• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ ।

  • ଅଗଷ୍ଟ ୧୩ ଯାଏ ଚାଲିବ ।

  • ଅଧିବେଶନରେ ରହିବ ୧୯ଟି କାର୍ଯ୍ୟଦିବସ ।

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ଯାଏ ଚାଲିବ । ଅଧିବେଶନରେ ରହିବ ୧୯ଟି କାର୍ଯ୍ୟଦିବସ । ଉଭୟ ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ସକାଳ ୧୧ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ।

ଗୃହକାର୍ଯ୍ୟ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ସବୁ ସାଂସଦ ଓ ସାମ୍ବାଦିକମାନେ ଗୃହକୁ ଆସିପାରିବେ । କାହା ପାଇଁ RTPCR ଟେଷ୍ଟ ଜରୁରୀ ନୁହେଁ । ଯେଉଁମାନେ ଟିକା ନେଇ ନାହାନ୍ତି, ଟେଷ୍ଟ କରିବାକୁ ସେମାନଙ୍କୁ କୁହାଯିବ ବୋଲି ବାଚସ୍ପତି କହିଛନ୍ତି । ମୋଟ୍ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୩୧୧ ସାଂସଦ ଉଭୟ ଡୋଜ ନେଇଛନ୍ତି । ୨୩ ସାଂସଦ କରୋନା ହୋଇ ଆରୋଗ୍ୟ ହୋଇଥିବାରୁ ଏବେ ତାଙ୍କର ଟିକା ନେବାର ସମୟ ଆସିନାହିଁ ବୋଲି ସେ କହିଛନ୍ତି ।  ସେ ଆଜି ପାର୍ଲାମେଣ୍ଟ ଯାଇ ଅଧିବେଶନର ପ୍ରସ୍ତୁତିର ତଦାରଖ ମଧ୍ୟ କରିଛନ୍ତି ।

ଅନ୍ୟପଟେ ଯେଉଁ ସବୁ ବିଲ୍ ମୌସୁମୀ ଅଧିବେଶନରେ ପାରିତ ହେବ, ସେନେଇ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ଏହି ସମୟରେ ବାପା-ମା ଏବଂ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରସ୍ତାବିତ ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଆନ୍ତଃ ନଦୀ ଜଳ ବିବାଦର ସମାଧାନ କମିଟି ଗଠନ ପାଇଁ ବିଲ୍ ଆସିବ ବୋଲି ଜଣାପଡ଼ିଛି ।

କୋଭିଡ୍‌ ପ୍ରୋଟୋକଲ ସହିତ ମୌସୁମୀ ଅଧିବେଶନ ଚାଲିବ । କରୋନା ବେଳେ ମୋଟ୍ ତିନୋଟି ଅଧିବେଶନ ଆୟୋଜିତ ହୋଇଛି । ପୂର୍ବ ଅପେକ୍ଷା ପ୍ରତ୍ୟେକ ଅଧିବେଶନରେ ସାମାନ୍ୟ ଅଧିକ ସାଂସଦ ଉପସ୍ଥିତ ରହିଥିଲେ । ସାଂସଦମାନେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଂସଦରେ ଉପସ୍ଥିତ ରହିଥିଲେ । ୨୪ ଘଣ୍ଟିଆ ଆରଟିପିସିଆର ସେବା ରହିଛି ବୋଲି ବାଚସ୍ପତି କହିଛନ୍ତି ।