• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସ୍ୱର ବଦଳାଇଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ନିଜ ସମ୍ପାଦକୀୟ ଆମ ଘର ହାଲ ଚାଲରେ ସରକାରଙ୍କୁ କଳମ ମୁନରେ ଶାଣିତ ଆକ୍ରମଣ କରି ଘାଇଲା କରୁଥିବା ସୌମ୍ୟ ଆଜି ନରମି ଯାଇଛନ୍ତି । ସରକାରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

ପୂର୍ବରୁ ସମ୍ପାଦକୀୟ ଲେଖି ସରକାର ଓ ଦଳକୁ ଘାଇଲା କରିଥିବା ସୌମ୍ୟ ଏବେ ଦଳ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ । ଏମିତିକି କହିଲେ ବିଧାନସଭା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ ଯେ, ମନ୍ତ୍ରୀଙ୍କୁ ବିଧାନସଭାରେ ପୁରାଇ ଦେବେ ନାହିଁ । ଏମିତି କରିବା ମାନେ ତାହା ଦାଦାଗିରି । ନ ପୁରେଇ ଦେବା ପାଇଁ ସେମାନେ କିଏ ? ଇସ୍ତଫା ଦାବି କରୁ ନାହାନ୍ତି କିଏ ମନା କରୁଛି । ତାଙ୍କର ଅଧିକାର ଅଛି ଇସ୍ତଫା ଦାବି କରିପାରିବେ ।

ତେବେ ସୌମ୍ୟଙ୍କ ଏଭଳି ବୟାନ୍‌ ପରେ ରାଜନୀତି ଆହୁରି ସରଗରମ ହୋଇଛି । ସୌମ୍ୟ ପଟ୍ଟନାୟକଙ୍କ ଏଭଳି ବୟାନ୍‌କୁ ନେଇ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୂର୍ବରୁ ସୌମ୍ୟ ପଟ୍ଟନାୟକ, ବିଭିନ୍ନ ପ୍ରସଙ୍ଗ ସହ  ମମିତା ମେହେର ଘଟଣା ସମ୍ପର୍କରେ ଆମ ଘର ହାଲଚାଲରେ ଲେଖୁଥିଲେ । ଏହାସହ ଅନେକ ସତ କଥା ଉଥାପନ କରୁଥିଲେ । ହେଲେ ଏବେ ବୋଧ ହୁଏ ଥାର୍ଡ ଫ୍ଲୋର ଦ୍ୱାରା ମ୍ୟାନେଜ ହୋଇ ଯାଇଛନ୍ତି । ତେଣୁ ଏବେ ଏଭଳି ମନ୍ତବ୍ୟ ଦେଉଛନ୍ତି । ସୌମ୍ୟ କେତେବେଳେ କଣ କହୁଛନ୍ତି ତାହା ଠିକ ନାହିଁ, ବୋଲି କହିଛନ୍ତି ବିଜେପି ନେତା ମୋହନ ମାଝୀ ।