• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ‘କୋଟିଆ ଭିତରେ ପଶିଲେ ପିଟିବୁ’

  • ‘ଆନ୍ଧ୍ର ଯଦି ଓଡ଼ିଶାରେ ପଶେ ପିଟିବୁ’ ।

  • ‘ମୁଁ ନିଜେ ଜଗିବି’ ।

କୋଟିଆ: ‘କୋଟିଆ ଭିତରେ ପଶିଲେ ପିଟିବୁ’ । ଏଭଳି ଚେତାବନୀ ଦେଇଛନ୍ତି ପଟାଙ୍ଗି ବିଧାୟକ । ଆନ୍ଧ୍ର ଯଦି ଓଡ଼ିଶା ଭିତରେ ପଶି କୋଟିଆ ଉପରେ ନଜର ପକାଏ ତେବେ ସେମାନଙ୍କୁ ଉଚିତ୍‌ ସାସ୍ତି ସହ ପିଟିବେ ବୋଲି ଧମକ ଦେଇଛନ୍ତି ବିଧାୟକ ।

ଆନ୍ଧ୍ର ପ୍ରଦେଶର ଏକ ରାଜନୈତିକ ଦଳର କର୍ମୀମାନେ କୋଟିଆ ଭିତରେ ପଶିବାରୁ ଉତ୍‌କ୍ଷିପ୍ତ ହୋଇଛନ୍ତି ପଟଙ୍ଗି ବିଧାୟକ ପିତମ ପାଢ଼ୀ । ସେ ସିଧାସଳଖ ଚେତାବନୀ ଦେଇଛନ୍ତି ଯେ, ଆନ୍ଧ୍ର ପ୍ରଦେଶର ସରକାରୀ କର୍ମଚାରୀ ହୁଅନ୍ତୁ ବା ରାଜନେତା ଯିଏ ବି ଓଡ଼ିଶା ଆସି କୋଟିଆ ଉପରେ ନଜର ପକାଇବ ତାକୁ ପିଟିବୁ । ଏଣିକି ମୁଁ ନିଜେ ଜଗିବି । ବିଧାୟକ ପିତମ ପାଢ଼ୀଙ୍କ ଏଭଳି ବୟାନ ପରେ ସ୍ଥାନୀୟ ଲୋକ ସାମନ୍ୟ ଆସ୍ୱସ୍ତ ହୋଇଛନ୍ତି । ଖାଲି ସେତିକି ନୁହେଁ ବିଧାୟକଙ୍କ ଏଭଳି ରୂପ ଦେଖି ସ୍ଥାନୀୟ ଅଞ୍ଚଳରେ ରାଜନୀତି ମଧ୍ୟ ସରଗରମ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟି ବାବାଜୀ କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି । ସେ ଗଂଜେଇପଦର, ଉପର ଗଂଜେଇପଦର, କୋଟିଆ, ତଳସେମ୍ବୀ, ଉପରସେମ୍ବି ଓ ନେରଡିବାଲାସା ଗସ୍ତ କରି ଆନ୍ଧ୍ରପ୍ରଦେଶ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । କୋଟିଆ ପଂଚାୟତର ସବୁ ଗାଁରେ ତେଲୁଗୁ ବୋର୍ଡ ଲଗାଇବା ପାଇଁ ସେ ଆନ୍ଧ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି ।

ତେବେ ଆନ୍ଧ୍ରର ନେତା ଓଡ଼ିଶା ବିରୋଧରେ କହିବାକୁ ଯାଇ ଓଡ଼ିଆ ଲୋକଙ୍କୁ କହିଥିଲେ ଯେ, କୋଟିଆ ଅଞ୍ଚଳରେ ଥିବା ଖଣିଖାଦାନ ଉପରେ ଓଡିଶାର ନଜର ରହିଛି । ସେଥିପାଇଁ ଏଠାରେ ରାସ୍ତାଘାଟ ଓ ଘରଦ୍ୱାର ନିର୍ମାଣ କରୁଛନ୍ତି ସରକାର । ଆନ୍ଧ୍ର ପ୍ରଦେଶ ସରକାର କୋଟିଆକୁ ଓଡ଼ିଶା ଦଖଲରୁ ମୁକ୍ତ କରିବା ଦରକାର । 

ଅନ୍ୟପଟେ ଶ୍ରୀ ପାଢ଼ୀ କହିଛନ୍ତି, ଓଡିଶା ସରକାରଙ୍କ ତରଫରୁ କୋଟିଆ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବା ବେଳେ ଆନ୍ଧ୍ର ସରକାର ଓ ରାଜନୈତିକ ନେତୃବୃନ୍ଦ ଏପରି ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ ।