• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସାଇକେଲରେ ସଂସଦ ଆସିଲେ ସାଂସଦ ।

  • ଟିଏମ୍‌ସିର ୬ ଜଣ ସାଂସଦ ସାଇକେଲରେ ଆସିଲେ ।

  • ମୌସୁମୀ ଅଧିବେଶନ ଆରମ୍ଭରୁ ହୋ-ହଲ୍ଲା ।

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ସଂସଦକୁ ସାଇକେଲରେ ଆସିଲେ ତୃଣମୂଳ କଂଗ୍ରେସର ସାଂସଦ । ପେଟ୍ରୋଲ, ଡିଜେଲ୍ ଓ ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସାଂସଦ । ତୈଳ ଦର ବୃଦ୍ଧି ବିରୋଧରେ ଟିଏମସି ସାଂସଦ ସାଇକେଲ୍ ଚଲାଇ ସଂସଦ ପହଞ୍ଚିଛନ୍ତି ଏବଂ ବିରୋଧ ପ୍ରଦର୍ଶନ କରିଛନ୍ତି । ପାର୍ଟିର ରାଜ୍ୟସଭା ସାଂସଦ ନେତା ଡେରେକ୍ ଓବ୍ରାଏନ୍, ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ, ଅର୍ପିତା ଘୋଷଙ୍କ ସମେତ ଆଉ କିଛି ନେତା ସାଇକଲରେ ଚଲାଇ ସଂସଦ ପହଞ୍ଚିଥିବା ଦେଖିବାକୁ ମିଳିଥିଲା ।

ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ସଂସଦ ବାହାରେ ଓ ଭିତରେ ସବୁ ଜାଗାରେ ପ୍ରଦର୍ଶନ ହେବ ବୋଲି ଟିଏମସି ସାଂସଦମାନେ କହିଛନ୍ତି କୃଷକ ଓ ଶ୍ରମିକମାନେ ସମସ୍ତେ ଏହାର ବିରୋଧ କରିବେ ପେଟ୍ରୋଲ ଓ ଡିଜେଲ୍ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସେଥିରେ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଦଲ ଅଭଳି ପଦକ୍ଷେପ ନେଇଥିବା କହିଛନ୍ତି 

ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । କିନ୍ତୁ ପ୍ରଥମ ଦିନରେ ଗୃହରେ ଆଲୋଚନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାରୁ ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ । ଏହାପରେ ବି ଗୃହରେ ହଟ୍ଟଗୋଳ ଜାରି ରହିଥିଲା ।

ବାଚସ୍ପତି ଓମ ବିର୍ଲା ଗୃହର ଗରିମାକୁ ନଜର ରଖି ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦେବାକୁ ଅପିଲ କରିଥିଲେ । କରୋନାର ଦ୍ୱିତୀୟ ଲହର ଆସିବା ପରେ ପ୍ରଥମ ଥର ପାଇଁ ବସିଛି ସଂସଦ ଅଧିବେଶନ । ୧୯ଟି କାର୍ଯ୍ୟଦିବସ ଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ ।

ସେପଟେ ରାଜ୍ୟ ସଭାରେ ଦିବଂଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆାଯାଇଥିଲା । ସଂସଦରେ ଦିଆଯାଇଥିବା ୫୬ ଶ୍ରଦ୍ଧାଞ୍ଜଳି ମଧ୍ୟରୁ ୪୦ଟି ଲୋକସଭା ସଦସ୍ୟଙ୍କ ପାଇଁ ଥିଲା । ଏଥି ସହିତ ୧୬ ଜଣ ପୂର୍ବତନ ରାଜ୍ୟସଭା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର, ଅଲିମ୍ପିଆନ୍ ମିଲଖା ସିଂ, ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ମଧ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ରଘୁନାଥ ମହାପାତ୍ର କୌଣସି ଯନ୍ତ୍ରାଂଶର ସାହାଯ୍ୟ ନ ନେଇ ଅନେକ କାଳଜୟୀ କୃତି ସୃଷ୍ଟି କରିଥିଲେ ବୋଲି ଅଧିବେଶନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ।