• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୀୟୂଷ ଗୋୟଲ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ଘୋଷିତ ।

  • ଥାୱରଚନ୍ଦ ଗେହଲଟଙ୍କ ସ୍ଥାନରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ।

  • ଥାୱରଚନ୍ଦ ଗେହଲଟ ଏବେ କର୍ଣ୍ଣାଟକ ରାଜ୍ୟପାଳ।

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ଘୋଷଣା କରାଯାଇଛି । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ଥାୱରଚନ୍ଦ ଗେହଲଟ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ପଦ ଖାଲି ପଡିଥିଲା । ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ପିୟୁଷ ଗୋଏଲଙ୍କ ଗୁରୁ ଦାୟିତ୍ୱ ରହିବ ।

ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳର ନେତା ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଧର୍ମେନ୍ଦ୍ର ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇଛନ୍ତି ।

ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ । କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏହି କାରଣରୁ ଉକ୍ତ ପଦବୀ ଖାଲି ପଡ଼ିଥିଲା । ଏବେ ପୀୟୂଷ ଗୋଏଲ ଏହି ପଦରେ ନିଯୁକ୍ତି ପାଇଛନ୍ତି ।

ସେ ଆସନ୍ତା ମୌସୁମୀ ଅଧିବେଶନରୁ ବିଧିବଦ୍ଧ ଭାବେ ନିଜର କାମ ଆରମ୍ଭ କରିବେ । ବର୍ତ୍ତମାନ ପୀୟୂଷ ଗୋଏଲ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି । ସେ କେମିତି ସଂସଦୀୟ ଦଳ ନେତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟସଭାର ସାଂସଦ ଭାବେ ୨୦୧୦ରୁ ପୀୟୂଷ କ୍ରମାଗତ ଭାବେ ନିର୍ବାଚିତ ହେଉଛନ୍ତି ।

ବିଜେପି ସଂସଦୀୟ ଦଳ ନେତା ପଦ ଖାଲି ପଡ଼ିଥିବାରୁ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଭୂପେନ୍ଦ୍ର ବିଜେପିର ବରିଷ୍ଠ ନେତା । ତେଣୁ ତାଙ୍କୁ ପୀୟୂଷ ଗୋଏଲଙ୍କ ଡେପୁଟି କରାଯିବ ବୋଲି ଚର୍ଚ୍ଚା ହେଉଛି । ଏହି ପଦ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।