• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବବିଙ୍କ ସମାଲୋଚନା । ଟ୍ୱିଟ୍‌ ଯୋଗେ କଲେ ୱାର୍‌ । ସାରା ରାଜ୍ୟରେ ଏବେ ଚାଲିଛି ଆଣ୍ଡାମାଡ଼ ଟ୍ରେଣ୍ଡ । କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି । ଆଉ ତାହା ପୁଣି ପୁରୀ ବଡ଼ ଦାଣ୍ଡରେ । ଯେଉଁ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ବିଜେଡି । ବିଜେଡି ପକ୍ଷରୁ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଟ୍ୱିଟ୍‌ ଯୋଗେ ଧର୍ମେନ୍ଦ୍ରଙ୍କୁ ସରୁ ସମାଲୋଚନା କରିଛନ୍ତି । ସେ ପୁଣି ଥରେ ଭାଇ-ଭାଇ କହି, ସିଧା ସଳଖ କହିଛନ୍ତି ଆପଣ ଜଣେ ବରିଷ୍ଠ ନେତା । ଆଣ୍ଡାମାଡ଼ରେ ସାମିଲ ଆପଣଙ୍କ ଦଳର ନେତାଙ୍କୁ ଭୁଲ ମାଗିବା ପାଇଁ ପରାମର୍ଶ ଦିଅନ୍ତୁ ।

ଖାଲି ସେତିକି ନୁହେଁ, ‘ଭାଇ, ଆପଣ ବିଜେପିର ଜଣେ ବରିଷ୍ଠ ନେତା । ମୋର ବିନମ୍ର ଅନୁରୋଧ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଏହି ଘୃନ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ସେହି ଭୂଲ କରିଥିବା, ବିଜେପି ଲୋକଙ୍କୁ ଓଡିଶାବାସୀଙ୍କ ପାଖରେ କ୍ଷମା ପାର୍ଥନା କରିବା ପାଇଁ ନିର୍ଦେଶ ଦିଅନ୍ତୁ । ଭାଇ, ଆପଣଙ୍କ ଦଳ ବିଜେପି ସବୁବେଳେ ହିନ୍ଦୁ ସଂସ୍କାର ଓ ସଂସ୍କୃତି ବିଷୟରେ ଗୁରୁତ୍ୱ ଦେଇ ଆସିଛି । ଜଗନ୍ନାଥ ସଂସ୍କୃତି ହେଉଛି ଓଡିଆ ଜାତିର ପରିଚୟ । ମହାପ୍ରଭୁଙ୍କ ସେବା କରି ଆସିଥିବା ଲୋକଙ୍କ ଉପରେ ଆମିଷ ଦ୍ରବ୍ୟ ନିକ୍ଷେପ କରିବା ଓଡ଼ିଆ ଜାତି ଏବଂ କୋଟି କୋଟି ଓଡ଼ିଆଙ୍କୁ ମର୍ମାହତ କରିଛି ବବି ଦାସ ଟ୍ୱିଟ୍‌ କରିଛନ୍ତି ।

ସେ ଆହୁରି କହିଛନ୍ତି, ‘ଆପଣ ଜାଣିଛନ୍ତି ଏବଂ ସାରା ଓଡିଶାବାସୀଙ୍କ ବିଶ୍ୱାସ ଯିଏ ଜଗନ୍ନାଥ ଦର୍ଶନ କରି ବଡ଼ଦାଣ୍ଡରୁ ଫେରିଛି ତାର ପାଦ ଧରି ନମସ୍କାର କରାଯାଏ । କାରଣ ଶରଧାବାଲି ତା ପାଦରେ ଲାଗିଥାଏ । କିନ୍ତୁ ଲଜ୍ଜାର ବିଷୟ ଯେ ଆପଣଙ୍କ ଦଳର ଜଣେ ନେତା ଏହି ଘୃନ୍ୟ କାର୍ଯ୍ୟ ବଡ଼ଦାଣ୍ଡରେ ଅଣ୍ଡାମାଡ଼ (ଆମିଷ) କରିଥିବାର ବାହାବା ନେଉଛନ୍ତି । ପୁରୀ ଗଜପତିଙ୍କ ଦ୍ୱାରା କରାଯାଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାଶ ଉତ୍ସବରେ ସମସ୍ତ ଦଳର ନେତା ଏବଂ ଆପଣଙ୍କ ଦଳର ପୁରୀ ବିଧାୟକ ଯୋଗ ଦେଇଥିଲେ । ସେଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ । ଏହି ମହତ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କିଛି ଦୁର୍ବୃତ ଅଣ୍ଡାମାଡ଼ (ଆମିଷ) କରିଥିଲେ । ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ’ ବୋଲି ବବି ଦାସ ଟ୍ୱିଟ୍‌ ଯୋଗେ ଧର୍ମେନ୍ଦ୍ରଙ୍କୁ କହିଛନ୍ତି । 

ଅନ୍ୟପଟେ ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ହେଲେ ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ପ୍ରଣବଙ୍କ ଦେଇଛନ୍ତି ଦମ୍‌ଦାର ଉତ୍ତର । ଟ୍ୱିଟ୍‌ କରି ପ୍ରଣବଙ୍କୁ ଘାଇଲା କରିଛନ୍ତି ଜୟନାରାୟଣ ।