• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଗରତାଲା: ତ୍ରିପୁରା ପୌର ନିର୍ବାଚନରେ ବିଜେପିର ବାଜିମାତ୍ । ଅଗରତାଲା ମହାନଗର ନିଗମ ସମେତ ୧୪ଟି ପୌରାଞ୍ଚଳରେ ହୋଇଥିବା ଭୋଟ୍‌ରେ ଜନମତ ପୋଛିନେଲା ଭାରତୀୟ ଜନତା ପାର୍ଟି । ୩୩୪ଟି ଓ୍ୱାର୍ଡରୁ ବିଜେପି ଖାତାକୁ ୩୨୯ଟି ଓ୍ୱାର୍ଡ ଯିବା ପରେ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଅଗରତାଲାରେ ସମସ୍ତ ୫୧ଟି ଯାକ ସିଟ୍‌ରେ ପଦ୍ମ ଫୁଟିଛି । ୩୩୪ଟି ସିଟ୍‌କୁ ଗତ ୨୫ ତାରିଖରେ ୨୨୨ଟି ଭୋଟ୍ ଗ୍ରହଣ ହୋଇଥିଲା । ସେଥିରୁ ୨୧୭ଟି ସିଟ୍‌ରେ ବିଜେପି ଜିତିଥିବା ବେଳେ, ୧୧୨ଟିରେ ଦଳୀୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ସିପିଏମ୍ ୩ଟି ସିଟ୍‌ରେ, ଟିଏମ୍‌ସି ଗୋଟିଏରେ ଏବଂ ଅନ୍ୟ ଦଳରୁ ଜଣେ ନିର୍ବାଚିତ ହୋଇଛନ୍ତି । ତେବେ କଂଗ୍ରେସ ଏହି ନିର୍ବାଚନରେ ଖାତା ଖୋଲିପାରି ନାହିଁ ।

ସେପଟେ ବିଜେପିର ଏହି କ୍ଲିନ୍ ସୁଇପ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି ଯେ, ତ୍ରିପୁରାବାସୀ ସୁପ୍ରଶାସନ ଚାହାନ୍ତି ବୋଲି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଏଥିସହ ସେ ତ୍ରିପୁରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟ୍ କରି ଜଣାଇଛନ୍ତି ଯେ, ତ୍ରିପୁରା ପୌର ନିର୍ବାଚନରେ ବିଜେପିର ଏହି କ୍ଲିନ୍ ସୁଇପ୍ ସେଠାରେ ଓ ପୂରା ଉତ୍ତର ପୂର୍ବରେ ସରକାରଙ୍କ ବ୍ୟାପକ ବିକାଶମୂଳକ କାର୍ଯ୍ୟକୁ ପ୍ରମାଣିତ କରୁଛି ।ବିରୋଧୀମାନେ ମିଥ୍ୟା ପ୍ରଚାର କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏବେ ସେମାନେ ଫଳାଫଳ ଉପରେ ପ୍ରଶ୍ନ ଉଠାଇବେ । କିନ୍ତୁ ଦେଶକୁ କ୍ଷତି କରି କ୍ଷମତା ହାତେଇବା ଅପଚେଷ୍ଟା କେବେ କାମ ଦେବ ନାହିଁ ।