• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ।

  • ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।

  • ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି ।

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶନିବାର ମଧ୍ୟାହ୍ନରେ କମିଶନ ଏହି ଘୋଷଣା କରିଛନ୍ତି । ତେବେ ୩୦ରେ ନିର୍ବାଚନ ହେବାକୁ ଥିବା ବେଳେ ଅକ୍ଟୋବର ୩ରେ ଭୋଟ ଗଣତି ପାଇଁ ସ୍ଥିର ହୋଇଛି । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ ବୋଲି କୁହାଯାଇଛି ।

ପୂର୍ବରୁ କରୋନା ମହାମାରୀ ପାଇଁ ଉପନିର୍ବାଚନକୁ ସ୍ଥଗିତ କରାଯାଇଥିଲା । ଏବେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଗୋଟିଏ ପଟେ ସଂକ୍ରମଣ କମିବା ସହ ଟିକାକରଣକୁ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ସତର୍କତାର ସହ ଉପନିର୍ବାଚନ କରାଯାଇପାରିବ ବୋଲି ସ୍ଥିର ହୋଇଛି ।

ତେବେ ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ଦିଆଯାଇଛି ।ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ରାଜନୈତିକ ଦଳଗୁଡ଼ିକୁ ନିର୍ଦଶ ରହିଛି । ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି । ୧୦ ପ୍ରାର୍ଥୀଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ, ବିଜେଡିର ପ୍ରାର୍ଥୀ ରହିଛନ୍ତି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ହୋଇଛନ୍ତି ପ୍ରାର୍ଥୀ । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱକେସନ ହରିଚନ୍ଦନ ମହାପାତ୍ର । ବିଜେଡିିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀ ରହିଛନ୍ତି ।

ସୂଚନାଯୋଗ୍ୟ, ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ହେଲେ ହଠାତ୍‌ ଉପନିର୍ବାଚନ ପ୍ରଚାର ଜୋରଦାର ଚାଲିଥିବା ବେଳେ ପ୍ରଚାରର ଶେଷ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା । ଫଳରେ ଉପନିର୍ବାଚନକୁ ସ୍ଥଗିତ କରାଯାଇଥିଲା ।

ଅର୍ଥାତ୍‌ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ର୍ପୂବରୁ ସାନି ବିଜ୍ଞପ୍ତି ଅନୁସାରେ, ମେ’ ୧୬ରେ ନିର୍ବାଚନ ହୋଇଥାନ୍ତା । ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ‌ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା । 

ହେଲେ ସାରା ଦେଶରେ ଲାଗିରହିଥିବା କରୋନା ସ୍ଥିତି ଯୋଗୁଁ ଏହାକୁ ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ବନ୍ଦ କରିବାକୁ ଦାବି କରାଯାଇଥିଲା । ଶେଷରେ ନିର୍ବାଚନକୁ ପୁଣି ଥରେ ସ୍ଥଗିତ ରଖିବା ପାଇଁ କମିଶନ ନିର୍ଦେଶ ଦେଇଥିଲେ ।