• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ଉଦଘାଟନ ।

  • ୧୫ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୋଦି ।

  • ଏହା ସହ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ବାରଣାସୀ: ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ଉଦଘାଟନ । ୧୫ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜ ନିର୍ବାଚନ ମଣ୍ଡଳି ବାରାଣସୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶବାସୀଙ୍କ ପାଇଁ ବିଏଚ୍‌ୟୁରେ ଶହେ ବେଡ୍ ବିଶିଷ୍ଟ ହସ୍ପିଟାଲ୍‌ର ଶୁଭାରମ୍ଭ କରିଛନ୍ତି ।

ଖାଲି ସେତିକି ନୁହେଁ ପୂର୍ବାଞ୍ଚଳରେ ବାରାଣାସୀ ମେଡିକାଲ୍ ହବ୍ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଣିକି ଦିଲ୍ଲୀ ଓ ମୁମ୍ବାଇକୁ ଲୋକେ ଯିବା ପରିବର୍ତ୍ତେ କାଶୀରେ ହିଁ ସମସ୍ତ ସୁବିଧା ପାଇବେ । ତାସହ ସମ୍ପୂର୍ଣ୍ଣ ଉତ୍ତରପ୍ରଦେଶର କୃଷି ଓ ପର୍ଯ୍ୟଟନ ଶିଳ୍ପକୁ ବିକାଶ କରିବାକୁ ଯୋଜନା କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ଯାଇ ଏହାର ଅନୁଧ୍ୟାନ କରିଥିଲେ ।

ଏହାସହ ପ୍ରଧାନମନ୍ତ୍ରୀ ମୋଦି ଆଜି ବାରାଣାସୀରେ ମଲ୍ଟି ଲେବଲ୍ ପାର୍କିଂ, ଗଙ୍ଗା ନଦୀରେ ନୂତନ ବୋଟିଂ ବ୍ୟବସ୍ଥା, ଥ୍ରୀ ଲେନ୍ ବାରାଣାସୀ-ଗାଜିପୁର ହାଇୱେ ଭଳି ଏକାଧିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରକଳ୍ପକୁ ଉତ୍ତରପ୍ରଦେଶବାସୀଙ୍କ ପାଇଁ ସମର୍ପଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।

ତେବେ କରୋନାର ଦ୍ୱିତୀୟ ଲହର ସାମାନ୍ୟ କମିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ନିଜର ନିର୍ବାଚନ ମଣ୍ଡଳୀ ବାରାଣାସୀ ଗସ୍ତ କରିଛନ୍ତି । ପାଖାପାଖି ୮ ମାସ ପରେ ମୋଦି ବାରାଣାସୀ ଆସିଛନ୍ତି । ମୋଦିଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଥିଲା । କଡ଼ ସୁରକ୍ଷା ବଳୟ ମଧ୍ୟରେ ମୋଦି ବାରାଣାସୀ ଗସ୍ତ କରି ଫେରିଛନ୍ତି । ଗସ୍ତ ପୂର୍ବରୁ ଏସପିଜିର ସ୍ୱତନ୍ତ୍ର ସୁରକ୍ଷା ଦଳ ମୋଦିଙ୍କ ଗସ୍ତବ୍ୟ ସ୍ଥଳଗୁଡ଼ିକୁ ଯାଞ୍ଚ କରିଥିଲେ । 

କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍‌ କରିଛି । କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତେଣୁ ମୋଦିଙ୍କର ଏହି ଗସ୍ତ ସବୁଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।