• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା ।

  • ବିଧାନସଭାରେ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର ।

  • ଶ୍ରମିକ ସମସ୍ୟା ଥିବାରୁ ଉତ୍ପାଦନ ବନ୍ଦ କରାଯାଇଥିବା ସେ କହିଛନ୍ତି ା 

ଭୁବନେଶ୍ୱର: ଶ୍ରମିକ ଅଭାବ ଯୋଗୁଁ ବନ୍ଦ ହୋଇଛି ରାଜ୍ୟର ୭ଟି ଶିଳ୍ପ ସଂସ୍ଥା । ଏନେଇ ଆଜି ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟର ବୃହତ ଶିଳ୍ପରେ ଶ୍ରମିକ ସମସ୍ୟା ଥିବାରୁ ଉତ୍ପାଦନ ବନ୍ଦ କରାଯାଇଥିବା ସେ କହିଛନ୍ତି ା  ଆର୍ଥିକ ଅନିୟମିତତା, ଆର୍ଥିକ ମାନ୍ଦାବସ୍ଥା, ବଜାର ଚାହିଦାର ଅଭାବ, ବଜାରରେ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇନପାରିବାରୁ ଏହାର ପ୍ରଭାବ କମ୍ପାନି ଉପରେ ପଡ଼ିଛି । ଏହାକୁ ପୁଣି ଥରେ ପରିଚାଳିତ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ଗତବର୍ଷ ଓ ଚଳିତ ଥର କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ ଓ ଅନ୍ୟାନ୍ୟ କଟକଣା ଜାରି ହୋଇଥିଲା । ଯାହାର ସିଧା ପ୍ରଭାବ ଶିଳ୍ପ ଉପରେ ପଡ଼ିଥିବା ଅନୁମାନ କରାଯାଉଛି ।

ଖାଲି ସେତିକି ନୁହେଁ, କରୋନା ପାଇଁ ରାଜ୍ୟରେ ୩୨୦୭ଟି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମଧ୍ୟ ବନ୍ଦ ହୋଇଛି । ରାଜ୍ୟରେ କ୍ଷୁଦ୍ରଶିଳ୍ପର ସ୍ଥିତି ନେଇ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ଉତ୍ତର ରଖିଛନ୍ତି । ରାଜ୍ୟରେ ୨୦୨୦ ଏପ୍ରିଲ ସୁଦ୍ଧା ୩୨୦୭ଟି କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହୋଇଛି । ସବୁ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି । କୋଭିଡ୍ ଯୋଗୁଁ ପ୍ରଭାବିତ ଉଦ୍ୟୋଗକୁ ସହାୟତା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି କହିଲେ ମନ୍ତ୍ରୀ ।

ତେବେ ପାଖାପାଖି ଗତ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କରୋନା ମହାମାରୀ ଗ୍ରାସ କରି ରଖିଛି । ଘରୁ ବାହାରିଲେ ମୃତ୍ୟୁର ଭୟ । ସମସ୍ତେ ବନ୍ଦୀ ହୋଇ କାଟିଲେ ଜୀବନ । ସେପଟେ ସରକାର ମଧ୍ୟ ଲଗାଇଲେ କଟକଣା । ଦେଢ଼ ବର୍ଷରୁ ଅଧିକ ସମୟ ଧରି ରହିଲା ଲକ୍‌ଡାଉନ୍‌ କଟକଣା । ଆଉ ତାପରେ ଯେବେ ବି କଟକଣା କୋହଳ କରାଯାଇଛି, ସେତେବେଳେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି ।

ସରକାରଙ୍କ କଟକଣା ଯୋଗୁଁ ଭିନ୍ନ ଶିଳ୍ପ ସଂସ୍ଥା ବନ୍ଦ ରହିଲା । ଯାହାଫଳରେ କି ସେମାନେ ଅନେକ କ୍ଷତି ସହିଲେ । ଏହି କ୍ରମରେ ଯେଉଁମାନେ କାମ କରିପାରଲେ ନାହିଁ ସେମାନେ ମଧ୍ୟ ବେରୋଜଗାର ହୋଇ ଘରେ ବସିଲେ । କହିବାକୁ ଗଲେ ଏହି ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ କଟକଣା ଦେଶ ତଥା ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଳାଇ ଦେଇଛି ।