• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚର୍ଚ୍ଚାରେ କେନ୍ଦ୍ରାପଡ଼ା ରାଜନୀତି

  • ମୁହାଁମୁହିଁ ବିଜେଡ଼ି-କଂଗ୍ରେସ

ଭୁବନେଶ୍ୱର: ଶାସକ ଦଳକୁ ଟାର୍ଗେଟ୍ କରି ଯେଉଁଠି କଂଗ୍ରେସ ଆନ୍ଦୋଳନ କରୁଥିଲା ସେହି ସ୍ଥାନକୁ ପରେ ଗୋବରପାଣି ସିଞ୍ଚି ପ୍ରତିବାଦ କରିଛି ବିଜେଡି । କଂଗ୍ରେସ-ବିଜେଡିର ଏଭଳି ଆନ୍ଦୋଳନ ପ୍ରତି ଆନ୍ଦୋଳନ ରାଜନୀତିକୁ ନେଇ ସରଗରମ ହୋଇଛି କେନ୍ଦ୍ରାପଡ଼ା ରାଜନଗରର ରାଜନୀତି । ବ୍ଲକ୍‌ର ବାଘମାରି ପଞ୍ଚାୟତ ଅଧିନସ୍ଥ ମଞ୍ଜୁଳାପଲି ଗାଁରେ କିଛି ରିଲିଫ୍ ଚୁଡ଼ା ପୋତି ଦିଆଯାଇଥିବା ଅଭିଯୋଗ ନେଇ କିଛି ଦିନ ତଳେ ରାଜନଗର କଂଗ୍ରେସ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ଦିଆଯାଇଥିଲା ।

ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ। ତେବେ ଦୁଇ ରାଜନୈତିକ ଦଳର ଏଭଳି ଆନ୍ଦୋଳନ-ପ୍ରତି ଆନ୍ଦୋଳନ ରାଜନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଚାଲିଛି।