• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଗଡ଼: ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କଲେ । ଏମିତିକି ଜିଲ୍ଲାବାସୀଙ୍କୁ ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି ଦେଲେ । ଏହି ଅବସରରେ ରୂପାନ୍ତରିତ ହୋଇଥିବା ୭୧ଟି ହାଇସ୍କୁଲକୁ ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବରଗଡ଼ ମାଟିର ପୁଅ ଗଙ୍ଗାଧର ମେହେରଙ୍କୁ ସ୍ମରଣ କରି, ବରଗଡ଼ର ଚାଷୀ ଓ ବୁଣାକାର ଭାଇଙ୍କ ଦକ୍ଷତାକୁ ପ୍ରଣାମ ଜଣାଇଛନ୍ତି ନବୀନ । ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ନିଜର ବକ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି BSKY କାର୍ଡ  ଦ୍ୱାରା ୩ ଲକ୍ଷ ୬୪ ହଜାର ଲୋକ ସୁବିଧା ପାଇବେ । ଏଭଳି ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲ୍‌ଖୁଣ୍ଟ ବୋଲି କୁହଯାଇପାରେ । ଚିକିତ୍ସା ପାଇଁ ଗୋଟିଏ ପରିବାର ସବୁଠୁ ବଡ଼ ଚିନ୍ତା ହେଲା ଟଙ୍କା । ଏହି ଚିନ୍ତା ଦୂର କରିବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବୋଲି କହିଛନ୍ତି ନବୀନ ।

ସ୍ୱାସ୍ଥ୍ୟ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି, ଲୋକମାନେ ନିଜ ଅର୍ଥ ସଞ୍ଚୟ କରନ୍ତୁ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଟଙ୍କା ପାଇଁ କୌଣସି ବ୍ୟକ୍ତି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ । ଆଜି ମଞ୍ଚ ଉପରେ ଏଭଳି ଭାଷଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଆଜି କିନ୍ତୁ ଅନେକ ବିଜେଡି ନେତା ପ୍ରବଳ ହଟହଟା ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ବେଳକୁ ବିଜେଡି-ନେତା ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ର ଶିକାର ହେବାକୁ ପଡ଼ିଛି । ସ୍ନହାଙ୍ଗିନୀ ଛୁରିଆ, ଜଗନ୍ନାଥ ସାରକା ଆଦି ନେତାଙ୍କୁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି । ଖାଲି ସେତିକି ନୁହେଁ ବିରୋଧୀଙ୍କ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ବିରୋଧ କରାଯିବା ଚେତାବନୀ ଦିଆଯାଇଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପୋଲିସ ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରିନେଇଥିଲା । ଶତାଧିକ ବିଜେପି କର୍ମୀ ଏବେ ପୋଲିସ ହେଫାଜତରେ ରହିଛନ୍ତି । କିଛି ନେତା ଅଣ୍ଡା ମାଡ଼ ଭୟରେ ନିଜର ରୁଟ୍‌ ବଦଳାଇଥିବା ମଧ୍ୟ କୁହାଯାଉଛି ।