• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶକ୍ତି ପ୍ରଦର୍ଶନ କରୁଛନ୍ତି ସିଦ୍ଧୁ ।

  • ମୁଖ୍ୟମନ୍ତ୍ରୀ ଆମରିନ୍ଦର ଏବେ ବି ଅସନ୍ତୁଷ୍ଟ ।

  • କଂଗ୍ରେସରେ ଅଧିକ ହୋଇପାରେ କନ୍ଦଳ ।

ଅମ୍ରିତସର: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତ ସିଂ ସିଦ୍ଧୁ ମନୋନୀତ ହେବା ପରେ ସମର୍ଥକଙ୍କୁ ଭେଟି ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ ୬୨ ଜଣ ବିଧାୟକଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ମାନଙ୍କ ପାଇଁ ସିଦ୍ଧୁ ଏକ ଭୋଜିର ବ୍ୟବସ୍ଥା କରିଥିଲେ । ତାଙ୍କ ପାଖରେ ୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ସିଦ୍ଧୁ ।

ଏପଟେ ପଞ୍ଜାବ କଂଗ୍ରେସର ନୂଆ କରି ମଙ୍ଗ ଧରିବା ପରେ ଅମ୍ରିତସରର ପବିତ୍ର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ ନବଜୋତ ସିଂହ ସିଦ୍ଧୁ । ସେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଯାଇ ହରମିନ୍ଦର ସାହିବରେ ମୁଣ୍ଡିଆ ମାରିବା ସହ ପ୍ରାର୍ଥନା କରିଥିଲେ । 

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମଧ୍ୟ କିଛି ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ବୈଠକ କରିଛନ୍ତି । ଅନ୍ୟପଟେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି, ଯେତେବେଳେ ପର୍ଯ୍ୟନ୍ତ ସାର୍ବଜନୀନ ଭାବେ ସିଦ୍ଧୁ ତାଙ୍କୁ କ୍ଷମା ମାଗି ନାହାନ୍ତି । ସେତେବେଳ ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ । ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ର୍ନିବାଚିତ ହେବା ପରେ ବି କ୍ୟାପଟେନ୍ ତାଙ୍କୁ ଶୁଭେଚ୍ଛା ଜଣାଇନଥିଲେ ।

ତେବେ ମଣିପୁରରେ ବି କଂଗ୍ରେସରେ ଦେଖାଦେଇଛି ଅନ୍ତର୍ଦ୍ୱନ୍ଦ୍ୱ । ମଣିପୁର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦଦାସ କୈଥୁଜମ୍ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିିଳିଛି । ଏପରିକି ସେ ଅନ୍ୟ ୮ ଜଣ କଂଗ୍ରେସ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତବର୍ଷ ଡିସେମ୍ବରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଗୋବିନ୍ଦ ଦାସଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଆସନ୍ତା ବର୍ଷ ମଣିପୁରରେ ବିଧାନସଭା ର୍ନିବାଚନ ହେବାକୁ ଯାଉଥିବା ବେଳେ ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି ।