• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘରକୁ ଆସିଲା ସୁଭଦ୍ରା

  • ତୃତୀୟ ସନ୍ତାନକୁ ସ୍ୱାଗତ କଲେ ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ବାପା-ମା

  • ଘରେ ଖୁସିର ପରିବେଶ, ଭଉଣୀକୁ ଧରି ବେଶ ଖୁସି ଜଗା

ଫୁଲବାଣୀ(ତ୍ରିନାଥ ସାହୁ) : ଭଉଣୀ ସୁଭଦ୍ରାକୁ ପାଇଲା ଜଗା । ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ ।

ଜଗା-ବଳିଆଙ୍କ ବାପା ଭୂୟାଁ କହଁର ଏବଂ ମା ପୁଷ୍ପାଞ୍ଜଳିଙ୍କ ଔରସରୁ ଜନ୍ମ ହୋଇଛି ଝିଅଟିଏ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଶିଶୁ କନ୍ୟାଟି ଜନ୍ମ ନେଇଛି । ଯାହାକୁ ନେଇ ସାରା ପରିବାରରେ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି । ବଳିଆକୁ ହରାଇଥିବା ଦୁଃଖ କିଛିଟା ଲାଘବ ହୋଇଛି । ଜଗାର ବାପା ଭୂୟାଁ ଏବଂ ଜଗା ସମେତ ସପରିବାର ଏହି ନବଜାତ କନ୍ୟାଟିର ନାଁ ରଖିଛନ୍ତି ସୁଭଦ୍ରା । ଭଉଣୀ ସୁଭଦ୍ରାକୁ କୋଳରେ ଧରି ବେଶ ଖୁସି ଅନୁଭବ କରୁଛି ଭାଇ ଜଗା । ନିଜ ସାନ ଭଉଣୀ ସହିତ ବେସ ଖୁସିରେ ଦିନ କଟୁଛି । ତେବେ କୁନି ଭଉଣୀକୁ ଦେଖି ଜଗା ତାକୁ ଗେଲ କରି ପକାଉଛି । ପୂର୍ବାପେକ୍ଷା ଜଗା ଅଧିକ ଖେଳକୁଦ କରିବା ସହିତ ଖାଇବା ପିଇବା ସବୁ କିଛି ଠିକଠାକ କରିପାରୁଛି । 

ସୂଚନାଯୋଗ୍ୟ ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆ ମଧ୍ୟରୁ ବଳିଆ ଗତବର୍ଷ ନଭେମ୍ବର ମାସରେ କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆରପାରିକୁ ଚାଲିଯାଇଥିଲା । ତାପରେ ଏକାକୀ ହୋଇପଡିଥିଲା ଜଗା ଏବଂ ଗତ ମାର୍ଚ୍ଚ ମାସରେ ଜଗାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଏକ ସ୍ଵତନ୍ତ୍ର କୋଠରୀରେ ରଖାଯାଇଛି । ସେ ଡାକ୍ତର ମାନଙ୍କ ନିରୀକ୍ଷଣରେ ରହିଛି । ତେବେ ଖୁସିର କଥା ହେଲା ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛି ।