ଭାବରେ ବିବେଚନା କରାଯାଏ।

କଦାଭୁଲ ମନ୍ଦିରରେ ଏକ ୩୨୦ କିଲୋଗ୍ରାମ, ୩ ଫୁଟ ଉଚ୍ଚ ସ୍ୱୟମ୍ଭୁ ସ୍ଫଟିକ୍ ଶିଭଲିଙ୍ଗ ସ୍ଥାପିତ ହୋଇଛି। ଏହା ହେଉଛି ସର୍ବ ବୃହତ ଜଣାଶୁଣା ସ୍ୱୟମ୍ଭୁ ସ୍ପଟିକ ଶିବଲିଙ୍ଗ ।

ସିନ୍ଦୂର ଘାଟି ସଭ୍ୟତାର ଖନନ ସମୟରେ କାଲିବଙ୍ଗା ଏବଂ ଅନ୍ୟାନ୍ୟ ଖନନ ସ୍ଥାନରୁ ମିଳିଥିବା ପୋଡା ମାଟି ଶିବଲିଙ୍ଗରୁ ପ୍ରାରମ୍ଭିକ ଶିବଲିଙ୍ଗ ପୂଜାପାଠର ପ୍ରମାଣ ମିଳେ। ପ୍ରମାଣ ଦର୍ଶାଏ ଯେ ଶିବଲିଙ୍ଗଙ୍କ ପୂଜା ଖ୍ରୀଷ୍ଟପୂର୍ବ ୩୫୦୦ ରୁ ୨୩୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ କରାଯାଇଥିଲା।

Other Stories