• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଣାଜି : ମୋଦିଙ୍କ ମାଷ୍ଟର୍ ପ୍ଲାନ ବୁଝିପାରୁନି କଂଗ୍ରେସ । ଚକ୍ରବ୍ୟୁହ ରଚନା ହୋଇଛି । ହେଲେ କଂଗ୍ରେସ ରାଜନୀତିକୁ ଗମ୍ଭୀରତା ସହ ନେଉନି । ଫଳରେ ଆହୁରି ଅଧିକ ଶକ୍ତିଶାଳୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଷ୍ପତ୍ତି ନେଇପାରୁନି ଆଉ ଏହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । ଗୋଆ ଗସ୍ତର ଶେଷ ଦିନରେ କଂଗ୍ରେସ ପାର୍ଟିକୁ ଟାର୍ଗେଟ କରିବା ସହ ଦେଶର ସର୍ବ ପୁରାତନ ଦଳର ନିଷ୍ପତ୍ତି ବିରୋଧରେ ଅଭିଯୋଗ ଆଣିଛନ୍ତି । ଏହାସହ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଦିଲ୍ଲୀର 'ଦାଦାଗିରି' ହେଉଥିବା କଥା କହିଛନ୍ତି ।

ତିନି ଦିନିଆ ଗୋଆ ଗସ୍ତର ଶେଷ ଦିନରେ ପାଣାଜିରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରି ମମତା ବାନାର୍ଜୀ ଏପରି କହିଛନ୍ତି । କଂଗ୍ରେସ ନିଷ୍ପତ୍ତି ନେବାରେ ଅସମର୍ଥ ଥିବାରୁ ଦେଶ ଯନ୍ତ୍ରଣା ଭୋଗୁଛି । ବର୍ତ୍ତମାନ ସବୁକିଛି କହିବା ସମ୍ଭବ ନୁହେଁ, କାରଣ କଂଗ୍ରେସ ରାଜନୀତିକୁ ଗମ୍ଭୀରତାର ସହ ନେଉନି । କଂଗ୍ରେସ ଯୋଗୁଁ ମୋଦୀ ଜୀ ଅଧିକ ଶକ୍ତିଶାଳୀ ହେବାକୁ ଯାଉଛନ୍ତି । ଯଦି କେହି ନିଷ୍ପତ୍ତି ନେଇ ପାରିବେ ନାହିଁ, ତେବେ ଦେଶ ଏଥିପାଇଁ  ଯନ୍ତ୍ରଣା ଭୋଗିବ । ଟିଏମସି ସଭାପତି କହିଛନ୍ତି, କଂଗ୍ରେସ ପୂର୍ବରୁ ମଧ୍ୟ ଏକ ସୁଯୋଗ ପାଇଥିଲା । ହେଲେ ବିଜେପି ବିରୋଧରେ ଲଢ଼ିବା ପରିବର୍ତ୍ତେ ମୋ ରାଜ୍ୟରେ ମୋ ବିରୋଧରେ ଲଢ଼େଇ କରିଥିଲେ ।

ଆସନ୍ତା ଗୋଆ ବିଧାନସଭା ନିର୍ବାଚନରେ ​​୪୦ଟି ସିଟ୍‌ରୁ ଆସନରେ ନିବାଚନ ଲଢ଼ିବ ବୋଲି ଟିଏମସି ଘୋଷଣା କରିଛି । ନିର୍ବାଚନରେ ​​ଆଞ୍ଚଳିକ ଦଳମାନଙ୍କୁ ଆସନ ବଣ୍ଟନ ଉପରେ ଟିଏମସି ବିଶ୍ୱାସ କରେ ବୋଲି ମମତା ବାନାର୍ଜୀ କହିଛନ୍ତି । ମୁଁ ଚାହୁଁଛି ଆଞ୍ଚଳିକ ଦଳଗୁଡ଼ିକ ଶକ୍ତିଶାଳୀ ହୁଅନ୍ତୁ । ସଂଘୀୟ ଢ଼ାଞ୍ଚା ମଜଭୁତ ହେଉ । ରାଜ୍ୟଗୁଡ଼ିକୁ ଶକ୍ତିଶାଳୀ କରିବା ଉଚିତ୍, ଆଉ ରାଜ୍ୟ ଗୁଡ଼ିକ ଶକ୍ତିଶାଳୀ ହେଲେ ଯାଇ କେନ୍ଦ୍ର ମଧ୍ୟ ଶକ୍ତିଶାଳୀ ହେବ ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତେରଛା ବାଣ ମାରିଛନ୍ତି ଟିଏମସି ସୁପ୍ରିମୋ । ଦିଲ୍ଲୀ ଦାଦାଗିରି ସମ୍ପର୍କରେ ସମସ୍ତଙ୍କୁ ଜଣା, ବହୁତ ହେଲା, ଆଉ ନୁହଁ ବୋଲି ସେ କହିଛନ୍ତି ।