• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଥମୁନି ପେଗାସସ୍ ତାତି ।

  • ଆଲୋଚନା ହେଉନି ଗୃହ ଅଚଳ ହେଉଛି ।

  • ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ ।

ନୂଆଦିଲ୍ଲୀ: ସଂସଦରେ ଏବେ ବି ଲାଗିରହିଛି ପେଗାସସ ଝଡ । ପେଗସସ୍ ସ୍ପାଇଓୟାର୍ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିବାରୁ ଆଜି ବି ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା । ଫଲରେ ବାଚସ୍ପତିଙ୍କୁ ଏକାଧିକ ଥର ଗୃହ ମୁଲତବୀ କରିବାକୁ ପଡିଥିଲା । ଗୃହକୁ ପ୍ରଥମେ ସାଢେ ୧୨ଟା ଯାଏଁ ଓ ପରେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରଖାଯାଇଥିଲା ।

ଏହାପରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ପିଗାସସ ରିପୋର୍ଟ ଉପରେ ଆଲୋଚନା ଦାବିରେ ଅଡି ବସିଥିଲେ । ନାରାବାଜି ଓ ସ୍ଲୋଗାନ ଦେବାରୁ ପୁଣି ଗୃଉ ମୁଲତବୀ ହୋଇଥିଲା । ଏପରିକି ବିରୋଧୀ ସାଂସଦମାନେ ଖେଲା ହୋବେ ସ୍ଲୋଗାନ୍ ଦେଇ ଗୃହ କମ୍ପାଇ ଦେଇଥିଲେ । ଆଜି ମଧ୍ୟ କିଛି ସାଂସଦ ଗୃହରେ କାଗଜ ଚିରି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା ।

ସେପଟେ ପେଗାସସ୍ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦି ସରକାର ଉପରେ ହମଲା କରିଛନ୍ତି । ପ୍ରଧାନମନ୍ତ୍ରୀ ଆମ ଫୋନରେ ଅସ୍ତ୍ର ରଖିଛନ୍ତି ବୋଲି ରାହୁଲ କହିଛନ୍ତି । ଗଣାମାଧ୍ୟମକୁ ସମ୍ବୋଧନ କରି ପୂର୍ବତନ କଂଗ୍ରେସ ସଭାପତି କହିଛନ୍ତି ଯେ, ସମଗ୍ର ବିରୋଧୀ ଏଠାରେ ଏକାଠି ହୋଇଛନ୍ତି କାରଣ, ସଂସଦରେ ଆମର ସ୍ୱର ଦମନ କରାଯାଉଛି । ପେଗାସସ୍ ସଫ୍ଟଓୟାର୍ କିଣାଯାଇଛି କି ନାହିଁ ଏବଂ ତାହା ଭାରତର କିଛି ଲୋକଙ୍କ ବିରୋଧରେ ବ୍ୟବହୃତ ହୋଇଛି କି ନାହିଁ ? ଆମେ କେବଳ ଏତିକି ପଚାରୁଛୁ  ବୋଲି ରାହୁଲ କହିଛନ୍ତି ।

ହେଲେ ସରକାର ଏ ବିଷୟରେ କୌଣସି ଆଲୋଚନା ଚାହୁଁନାହାଁନ୍ତି ବୋଲି ରାହୁଲ କହିଛନ୍ତି । କାହିଁକି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହେବାକୁ ସରକାର ଦେଉନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ସରକାର କହୁଛନ୍ତି ଯେ, ଆମେ ସଂସଦକୁ ବାଧା ଦେଉଛୁ ତେବେ ଆମେ ଆମର ଦାୟିତ୍ୱ ପୂରଣ କରୁଛୁ । ଏହାକୁ ଗଣତାନ୍ତ୍ରିକ ପ୍ରକ୍ରିୟାର ବିରୋଧ ବୋଲି କିପରି ସରକାର କହୁଛନ୍ତି ବୋଲି ରାହୁଲ ପଚାରିଛନ୍ତି ।

ଏହା ପୂର୍ବରୁ ଆଜି ପେଗାସସ୍ ଗୁପ୍ତଚର ମାମଲା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ ସମେତ ୧୪ଟି ବିରୋଧୀ ଦଳର ନେତା ମେଳି ହୋଇଥିଲେ । ଆଲୋଚନା ବେଳେ ସରକାରଙ୍କ ଉପରେ ଚାପ ପ୍ରୟୋଗ ରଣନୀତି ଉପରେ ଆଲୋଚନା ହୋଇଥିଲା । ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡଗେଙ୍କ ସଂଦଦ ଭବନ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଖାଡ଼ଗେଙ୍କ ବ୍ୟତୀତ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଶିବସେନାର ସଞ୍ଜୟ ରାଉତ, NCPର ପ୍ରଫୁଲ୍ଲ ପଟେଲ, ଡିଏମକେ ଟିଆର ବାଲୁ ଏବଂ ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ ।