• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସଂସଦରେ କ୍ଷୁୁବ୍ଧ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ।

  • ଭାବ ବିହ୍ୱଳ ହୋପଡ଼ିଲେ ଭେଙ୍କୟା ।

  • ଆଉ ତାପରେ କାନ୍ଦି ପକାଇଥିଲେ । 

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଆଚରଣରେ କ୍ଷୁୁବ୍ଧ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ଗୃହକୁ ଆଜି ସମ୍ବୋଧିତ କରୁଥିବା ବେଳେ ଭାବ ବିହ୍ୱଳ ହୋପଡ଼ିଲେ ଭେଙ୍କୟା । ଆଉ ତାପରେ କାନ୍ଦି ପକାଇଥିଲେ । ଗତକାଲି ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ହଙ୍ଗାମାକୁ ନେଇ ଭେଙ୍କେୟା କହିଛନ୍ତି ଯେ, କୃଷି ଆଇନକୁ ବିରୋଧ କରି ବିରୋଧୀ ସାଂସଦମାନେ ଚୌକିରେ ଚଢ଼ିବା ଦ୍ୱାରା ଗୃହର ପବିତ୍ରତା ନଷ୍ଟ ହୋଇଛି । ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ବିପକ୍ଷ ସାଂସଦମାନଙ୍କୁ ଗ୍ରହଣ କରିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି । 

ଗତକାଲି ରାଜ୍ୟସଭାରେ କଂଗ୍ରେସ ସଦସ୍ୟମାନେ ଚୌକି ଉପରେ ଚଢ଼ି ହୋହାଲ୍ଲା କରିଥିଲେ । ଏପିରିକି ରୁଲ୍ ବୁକ୍ ମଧ୍ୟ ଫୋପାଡ଼ି ଦେଇଥିଲେ । ଗୃହ କାର୍ଯ୍ୟ ପାଞ୍ଚ ପାଞ୍ଚ ଥର ବାଧାପ୍ରାପ୍ତ ହୋଇଥିଲା । ବାଧ୍ୟ ହୋଇ ଗୃହକୁ ମୁଲତବୀ କରାଯାଇଥିଲା । ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧୀବେଶନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ବାଚସ୍ପତି । ଚଳିତ ଅଧିବେଶନରେ ପେଗାସସ୍‌, ଚାଷୀ ଆନ୍ଦୋଳନ ଓ ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ଜୋରଦାର୍‌ ହଟ୍ଟଗୋଳ କରିଥିଲେ ବିରୋଧୀ ।

ଅନ୍ୟପଟେ ଓବିସି ସଂରକ୍ଷଣ ବିଲ ପାସ ହେବା ପରେ ରାଜ୍ୟସଭାକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯିବ ବୋଲି ସୂଚନା ମିଳିଛି । ତେବେ ଗୃହରେ ଓବିସି ବିଲ୍‌ ଆଗତ ହେବା ପରେ ବିରୋଧୀମାନେ ପ୍ରବଳ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ବାଚସ୍ପତିଙ୍କ ପୋଡ଼ିୟମ୍‌ ଉପରକୁ ବିରୋଧୀମାନେ କାଗଜ ଫୋପାଡ଼ିଥିଲେ ଆଉ ଯାହାକୁ ନେଇ ଗୃହ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ଶାସକ-ବିରୋଧୀ । ବିରୋଧୀଙ୍କ ଏପରି କାର୍ଯ୍ୟକଳାପକୁ ଆଇନର ଅପମାନ ବୋଲି ଅଭିଯୋଗ କରିଥିଲେ ବିରୋଧୀ । ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିଲା । କିନ୍ତୁ ଗୃହ ଶାନ୍ତିଶୃଙ୍ଖଳାର ସହ ଚାଲିନପାରିବାରୁ ସମୟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ତେବେ ଚଳିତ ଅଧିବେଶନରେ ଟିଏମସି ସାଂସଦ ଶାନ୍ତୁନ ସେନ ବାଚସ୍ପତିଙ୍କୁ ଅଶାଳୀନ ବ୍ୟବହାର କରି ଗୃହରୁ ନିଲମ୍ବିତ ହୋଇଥିଲେ । ଏହାପରେ ପେଗାସସ୍ ମାମଲାରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରି ୬ ଜଣ ଟିଏମସି ସାଂସଦ ଗୃହରେ ହୋ ହାଲ୍ଲା କରିବାରୁ ସେମାନଙ୍କୁ ବି ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ।