• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ରହିବେ

  • ଗତ ମାସ କଂଗ୍ରେସ ଛାଡ଼ିଥିଲେ ପ୍ରଦୀପ

ଭୁବନେଶ୍ୱର : କାଲି ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ଆସନ୍ତାକାଲି ବିଜେଡିରେ ଯୋଗ ଦେବେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । କାଲି ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଦୀପ ଓ ତାଙ୍କ ସହ ଅନେକ କର୍ମୀ । କିଛି ବରିଷ୍ଠ କଂଗ୍ରେସ ନେତା ବି ଏହି ଅବସରରେ ବିଜେଡିରେ ସାମିଲ ହେବା ନେଇ ଯୋଜନା ରହିଛି । ଏହି ମିଶ୍ରଣରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଥିବା ବେଳେ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ରହିବେ ।

ଗତମାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ । ବିଜେଡିରେ ଯୋଗ ଦେବା ନେଇ ଆନୁଷ୍ଠାନିତ ଭାବେ ଘୋଷଣା ବି କରିଥିଲେ । ଦକ୍ଷିଣାଞ୍ଚଳର ବିକାଶ ଲାଗି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଥିଲେ ପ୍ରଦୀପ । ତାଙ୍କ ସହ କଂଗ୍ରେସର କିଛି ବରିଷ୍ଠ ବିଧାୟକ ବି ଦଳ ଛାଡ଼ିଥିଲେ ।

ସେପଟେ ନଭେମ୍ବର ୧ରେ ପ୍ରଦୀପ ମାଝିଙ୍କ ଗଡ଼ ନବରଙ୍ଗପୁରରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଥିଲା । ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ସଂକଳ୍ପ ସମାବେଶ, ମହାମିଶ୍ରଣ ପର୍ବ ଏବଂ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ ଦଳର ବହୁ ହେଭିୱେଟ୍ ।

 

ଓଡ଼ିଶା ପ୍ରଭାରୀ ଚେଲା କୁମାର ପ୍ରଥମ ଥର ପାଇଁ ଜିଲ୍ଲାକୁ ଗସ୍ତ କରି ଏଥିରେ ଯୋଗ ଦେଇଥିବା ଥିଲେ । ଏହା ସହ ପ୍ରଭାରୀ ଭି. ରୁଦ୍ରରାଜୁ ଏବଂ ରାଜ୍ୟରୁ ହେଭିୱେଟଙ୍କ ମଧ୍ୟରେ ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସାଂସଦ ସପ୍ତଗିରି ଉଲ୍ଲାକା, ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଉ ସମସ୍ତଙ୍କ ଟାର୍ଗେଟରେ ଥିଲେ ପ୍ରଦୀପ ମାଝୀ ।