• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୟୁପି ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ବ଼ଡ଼ ଦାୟିତ୍ୱ

  • ଅନ୍ୟ ୪ ରାଜ୍ୟ ପାଇଁ ମଧ୍ୟ ବିଜେପି ନୂଆ ପ୍ରଭାରୀ ନିଯୁକ୍ତ କଲା

  • ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ପଂଜାବ ଦାୟିତ୍ୱ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି । ପୁଣି ଥରେ ଉତ୍ତରପ୍ରଦେଶକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ​​ ଚକ୍ରବ୍ୟୁହ ରଚନା କରୁଛି ବିଜେପି । ଏଥିପାଇଁ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ବୁଧବାର ଦିନ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ, ସହ-ପ୍ରଭାରୀ ଓ ଏବଂ ସଂଗଠନ ପ୍ରଭାରୀ ନିଯୁକ୍ତ କରାଯାଇଛି । ୟୁପି ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ତାଙ୍କ ବ୍ୟତୀତ ସାତ ଜଣ ସହ-ପ୍ରଭାରୀ ଓ ଛଅ ଜଣ ସଂଗଠନ ପ୍ରଭାରୀ ନିଯୁକ୍ତ କରାଯାଇଛି ।

ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟ ବିଜେପିକୁ ଦିଗଦର୍ଶନ ଦେବେ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟ ୪ଟି ରାଜ୍ୟ ପାଇଁ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଭାରୀ ନିଯୁକ୍ତ କରିଛନ୍ତି । ପଞ୍ଜାବ ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି । ସେହିପରି ଉତ୍ତରାଖଣ୍ଡ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଗୋଆ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ମଣିପୁର ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଛି ବିଜେପି ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ସଂସଦୀୟ ବ୍ୟାପାର ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ, ରାଜ୍ୟସଭା ସଦସ୍ୟ ସରୋଜ ପାଣ୍ଡେୟ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶୋଭା କରନ୍ଦଲାଜେ, ହରିୟାଣା ସରକାରର ପୂର୍ବତନ କ୍ୟାପଟେନ ଅଭିମନ୍ୟୁ, କେନ୍ଦ୍ର ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ରାଜ୍ୟସଭା ସଦସ୍ୟ ବିବେକ ଠାକୁରଙ୍କୁ ଉତ୍ତରପ୍ରଦେଶର ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।

ଆସନ୍ତା ବର୍ଷ ଏହି ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଜେପି କ୍ଷମତାରେ ଥିବା ବେଳେ ପଞ୍ଜାବରେ ଅଛି କଂଗ୍ରେସ ସରକାର ।