• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସକାଳୁ ସକାଳୁ ବୁଥ୍ ଆଗରେ ଲାଗିଛି ଭୋଟରଙ୍କ ଲାଇନ୍

  • ସମ୍ବେଦନଶୀଳ ବୁଥରେ ୱେବକାଷ୍ଟିଂ ଓ ଭିଡିଓଗ୍ରାଫି ସହ କଡ଼ା ସୁରକ୍ଷା ବ୍ୟବସ୍ଥା

ପିପିଲି : ଆଜି ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ । ଦୁଇ ଥର ବାତିଲ୍ ହେବା ପରେ ଆଜି ଉପନିର୍ବାଚନ ହେବ । କୋଭିଡ୍ ଗାଇଡଲାଇନ୍ ଭିତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ଯାଏଁ ଚାଲିବ । ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ ବୁଥରେ ଧାଡ଼ିରେ ଛିଡ଼ା ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ମୋଟ ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି ।

୧୭୫ଟି ବୁଥରେ ୱେବକାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି । ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ରହିଛନ୍ତି । ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୨ ପ୍ଲାଟୁନ୍ ଆର୍ମଡ ପୋଲିସ ଫୋର୍ସ ଓ ୩ କମ୍ପାନି ବିଏସ୍ଏଫକୁ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ପୁରୀ ଜିଲ୍ଲାପାଳ ଓ ଏସପି ଗତକାଲି ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ବୁଥରେ ପହଞ୍ଚି ଭୋଟ୍ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲେ । ପିପିଲି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ମହାରଥୀଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପି ଜୋରଦାର ପ୍ରୟାସ କରିଛି । ତେବେ ପିପିଲିର ଜନତା ଜନାର୍ଦ୍ଦନ କାହା ସପକ୍ଷରେ ମତ ଦେଉଛନ୍ତି, ୩ ତାରିଖ ଗଣତିକୁ ଅପେକ୍ଷା କରିବାକୁ ପଡିବ ।

ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଥିଲା । ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତ ମାନଙ୍କ ପାଇଁ ପୋଷ୍ଟାଲ ବାଲାଟରେ ବ୍ୟବସ୍ଥା ହୋଇଥିଲା । ତେବେ ଏଥିପାଇଁ ‘୭ଟି ପୋଲିଂ ପାର୍ଟି କରାଯାଇଥିଲା । ସେମାନଙ୍କ ମଧ୍ୟରେ ମାଇକ୍ରୋ ଅବଜରଭର, ସୁରକ୍ଷା କର୍ମୀ, ପୋଲିଂ ଅଫିସର, ଭିଡିଓଗ୍ରାଫି ଟିମ୍‌ ରହିଥିଲେ ।

ସେପଟେ ଆଜି ପିପିଲିରେ ଭୋଟ୍ ଗ୍ରହଣ ହେଉଥିବା ବେଳେ ଅକ୍ଟୋବର ୩ରେ ଗଣତି ହେବ । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ ।