• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ ।

    ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ ।

    ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ।

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ଆଜିଠାରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ବ୍ଲକ ଆଗରେ ଦଳ ବିକ୍ଷୋଭ କରିବ । ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । କେନ୍ଦ୍ରୀୟ ତଦନ୍ତକାରୀ ଟିମ୍, ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା କୁହାଯାଇଛି । କେଉଁ ଅଯୋଗ୍ୟ ହିତାଧିକାରୀଙ୍କ ବାପାଙ୍କ ନାଁରେ ଘର ଦିଆଯାଇଛି ତ ଗୁହାଳ ପାଇଁ କାହାକୁ ମିଳିଛି ଅର୍ଥ । ଆବଣ୍ଟିତ ଘରେ ବିଜୁ ପକ୍କାଘର ବୋଲି ବଡ଼ ବଡ଼ ଫଳକ ଲଗାଯାଇଥିବା ମଧ୍ୟ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଥିଲେ ।

୯୮ ହଜାର  ୫୬୨ ହିତାଧିକାରୀଙ୍କୁ ମାନୁଆଲି ପାଣ୍ଠି ହସ୍ତାନ୍ତର କରାଯାଇଥିବା ବେଳେ ଘର ପିଛା ୧ ଲକ୍ଷ ୨୦ ହଜାର ହିସାବରେ ପ୍ରାୟ ହଜାରେ କୋଟି ଦୁର୍ନୀତି ହୋଇଥିବା ସମୀର ମହାନ୍ତି ଅଭିଯୋଗ କରିଥିଲେ । ତା’ସହିତ ଅଧିକାଂଶ ଘର ନିର୍ମାଣ ନିମ୍ନ ମାନର, ଝରକା ନାହିଁ କି ଶୌଚାଳୟ ଆଦି ନାହିଁ । ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନି, ଝାରସୁଗୁଡ଼ାକୁ ମାତ୍ର ୪ଟି ଘର । ଏସବୁ ଅନିୟମିତତା ପ୍ରତିବାଦରେ ବିଜେପି ୩ ଦିନିଆ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ।

ସେପଟେ ଆବାସଠୁ ଆରମ୍ଭ କରି ସବୁ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଲିପ୍ତ ଥିବା ଅଭିଯୋଗ ଆଣି ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି ଆବାସ କେଳେଙ୍କାରୀର ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ।

ଏବେ ରାଜ୍ୟକୁ ମିଳିଥିବା ୮ଲକ୍ଷ ୧୭ ହଜାର ଆବାସ କେବଳ ୨୧ଟି ଜିଲ୍ଲାରେ ଆବଣ୍ଟିତ କରି ବାକି ୯ଟି ଜିଲ୍ଲାକୁ ଗୋଟିଏ ବି ଦେଇନାହାନ୍ତି । ତେଣୁ ଏଭଳି ପାତର ଅନ୍ତର ନୀତି କାହିଁକି ବୋଲି ପ୍ରଶ୍ନ କରିଛି ବିଜେପି ।