• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।

  • ‘ଅପରିଣାମଦର୍ଶୀ ଚିଠି ଲେଖିବାରେ ଓଡ଼ିଶା ସରକାରଙ୍କ କୌଣସି ପଟାନ୍ତର ନାହିଁ ।’

  • ‘ଯେକୌଣସି ସମୟରେ ଚିଠି ଗୁଡିକ ଲେଖନ୍ତି ମୁଖ୍ୟମନ୍ତ୍ରୀ ।’

ଭୁବନେଶ୍ୱର: ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିଜେଡି ଜାତି ରାଜନୀତି ଚାହୁଁଛି ବୋଲି କହିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଅପରିଣାମଦର୍ଶୀ ଚିଠି ଲେଖିବାରେ ଓଡ଼ିଶା ସରକାରଙ୍କ କୌଣସି ପଟାନ୍ତର ନାହିଁ । ଯେକୌଣସି ସମୟରେ ଚିଠି ଗୁଡିକ ଲେଖନ୍ତି, ତାର ପରିଣାମ କଣ ଥାଏ ନଥାଏ ସେ ବାବଦରେ ଚିନ୍ତା କରିବା ପୁର୍ବରୁ ତାଙ୍କ ଉପଦେଷ୍ଟା ମାନେ ତାଙ୍କୁ କୁହନ୍ତି- ମୁଖ୍ୟମନ୍ତ୍ରୀ ଚିଠିରେ ଦସ୍ତଖତ କରନ୍ତି । ବାସ୍ତବିକ ଜାତିଭିତ୍ତିକ ଜନଗଣନା ହୋଇଗଲେ କିଛି ଗୋଟିଏ ବହୁତ ବଡ଼ ବିକାଶର ରାସ୍ତା ଖୋଲିଯିବ । ଏକଥା ଭାବିବା ଭୁଲ ।

ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଯେଉଁ କଥା କହିଛନ୍ତି ଯଥାର୍ଥ କଥା କହିଛନ୍ତି । ସରକାର ଅନାବଶ୍ୟକ ଭାବେ ଚିଠି ଲେଖିଥିଲେ । କୌଣସି ରାଜନୈତିକ ଦ୍ୱନ୍ଦ୍ୱ କରିବା ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ତେବେ ଦେଶରେ କେବଳ SC/STଙ୍କ ବ୍ୟତୀତ ଅନ୍ୟ କୌଣସି ଜାତିକୁ ନେଇ ଜାତିଭିତ୍ତିକ ଜନଗଣନା ହେବନି । ଏ ନେଇ ମଙ୍ଗଳବାର ଲୋକସଭାରେ ସ୍ପଷ୍ଟ କରିଛନ୍ତି ସରକାର । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ କହିଛନ୍ତି ଯେ, ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଲୋକସଭା ଓ ବିଧାନସଭାରେ ଅନୁସୂଚନିତ ଜାତି ଓ ଜନଜାତି ଲାଗି ସଂଖ୍ୟାନୁପାତରେ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି ।

ତେଣୁ ସେମାନଙ୍କ କ୍ଷେତ୍ରରେ ଜାତି ଭିତ୍ତିକ ଗଣନା ଲାଗୁ ହେବାକୁ ଥିବା ବେଳେ ଅନ୍ୟମାନଙ୍କ ଲାଗି ଜାତିଭିତ୍ତିକ ଜନଗଣନା ହେବ ନାହିଁ । ଦେଶରେ ଜାତି ଭିତ୍ତିକ ଜନଗଣନା ଲାଗି ତଥ୍ୟ ସଂଗ୍ରହ ପାଇଁ ଓଡ଼ିଶା ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତେବେ ଏହି ଆଧାରରେ ଦୁଇ ରାଜ୍ୟ ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।