• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରୁଛି କଂଗ୍ରେସ

  • ତେଲ ଦର ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ଜିନିଷ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱରରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଘଣ୍ଟ, ଗିନି, ଖଞ୍ଜଣି ବଜାଇ ପ୍ରତିବାଦ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଏଭଳି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ।

 

ବାଲେଶ୍ୱରରେ ମଧ୍ୟ କଂଗ୍ରେସ କର୍ମୀମାନେ ହାତରେ ଝାଞ୍ଜ କିର୍ତ୍ତନ ଧରି ପ୍ରତିବାଦ କରିଛନ୍ତି । ମିଶନ୍ ସ୍କୁଲ ପଡିଆରୁ କଂଗ୍ରେସ କର୍ମୀମାନେ ହାତରେ ଝାଞ୍ଜ କିର୍ତ୍ତନ ଧରି ସଦର ବ୍ଲକକୁ ଆସିଥିଲେ । ଆଜିଠାରୁ ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଦଳ ପୂର୍ବରୁ ନିଷ୍ପତ୍ତି ନେଇଥିଲା । ସେହିପରି ଜଟଣୀରେ ମଧ୍ୟ କଂଗ୍ରେସ ପକ୍ଷରୁ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଛି ।

 

ସେପଟେ ପେଟ୍ରୋଲ, ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା । ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ ଜୁଲାଇ ୧୫ରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିବ । ବାମ ଦଳ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡାକରା ଦି‌ଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ହ୍ରାସ, କଳାବଜାରୀ ଓ ମହଜୁଦତାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପରିବାର ମୁଣ୍ଡପିଛା ୧୦ କେଜି ଚାଉଳ କିମ୍ବା ଗହମ ସହ ଅନ୍ୟାନ୍ୟ ଦାବି ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ପ୍ରେସମିଟ୍ କରି ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି ।