• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେପୁର: ଆଉ ଜଣେ ବିଜେଡି ନେତାଙ୍କୁ କଳାପତାକା ପ୍ରଦର୍ଶନ । ବିଜେଡି ନେତା ଆକାଶ ଦାସନାୟକଙ୍କୁ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଏହା ଆଉ କୌଣସି ନୂଆ କଥା ହୋଇ ନାହିଁ । କାରଣ ବିଜେଡି ନେତା ଯୁଆଡ଼େ ଯାଉଛନ୍ତି ସିଆଡ଼େ ବିରୋଧୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେଉଁଠି କଳାପତାକା ଦେଖାଇ ତାଙ୍କୁ ପ୍ରତିବାଦ କରାଯାଉଛି ତ, ଆଉ କେଉଁଠି ଅଣ୍ଡାମାଡ଼ କରି ପ୍ରତିବାଦ କରାଯାଉଛି । ସାରା ରାଜ୍ୟରେ ଏବେ ମମିତା ନିଆଁ । ତେଜିବାରେ ଲାଗିଛି ବିକ୍ଷୋଭ । ବିଜୁ ସ୍ମାର୍ଟକାର୍ଡ ବାଣ୍ଟି ଫେରିବା ବେଳେ ବିଜେଡି ନେତା ଆକାଶ ଦାସନାୟକଙ୍କୁ ବିଜେପି ପକ୍ଷରୁ ଦେପୁର ନିକଟରେ କଳା ପତାକା ପ୍ରଦର୍ଶନ କରାଯାଇଛି । ରାସ୍ତାରେ କଳା ପତାକା ପ୍ରଦର୍ଶନ କରି ଆନ୍ଦୋଳନ କରୁଥିବା ବିଜେପି ନେତା ଓ କର୍ମୀଙ୍କୁ ସଦର ଥାନା ପୋଲିସ ଅଟକ ରଖିଛି ।

ଆଜି ପୁଣି ଥରେ ଆଉ ଜଣେ ମନ୍ତ୍ରୀଙ୍କୁ ଅଣ୍ଡାଂ ମାରି ବିରୋଧ କରିଛି କଂଗ୍ରେସ । ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛି କଂଗ୍ରେସ । କଳାହାଣ୍ଡି ଥୁଆମୂଳ ରାମପୁରରେ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଛନ୍ତି କଂଗ୍ରେସ କର୍ମୀ । ମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଛି ।

ଗତକାଲି ନୂଆପଡା ଜିଲ୍ଲାରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ବିଜେପି କର୍ମୀମାନେ ଅଣ୍ଡାମାଡ କରିଥିଲେ । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଅଣ୍ଡାମାଡରେ ବିରୋଧ କରାଯାଇଥିଲା । ସେହିଭଳି ଗତ ୭ ତାରିଖରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲେଜ ଛକ ନିକଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ଦାସ ସେହି ଗାଡିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଯାଉଥିଲେ । ଜୁନାଗଡ଼ ପଡ଼ିଆରେ ହେବାକୁ ଥିବା ମିଶ୍ରଣ ପର୍ବରେ ଦିବ୍ୟଶଙ୍କର ମିଶ୍ର ଓ ପ୍ରଣବ ପ୍ରକାଶ ଦାସ ଯୋଗ ଦେବାକୁ ଯାଉଥିଲେ।

ଭବାନୀପାଟଣାର ନର୍ଲାରେ ଗତ 8 ତାରିଖରେ ବିରୋଧୀଙ୍କଠାରୁ ଆଣ୍ଡା ମାଡ଼ ଖାଇଥିଲେ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଯୋଗୁଁ ପୁଣିଥର ତାଙ୍କୁ ହଟହଟା ହେବାକୁ ପଡ଼ିଥିଲା । ରାସ୍ତାରେ ଯାଉଥିବା ବେଳେ ବିରୋଧୀ ତାଙ୍କ ଗାଡ଼ିକୁ ଅଟକାଇ କଳାପତାକା ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କରିଥିଲେ । ଭବାନୀପାଟଣାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବାବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ କରିଥିଲେ ବିରୋଧୀ ।