• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାରିପଦା: ଜେଏମ୍ଏମ୍ ପକ୍ଷରୁ ଆଜି ବାରିପଦାରେ ଜୋରଦାର ବିକ୍ଷୋଭ । ଆକ୍ରମଣକାରୀଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜେଏମ୍‌ଏମ୍‌ କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ହୋଇଥିବା ଆକ୍ରମଣ ପ୍ରତିବାଦରେ ଜେଏମ୍ଏମ୍ ପକ୍ଷରୁ ବାରିପଦାରେ ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି ।

JMM ProtestJMM Protest

ତେବେ ଏହି ବିକ୍ଷୋଭ ବେଳେ ମଧ୍ୟ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦି ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଯେଉଁଠାରେ ଜେଏମ୍‌ଏମ କର୍ମୀ ଆନ୍ଦୋଳନ କରୁଥିଲେ ସେଠାରେ ଏକ ବଜୁ ପ୍ରତିମୂର୍ତ୍ତି ରହିଥିଲା । ଆଉ ସେହି ସମୟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ଜେଏମ୍‌ଏମ୍‌ କର୍ମୀ ବିଜେହଇ ‍ବିରୋଧୀ ପ୍ଲାକାର୍ଡକୁ ସେଠାରେ ରଖିଥିଲେ । ତାକୁ ନେଇ ସ୍ଥାନୀୟ ଅଞ୍ଚଳର ଜଣେ କୁଜି ବିଜେଡି ନେତା ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ । ଆଉ ତୁରନ୍ତ ଆନ୍ଦୋଳନକାରୀଙ୍କ ସେହି ପ୍ଲାକାର୍ଡ ଗୁଡ଼ିକୁ ପ୍ରତିମୂର୍ତ୍ତି ପାଖରୁ କାଢ଼ି ଫିଙ୍ଗି ଦେଇଥିଲେ ।

ଅନ୍ୟପଟେ ଜେଏମ୍‌ଏମ୍‌ ଆନ୍ଦୋଳନଠାରୁ ଆରମ୍ଭ କରି ବିଜେଡି କୁଜି ନେତାଙ୍କ ଗୁଣ୍ଡାଗିରି ପର୍ଯ୍ୟନ୍ତ ସବୁ ଘଟଣା ପୋଲିସ ସାମ୍ନାରେ ଘଟିଥିଲା । ହେଲେ ପୋଲିସ ସେଠାରେ ନିଦାବିଷ୍ଣୁ ପାଲଟି ସେମିତି ଛିଡ଼ା ହୋଇ ରହିଥିଲା । ନା ଆନ୍ଦୋଳନକାରୀକୁ ବୁଝା ସୁଝା କରୁଥିଲା, ନା ବିଜେଡି କର୍ମୀଙ୍କ ଦବଙ୍ଗଗିରିକୁ ଅଟକାଇଥିଲା । ତେବେ କିଛି ସମୟ ପରେ ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ବିଫଳ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା । ତେବେ ଉପର ଅଧିକାରୀଙ୍କଠାରୁ ଅର୍ଡର ଆସିବା ପରେ ଶେଷରେ ଆନ୍ଦୋଳନକାରୀଙ୍କୁ ସେଠାରୁ ଉଠାଇନେଇଥିଲେ ପୋଲିସ ।

ତେବେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି । ଏନେଇ ୪ଟି ମାମଲା ରୁଜୁ ହୋଇଛି । ଭିଡିଓ ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । 

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ବିରୋଧ କରି ବିଜେପି ଓ ଜେଏମ୍ଏମ୍ କର୍ମୀ କଳା ପତାକା ପ୍ରଦର୍ଶନ କରିଥିଲେ । ଏହି ସମୟରେ ସେମାନଙ୍କୁ ବିଜେଡି କର୍ମୀଙ୍କ ଦ୍ୱାରା ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା । ବିଜୁ ଛାତ୍ର ଜନତା ଦଳର କର୍ମୀ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ଓ ଜେଏମ୍ଏମ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏଥିରେ ଜଣେ ବିଜେପି ଓ ଜଣେ ଜେଏମ୍ଏମ୍ କର୍ମୀଙ୍କ ମୁହଁ ଫାଟି ଯାଇଥିଲା ।