• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ଉଠିଲା ଆବାସ କେଳେଙ୍କାରୀ କଥା । 

  • ଆବାସ କେଳେଙ୍କାରୀ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ ।

  • ତାଲିକାରୁ ହିତାଧିକାରୀଙ୍କ ନାଁ ଜାଣି ଜାଣି କାଟି ଦିଆଯାଇଛି ।

ଭୁବନେଶ୍ୱର: ପୁଣି ଉଠିଲା ଆବାସ କେଳେଙ୍କାରୀ କଥା । ରାଜ୍ୟରେ ଆବାସ କେଳେଙ୍କାରୀ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଅନେକ ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ଜାଣିଶୁଣି ଘର ଦିଆଯାଇନି ବୋଲି ସେ ଅଭିଯୋଗ କରିଛନ୍ତି । ତାଲିକାରୁ ହିତାଧିକାରୀଙ୍କ ନାଁ ଜାଣି ଜାଣି କାଟି ଦିଆଯାଇଛି ବୋଲି ସେ କହିଛନ୍ତି । କାହିଁକି ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ହେଲେ ? କିଏ ଅଯୋଗ୍ୟ କଲା ? ଏଭଳି କାରନାମା କରିଥିବା ବ୍ୟକ୍ତି ବିଶେଷ ପ୍ରତି କାହିଁକି ଦଣ୍ଡବିଧାନ ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଆବାସ କେଳେଙ୍କାରୀ ନେଇ ଲୋକ ଅଭିଯୋଗ କଲେ ପୋଲିସ ପିଟୁଛି ବୋଲି ସେ କହିଛନ୍ତି । ୨ ଦିନ ତଳେ ତିହିଡ଼ି ବ୍ଲକରେ ଲୋକ ପ୍ରତିବାଦ କରିବାରୁ ଗିରଫ କରାଯାଇଥିବା ପ୍ରସଙ୍ଗ ସେ ଉଠାଇଥିଲେ । ତେବେ ବିଜେପିର ଏହି ଅଭିଯୋଗ ନେଇ ପୋଲିସ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ରାଜନୀତି ଯେତିକି ଜୋର ଧରିଛି, ଗ୍ରାଉଣ୍ଡ ଜିରୋରୁ ବାଟବଣା ଯୋଜନାର ଆଖିତରାଟିଲା ଭଳି, ସେତିକି ନୂଆ ନୂଆ ଚିତ୍ର ବି ସାମ୍ନାକୁ ଆସିଛି । କେଉଁଠି ଯୋଗ୍ୟ ହିତାଧିକାରୀ ଘର ନପାଇ ଗୁହାଳଘରେ ରହୁଛନ୍ତି ତ କେଉଁଠି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବି ଅଧାପନ୍ତରିଆ ଘର ପାଇଁ ଦହଗଞ୍ଜ ହେଉଛନ୍ତି । ଆଉ ଏଭଳି ସ୍ଥିତିରେ ଯୋଜନାରୁ ବାଦ୍ ଯୋଗ୍ୟ ହିତାଧିକାରୀଙ୍କ ରୋଷ ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ିରେ ।

ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର । ଏବେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଥିଲେ ତାହା ସମସ୍ତେ ଦେଖିଲେ । ବ୍ଲକ ଚେୟାରମ୍ୟାନଙ୍କ ପ୍ରକୋଷ୍ଠ ଆଗରେ ଭଙ୍ଗାରୁଜା, ହଲ୍ଲାପଟା କରିବାର ଦୃଶ୍ୟ ଏବେ ଭାଇରାଲ ବି ହୋଇଛି ।

ପ୍ରଥମେ ବିଜେପି ପକ୍ଷରୁ ହିତାଧିକାରୀଙ୍କୁ ଧରି ଏକ ପ୍ରତିବାଦ ରାଲି କରାଯାଇଥିଲା, ତା ପରେ ବ୍ଲକ ଅଫିସ୍ ଆଗରେ ଧାରଣା ଦିଆଯାଇଥିଲା । ତିହିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଅରୁଣ ବାରିକ ନାମକ ଜଣେ ହିତାଧିକାରୀଙ୍କ ଅଭିଯୋଗ ଭଙ୍ଗାଦଦରା ଘରେ ଜୀବନ ବିତାଉଛନ୍ତି । ତାଙ୍କ ନାଁ ତାଲିକାକୁ ଚଢ଼ିଥିଲା ହେଲେ ପରେ କଟିଯାଇଛି ।