• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ।

  • କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି ରତ୍ନଗିରି ପୋଲିସ ।

  • ବ୍ୟାପକ ବିରୋଧ ଭିତରେ ରାଣେଙ୍କୁ ଗିରଫ କରାଯାଇଛି ।

ମୁମ୍ବାଇ: ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି ରତ୍ନଗିରି ପୋଲିସ । ବ୍ୟାପକ ବିରୋଧ ଭିତରେ ରାଣେଙ୍କୁ ଗିରଫ କରାଯାଇଛି । ରାଣେଙ୍କ ଗିରଫ ପ୍ରତିବାଦରେ ମୁମ୍ବାଇରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଛି । ଜନ ଆଶୀର୍ବାଦ ଯାତ୍ରା ମାଧ୍ୟମରେ ଏଣିକି ତୀବ୍ର ପ୍ରତିବାଦ କରିବାକୁ ଅଣ୍ଟା ଭିଡିଛି ରାଜ୍ୟ ବିଜେପି ।

 

ସୂଚନାଯୋଗ୍ୟ ଜନ ଆଶୀର୍ବାଦ ଯାତ୍ରା ସମୟରେ କୋକ୍‌ଡ୍ର ମହାଡ ଅଂଚଳରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ଏପରିକି ଉଦ୍ଧବଙ୍କୁ ଚାପୁଡ଼ା ମାରିବା କଥା ବୋଲି କହିଥିଲେ ରାଣେ । ଏହାକୁ ନେଇ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା । ପରେ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । 

ଅଭିଯୋଗ ଆଧାରରେ ଆଜି ଅପରାହ୍ନରେ ରତ୍ନଗିରି ପୋଲିସ୍‌ ନାରାୟଣ ରାଣେଙ୍କୁ ଗିରଫ କରିଛି । ପ୍ରଥମେ ତାଙ୍କୁ ଥାନାକୁ ଆଣି ପଚାରାଉଚରା କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରାଯାଇଛି।

ଆଜି ନାରାୟଣ ରାଣେ ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ଯାଉଥିଲେ । ଏହି ସମୟରେ ତାଙ୍କର ଦୁଇ ବିଧାୟକ ପୁଅ ମଧ୍ୟ ଉପସ୍ଥିତି ଥିଲେ । ଗୋଟିଏ ପୋଲିସ୍‌ ଟିମ୍‌ ତାଙ୍କ ପାଖରେ ପହଞ୍ଚି ପ୍ରଥମେ କଥାବାର୍ତ୍ତା କରିଥିଲା । ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲା । ସେଠାରେ ବରିଷ୍ଠ ପୋଲିସ୍‌ ଅଧିକାରୀମାନେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରିଥିଲେ ।

ଅନ୍ୟପକ୍ଷରେ ରାଣେଙ୍କ ସହଯୋଗୀ ପ୍ରମୋଦ ଜାଟହର କହିଛନ୍ତି, ପୋଲିସ୍‌ କୌଣସି ପ୍ରକାରର ଗିରଫ ପରୱାନା ଦେଖାଇ ନଥିଲା । ଏଥିସହ ବରିଷ୍ଠ ପୋଲିସ୍‌ ଅଧିକାରୀମାନେ ସରକାରଙ୍କ ଚାପରେ କାମ କରୁଥିବା ସ୍ୱୀକାର କରିଛନ୍ତି । ବିଜେପିର ଜନ ଆଶୀର୍ବାଦ ଯାତ୍ରା ଏବେ ବିକ୍ଷୋଭ ସଭାରେ ପରିଣତ ହୋଇଛି । ବିଜେପି କର୍ମୀମାନେ କେବଳ ଏହି ଘଟଣାକୁ ସଙ୍ଗମେଶ୍ୱର ଠାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ବିରୋଧ କରିବେ ବୋଲି ସେ କହିଛନ୍ତି ।