• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଞ୍ଜାବ କଂଗ୍ରେସରେ ଅସ୍ଥିରତା ଲାଗି ରହିଛି ।

  • କ୍ୟାପଟେନ ଓ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା ।

  • ଅସନ୍ତୁଷ୍ଟଙ୍କୁ ବଝାଇବା ପାଇଁ ଲାଗି ପଡ଼ିଛନ୍ତି ପ୍ରଭାରୀ ।

ଅମ୍ରିତସର: ପଞ୍ଜାବ କଂଗ୍ରେସରେ ଅସ୍ଥିରତା ଲାଗି ରହିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ତେଣୁ ଅସନ୍ତୁଷ୍ଟଙ୍କୁ ବଝାଇବା ପାଇଁ ଲାଗି ପଡ଼ିଛନ୍ତି ପ୍ରଭାରୀ ହରିଶ ରାୱତ । ସେ ବୁଲି ବୁଲି ନେତାଙ୍କ ପାଖକୁ ଯାଇ ପରିସ୍ଥିତିରେ ସୁଧାର ଆଣିବାକୁ ବୁଝାଉଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ସାଧାରଣ ସଂପାଦକ ହରୀଶ ରାଓ୍ୱତ ଅନେକ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ଭେଟିସାରିଲେଣି । ଆଉ ଦଳ ହାଇକମାଣ୍ଡ ଏବେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚାହୁଁ ନାହାନ୍ତି ବୋଲି ସେ ସମସ୍ତଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ।

ହରୀଶ ରାଓ୍ୱତ ଗତକାଲି ଚଣ୍ଡୀଗଡ଼ରେ ପହଞ୍ଚିବା ପରେ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ଭେଟିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିଥିଲେ । ଯେହେତୁ ବିଧାନସଭା ନିର୍ବାଚନ ଆସୁଛି ତେଣୁ ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବଦଳାଇବା ଦାବି ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଥିଲେ ।

ଏହାପରେ ରାଓ୍ୱତ ଆଜି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି । ଦୁଇ ନେତା ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା କରିଥିବା ସୂଚନା ରହିଛି । ତେବେ କ୍ୟାବିନେଟ ସଂପ୍ରସାରଣ ଯୋଗୁଁ ଦଳ ଭିତରେ ଆହୁରି ଅସନ୍ତୋଷ ବଢ଼ିବା ଆଶଙ୍କା ରହିଥିବାରୁ ଦଳ ହାଇକମାଣ୍ଡ ଏନେଇ ନିରବତା ଅବଲମ୍ବନ କରୁଥିବା ଜଣାପଡ଼ିଛି ।

ଦୁଇ ଦିନ ତଳେ କଂଗ୍ରେସ ବିଧାୟକ ପରଗତ ସିଂ, ସିଦ୍ଧୁଙ୍କ ସମର୍ଥନରେ ଆସି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଆଗାମୀ ନିର୍ବାଚନ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଲଢିବ । ତେଣୁ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ନେଇ କେତେବେଳେ ନିଷ୍ପତ୍ତି ନିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ । 

ସେପଟେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ୍, ବିରୋଧୀଙ୍କୁ ବି ଜବାବ ଦେଇଥିଲେ । ସେ କହିଥିଲେ ଆମ ପାଖରେ ନିର୍ବାଚନ ଲଢ଼ିବାକୁ ସୋନିଆ ଗାନ୍ଧି ଓ ରାହୁଲ୍ ଗାନ୍ଧିଙ୍କ ଭଳି ବଡ଼ ଚେହେରା ଅଛନ୍ତି । ଆଞ୍ଚଳିକସ୍ତରରେ ମଧ୍ୟ ଆମ ପାଖରେ କ୍ୟାପଟେନ୍ ଅମରିନ୍ଦର୍ ସିଂହ, ନବଜୋତ୍ ସିଂହ ସିଦ୍ଧୁ ଏବଂ ପରଗତ୍ ସିଂହଙ୍କ ଭଳି ଚେହେରା ଅଛନ୍ତି । ଏଣୁ ଦଳ କାହାକୁ ପ୍ରାର୍ଥୀ କରିବ, କେଉଁ ଦାୟିତ୍ୱ ଦେବ, ତାକୁ ନେଇ କେହି ବିଚଳିତ ହୁଅନ୍ତୁ ନାହିଁ । ସମୟ ଆସିଲେ ଦାୟିତ୍ୱ ଆବଣ୍ଟନ କରାଯିବ ବୋଲି କହିଥିଲେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ୍ ।