• translate
Sarbeswar

News Highlights

  • ଏକାଠି ହେଲେ ସବୁ ମହିଳା ମନ୍ତ୍ରୀ

  • ଚା ପିଆହେଲା ଆଉ ତାସହ ଖଟି ବି ଜମିଲା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ଘରେ ଏକାଠି ହେଲେ ମୋଦି ମନ୍ତ୍ରିମଣ୍ଡଳର ସମସ୍ତ ମହିଳା ମନ୍ତ୍ରୀ। ଏହି ଗେଟ୍ ଟୁ ଗେଦର ପୁରାପୁରି ଅନ୍ ଅଫିସିଆଲ୍ ଥିଲା। ନା କିଛି ସରକାରୀ କାର୍ଯ୍ୟକ୍ରମ ନା ଆଲୋଚନା। ସମସ୍ତଙ୍କୁ ଚା ପିଇବାକୁ ଘରକୁ ଡାକିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚା ପିଆହେଲା ଆଉ ତାସହ ଖଟି ବି ଜମିଲା । ଅର୍ଥମନ୍ତ୍ରୀଙ୍କ ଟିପାର୍ଟିରେ ସାମିଲ ହୋଇଥିଲେ ସ୍ମୃତି ଇରାନୀ, ମୀନାକ୍ଷି ଲେଖି, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ଅନୁପ୍ରିୟା ପଟେଲ, ରେଣୁକା ସିଂ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିମା ଭୌମୁଲ, ଭାରତୀ ପାୱାରଙ୍କ ସମେତ ଶୋଭା କରନ୍ଦଲାଜେ ଏବଂ ଦର୍ଶନ ଜାର୍ଦ୍ଦୋଶ। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏବେ ୧୧ଜଣ ମହିଳା ମନ୍ତ୍ରୀ ଅଛନ୍ତି।

ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ

ଏଥିରୁ ୨ ଜଣ କ୍ୟାବିନେଟ୍ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମହିଳା ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ବିଜେପି ସାଂସଦ ରହିଛନ୍ତି। ମୋଦି ମନ୍ତ୍ରିମଣ୍ଡଳର ମହିଳା ମନ୍ତ୍ରୀଙ୍କ ବାବଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ମୋଟ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ୯ଟି ରାଜ୍ୟ ଏବଂ ୯ଟି ସଂପ୍ରଦାୟରୁ ପ୍ରତିନିଧିତ୍ୱର ସୁଯୋଗ ଦିଆଯାଇଛି।

Other Stories

  • dgp
    Miscellaneous ଏମ୍‌ସରେ ଆହତ ଯବାନଙ୍କୁ ଭେଟିଲେ ଡିଜିପି

    କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍‌ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି ।

  • Corona
    COVID-19 କରୋନା ଉଜାଡ଼ିଦେଲା ସଂସାର: ବାପା ଛେଉଣ୍ଡ ହୋଇଗଲେ ପିଲା

    ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି...

  • terrorist arrest at Lucknow
    National ଲକ୍ଷ୍ନୌରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ୍‌

    ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।

  • Union Minister
    National ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

    ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା...