• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଞ୍ଚାୟତ ନିର୍ବାଚନ ଠିକ୍‌ ସମୟରେ ହେବ ।

  • କମିଶନକୁ ଚିଠି ଲେଖିବେ ସରକାର ।

  • ତାପରେ ପୌର ନିର୍ବାଚନ କଥା ମଧ୍ୟ ଚିନ୍ତା କରାଯିବ ।

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ ୩ ବର୍ଷରୁ ଅଧିକ ସମୟ ହେବ ପୌର ନିର୍ବାଚନ ବିଳମ୍ବ ହେଲାଣି । ସେକଥା ଭାବିବାକୁ ସରକାରଙ୍କ ପାଖରେ ସମୟ ନଥିବା ଭଳି ଦେଖାଯାଉଛି । କିନ୍ତୁ ପଞ୍ଚାୟତ ନିର୍ବାଚନ ସଠିକ୍‌ ସମୟ ମଧ୍ୟରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ପଞ୍ଚାୟତ ନିର୍ବାଚନ ସଠିକ୍‌ ସମୟରେ ହେବ, ଏଥିରେ ବିଳମ୍ବ ହେବାର କୌଣସି ଅବକାଶ ନାହିଁ । ନିର୍ବାଚନ ନେଇ ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପୌର ନିର୍ବାଚନ କଥା ମନ୍ତ୍ରୀଙ୍କୁ ପଚାରିବା ପରେ ସେ କହିଛନ୍ତି ପୌର ନିର୍ବାଚନ ପାଇଁ ବି ପ୍ରସ୍ତୁତ ହେଉଛୁ । ପୌର ନିର୍ବାଚନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ପୌର ନିର୍ବାଚନ ୩ ବର୍ଷ ବିଳମ୍ବ ହୋଇଥିଲେ ବି ସରକାରଙ୍କୁ ତାହା ଗୁରୁତ୍ୱ ଲାଗୁନି । କିନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡ଼ିଲେଣି ।

ରାଜ୍ୟ ସରକାରଙ୍କ ଖାସ୍‌ ଏଭଳି ମନବୃତ୍ତି ପାଇଁ ବିଭିନ୍ନ ମହଲରେ ତଥା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେଉଛି ଯେ, ରାଜ୍ୟ ସରକାର ପୌର ନିର୍ବାଚନ ଯଦି ପ୍ରଥମେ କରନ୍ତି ତେବେ ତାଙ୍କୁ ବିଜେପି ଭାରି ପଡ଼ିପାରେ । କାରଣ ସହରାଞ୍ଚଳରେ ସବୁବେଳେ ସରକାର ବିରୋଧୀ ଭୋଟ ରହି ଆସିଛି । ସରକାର ବିରୋଧୀ ହାୱା ସହରାଞ୍ଚଳରେ ବିଶେଷ ଭାବେ ରହିଥିବା ବିଜେଡି ମଧ୍ୟ ସ୍ପଷ୍ଟ ବାରି ପାରିଛି । ତେଣୁ ସେ ପୌର ନିର୍ବାଚନକୁ ଗୁରୁତ୍ୱ ଦେଉନାହିଁ ବୋଲି କୁହାଯାଉଛି ।

ଖାଲି ସେତିକି ନୁହେଁ କେହି କେହି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ପୌର ନିର୍ବାଚନ ଯଦି ପ୍ରଥମେ ହୁଏ ତେବେ ବିଜେଡି ବିଭିନ୍ନ ସ୍ଥାନରେ ପରାଜୟର ସ୍ୱୀକାର କରିବାକୁ ପଡ଼ିପାରେ । ଖାଲି ସେତିକି ନୁହେଁ ବିଜେଡି ଯଦି ପୌର ନିର୍ବାଚନରେ ଖରାପ ପ୍ରଦର୍ଶନ କରେ, ତେବେ ଏହା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ପ୍ରଭାବ ପକାଇବ । ଯାହା ଦ୍ୱାରା ବିଜେଡିକୁ ବଡ଼ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଗତ ନିର୍ବାଚନଗୁଡ଼ିକର ଫଳାଫଳ ଦେଖିବାକୁ ଗଲେ, ପଞ୍ଚାୟତ ଅପେକ୍ଷା ସହରାଞ୍ଚଳରେ ବିଜେଡି ବିରୋଧୀ ହାୱା ଅଧିକ ରହିଥିବା ଜଣାପଡ଼ିଛି । ଗ୍ରାମାଞ୍ଚଳରେ ବିଜେଡି ଭୋଟ ଯେଉଁ ସ୍ତରରେ ରହିଛି ତାହାଠାରୁ ଢ଼େର ଖରାପ ସ୍ଥିତିରେ ସହରାଞ୍ଚାର ଭୋଟ ରହିଥିବା କୁହାଯାଉଛି । ତେଣୁ ପୌର ନିର୍ବାଚନକୁ ଜାଣିଶୁଣି ସରକାର ବିଳମ୍ବ କରୁଛନ୍ତି । ଏହାସହ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରିବେ ବୋଲି ସରକାର ଯୋଜନା ରଖିଛନ୍ତି ।