• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ ।

  • ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପଶି ନିର୍ବାଚନ କରାଇଥିଲେ ।

  • ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁନିର୍ବାଚନ କରାଯିବା ।

କୋରାପୁଟ: ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯିବା ନେଇ ଘୋଷଣା କରାଯାଇଛି । ସେଠାରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇଥିଲେ ମଧ୍ୟ ଓଡ଼ିଶା ସରକାର ସେଠାରେ ପୁଣି ନିର୍ବାଚନ କରାଇବେ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ସେହି ନିର୍ବାଚନରେ ଓଡ଼ିଶା ସରକାରଙ୍କ କୌଣସି ସଂପୃକ୍ତି ନାହିଁ । ଓଡ଼ିଶାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ସବୁ ଗାଁରେ ଓଡ଼ିଶା ସରକାର ନିର୍ବାଚନ କରାଇବେ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ । ଏହି ନିର୍ବାଚନରେ ଓ୍ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଓଡ଼ିଶା ସରକାର ନିର୍ବାଚନ କରାଇବେ । ଏଥିପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହୋଇଥିବା କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଆଗରୁ ଏଠାକାର କିଛି ଗାଁରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇଥିଲା । ଯାହାର ଫଳାଫଳ ଗତକାଲି ପ୍ରକାଶ ପାଇଛି ।

କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଅନୁଯାୟୀ, ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି । ନିକଟତମ ବାମ ଦଳ ପ୍ରାର୍ଥୀଙ୍କୁ ୪୧ ଖଣ୍ଡ ଭୋଟ୍‌ରେ ମାତ୍ ଦେଇଛି YSR କଂଗ୍ରେସ ।

ସେହିଭଳି ଫଗୁଣ ସିନେରୀ, ଫାଟୁସିନେରୀରେ ବି ଆନ୍ଧ୍ର ନିର୍ବାଚନ କରାଇଥିଲା । ଏସବୁରେ ବି ବାଜି ମାରିଛି YSR କଂଗ୍ରେସର ପ୍ରାର୍ଥୀ । ଓଡ଼ିଶାର ଗଞ୍ଜେଇପଦର, ଫଗୁଣ ସିନେରୀ, ଫାଟୁସିନେରୀ ଗାଁ ଗୁଡ଼ିକର ନାଁ ବଦଳାଇ ଏଠି ଆନ୍ଧ୍ରପ୍ରଦେଶ ଜୋରଜବରଦସ୍ତ ଭାବେ ନିର୍ବାଚନ କରାଇଥିଲା । ଗତ ଅପ୍ରେଲ ୮ ତାରିଖ ଦିନ ନିର୍ବାଚନ ହୋଇଥିଲା ।