• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ମମିତା ମେହର ହତ୍ୟା ମାମଲାକୁ ନେଇ ବିଜେଡିକୁ କଡ଼ା ଜବାବ ଦେଇଛି କଂଗ୍ରେସ। ଦିନକ ପୂର୍ବେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଦେଇଥିବା ବିବୃତିକୁ ନିନ୍ଦା କରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଇତିଶ୍ରୀ ହତ୍ୟା ଘଟଣାରେ ନେତ୍ରାନନ୍ଦ ଦଣ୍ଡସେନାକୁ ଗିରଫ କରାଯାଇଥିଲା। ହେଲେ ମମିତା ମେହେର ହତ୍ୟା ଘଟଣାରେ ଷଡ଼ଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କାହିଁକି ଗିରଫ କରାଯାଉନି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ନିଶିକାନ୍ତ ଆହୁରି କହିଛନ୍ତି ଯେ, ଇତିଶ୍ରୀ ଘଟଣାରେ ସଂପୃକ୍ତ ଥିବା ନୀଳ ଜିନ୍ସ ପିନ୍ଧା ଯୁବକଙ୍କୁ ଗିରଫ କରାଯାଇନାହିଁ। ସେହିପରି କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର କାହାକୁ ଦଣ୍ଡିତ କରିନଥିବା ସେ କହିଛନ୍ତି। ପିପିଲି ଗଣ ଦୁଷ୍କର୍ମ, ରେବଣା ନୂଆଗାଁ ଆୟୁଷ ଡାକ୍ତର ମାଧବୀଲତା ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ମିଳିନଥିବା ନିଶିକାନ୍ତ କହିଛନ୍ତି।

ସେପଟେ ଆଜି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଦିବ୍ୟଶଙ୍କର ରହିବାକୁ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ତୀବ୍ର ଭର୍ତ୍ସନା କରିଛନ୍ତି। ସରକାରଙ୍କ ଔଦ୍ଧତ୍ୟ ବଢ଼ି ଯାଇଥିବା ସେ କହିଛନ୍ତି। ତେବେ ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ଏନେଇ ବିଜେଡିର ପ୍ରତିକ୍ରିୟା ମିଳି ପାରିନାହିଁ।

ସାରା ରାଜ୍ୟରେ ଏବେ ମମିତା ନିଆଁ ଜଳୁଥିବା ବେଳେ ଗତ ୬ ତାରିଖରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ରାଜ୍ୟକୁ ବଦନାମ କରିବା ବନ୍ଦ ହେଉ। ପୀଡ଼ିତାଙ୍କୁ କିଭଳି ନ୍ୟାୟ ମିଳିବ ତାହା ବିଜେପିର ଚିନ୍ତା ନୁହେଁ କେବଳ ରାଜନୀତି ଚିନ୍ତା ବୋଲି ସସ୍ମିତ କହିଛନ୍ତି । ନିର୍ବାଚନ ଆସିଲେ ବିଜେପିର ନାରୀ ସୁରକ୍ଷା କଥା ମନେପଡ଼େ । ଆଉ ନିର୍ବାଚନ ସରିଲେ ସେ ସବୁ ଭୁଲିଯାଏ ।