• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିବାଦରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

  • ଜିଅନ୍ତା ଲୋକଙ୍କ ଫଟୋରେ ଦେଲେ ଫୁଲମାଳ ।

  • ବିଶିଷ୍ଟ ବଂଶିବାଦକଙ୍କୁ ଚିହ୍ନିପାରିଲେ ନାହିଁ ।

ଭୁବନେଶ୍ୱର: ପୁଣି ବିବାଦରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ଭୁଲ୍ ଫଟୋ ପୋଷ୍ଟ କରି ବିବାଦରେ ଫସିଛନ୍ତି ଅନୁଭବ । ରଘୁନାଥ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରିଥିବା ପୋଷ୍ଟରେ ଅନୁଭବ ରଘୁନାଥଙ୍କ ଫଟୋ ବଦଳରେ ପ୍ରଖ୍ୟାତ ସଂଗୀତଜ୍ଞ ତଥା ବଂଶୀବାଦକ ଗୁରୁ ହରିପ୍ରସାଦ ଚୌରାଶିଆଙ୍କ ଫଟୋ ପୋଷ୍ଟ କରିଛନ୍ତି ।

ଜଣେ ଅଭିନେତା ତଥା ସାଂସଦ ହୋଇ ଏଭଳି ଏକ ଜଘନ୍ୟ ଭୁଲ କିଭଳି କରିପାରିଲେ ବୋଲି ଏବେ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ପୁଣି ଥରେ ଅନୁଭବଙ୍କୁ ଟ୍ରୋଲ କରିବା ଆରମ୍ଭ ହୋଇଯାଇଛି । ସ୍ୱର୍ଗତ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କୁ କେମିତି ଜାଣିପାରିଲେନି ଅନୁଭବ । ଏହାକୁ ନେଇ କଳାକାର ଏବଂ ସଂଗୀତ ଶିଳ୍ପୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏନେଇ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

ଅନୁଭବ ନିଜ ଫେସବୁକ୍‌ ପୋଷ୍ଟରେ ରଘୁନାଥ ପାଣିଗ୍ରାହୀଙ୍କ ବଦଳରେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ସଙ୍ଗୀତ ବାଦକ ହରିପ୍ରସାଦ ଚୌରାସିଆଙ୍କ ଫଟୋ ପୋଷ୍ଟ କରିଥିଲେ । ଅନୁଭବ ତାଙ୍କ ସୋସିଆଲ ମିଡିଆରେ ଏହି ପୋଷ୍ଟଟିକୁ ସେୟାର କରିଥିବା ବେଳେ ପ୍ରତ୍ୟାଶା ରଥ ନାମ୍ନୀ ଜଣେ ୟୁଜର ଏହି ଭୁଲକୁ ଚିହ୍ନିପାରି ଏକ ରି-ଟ୍ୱିଟ୍‌ କରିଛନ୍ତି । ତେବେ ପରେ ଅନୁଭବ ତାଙ୍କର ଏହି ପୋଷ୍ଟଟିକୁ ଡିଲିଟ୍‌ କରିଦେଇଛନ୍ତି ।

ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ଅନୁଭବ, ପୂଜା ପର୍ବରେ ଶୁଭେଚ୍ଛା ଜଣାଇବା ସହ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ସମ୍ମାନାର୍ଥେ ଅନୁଭବ ପୋଷ୍ଟ କରିଥାନ୍ତି । ଜଣେ ସେଲିବ୍ରେଟି ହୋଇଥିବାରୁ ତାଙ୍କର ବହୁ ସମର୍ଥକ ରହିବା ସହ ଅନେକ ତାଙ୍କୁ ଫଲୋ ମଧ୍ୟ କରିଥାନ୍ତି । ହେଲେ ବେଳେ ବେଳେ ଏମିତି ଭୁଲ କରି ବସନ୍ତି ଯେ, ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ । ଏମିତି ଏକ ଗୁରୁତର ତ୍ରୁଟି ସେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁବେଳକୁ କରିଥିଲେ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ଆଗୁଆ ଶ୍ରଦ୍ଧାଞ୍ଜଳି ଜଣାଇ ପରେ ଟ୍ୱିଟ୍‌ ଡିଲିଟ୍‌ କରିଦେଇଥିଲେ ।