• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • SHG ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ କଡ଼ା ତାଗିଦ୍ ।

  • କାମ ଯୋଗାଇବାରେ ପଛରେ ପଡ଼ିଥିବା ବିଭାଗଗୁଡ଼ିକ ଉପରେ ସରକାର ଅସନ୍ତୋଷ । 

ଭୁବନେଶ୍ୱର: SHG ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାକୁ କଡ଼ା ତାଗିଦ୍ । କାମ ଯୋଗାଇବାରେ ପଛରେ ପଡ଼ିଥିବା ବିଭାଗଗୁଡ଼ିକ ଉପରେ ଅସନ୍ତୋଷ ଝା଼ଡିଲେ ସରକାର । ଏପରିକି ପ୍ରଶାସନର ଶୀର୍ଷସ୍ତରରେ ସମୀକ୍ଷା କରାଯାଇ ଏନେଇ ପଦକ୍ଷେପ ନେବାକୁ ୧୯ଟି ବିଭାଗକୁ ଦିଆଯାଇଛି ଟାସ୍କ । ବିଭିନ୍ନ ନିର୍ବାଚନରେ ମହିଳା ଭୋଟ୍ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଥିବାରୁ କୌଣସି ମତେ ମହିଳା ଭୋଟ୍‌ବ୍ୟାଙ୍କ ଏପଟ ସେପଟ ହେଉ ବୋଲି ଚାହୁଁନାହିଁ ବିଜେଡି ।

ଗରିବଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ, ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଯୁବବର୍ଗଙ୍କୁ ଫୋକସ୍ । ଆଉ ଏବେ ମହିଳାଙ୍କ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ପ୍ରଶାସନର ଶୀର୍ଷସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ରୋଜଗାର ସୁଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ତାସହିତ ଯେଉଁ ସବୁ ବିଭାଗ ଏ କ୍ଷେତ୍ରରେ ପଛରେ ପଡିଛନ୍ତି ସେମାନଙ୍କୁ କରାଯାଇଛି ତାଗିଦ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର କଡ଼ା ମନିଟରିଂ ହେଉଥିବା ଏକ ଚିଠାରୁ ଜଣାପଡ଼ିଛି ।

ସମୀକ୍ଷା ପରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ହସ୍ତତନ୍ତ ଓ ବୟନଶିଳ୍ପ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସରକାର । ପଞ୍ଚାୟତିରାଜ ବିଭାଗକୁ ବି ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ କରାଯାଇଛି ତାଗିଦ । SHG ସଦସ୍ୟାମାନଙ୍କୁ ଅଧିକରୁ ଅଧିକ କାମ ଦେବା ପାଇଁ ମୋଟ୍ ୧୯ଟି ବିଭାଗକୁ ଦିଆଯାଇଛି ଟାସ୍କ । ଯେମିତିକି ଏବେ ୧୧ଟି ଜିଲ୍ଲାରେ SHG ଗ୍ରୁପ୍ ଧାନ ସଂଗ୍ରହ କରୁଥିବା ବେଳେ ସବୁ ଜିଲ୍ଲାରେ ସେମାନଙ୍କୁ ଏଥିରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଠିକ୍ ସେଭଳି ପିଡିଏସ୍ ସାମଗ୍ରୀ ବଣ୍ଟନ, ମାଛ ଚାଷ, ପରିବା ଚାଷ, ଛତୁ ଚାଷ, ସ୍କୁଲ୍‌ଗୁଡ଼ିକୁ ଯୁନିଫର୍ମ ଯୋଗାଣ, ଇଲେକ୍‌ଟ୍ରି ମିଟର ରିଡିଂ ଓ ବିଲ୍ କଲେକ୍ସନ, ଆହାର ଯୋଜନା ଓ ବୃକ୍ଷ ରୋପଣ ଆଦି କାମ ଦେବାକୁ କୁହଯାଇଛି । ମିଶନ୍ ଶକ୍ତିକୁ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦିଆଯିବା ପରେ ଏସବୁ ଉପରେ ଫୋକସ୍ କରାଯାଉଛି । ଆସନ୍ତା ଆର୍ଥିକ ବର୍ଷରୁ ଏହି ବିଭାଗ ପାଇଁ ବଜେଟ୍‌ର ମଧ୍ୟ ବ୍ୟବସ୍ଥା ରହିବ ।

ରାଜ୍ୟରେ ଏବେ ୬ ଲକ୍ଷ ସ୍ୱୟଂ ସହାୟକ ଗ୍ରୁପ୍ ଥିବା ବେଳେ ସେଥିରେ ପ୍ରାୟ ୭୦ ଲକ୍ଷ ସଦସ୍ୟ ଅଛନ୍ତି । ତେଣୁ ବିଭିନ୍ନ ଯୋଜନା କରି ସେମାନଙ୍କ ମନ ଜିଣିବାକୁ ତିଆରି ହୋଇଛି ବଡ଼ ଷ୍ଟ୍ରାଟେଜି । ବିଭିନ୍ନ ନିର୍ବାଚନରେ ସରକାରୀ ବିରୋଧୀ ହାଓ୍ୱା ଥିବା ସତ୍ତ୍ୱେ ମହିଳାମାନଙ୍କ ଭୋଟ୍ ବିଜେଡି ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ତେଣୁ ମହିଳା ଭୋଟ୍‌ବ୍ୟାଙ୍କରେ ଯେପରି ବିରୋଧୀ ଭାଗ ନବସାନ୍ତି ଓ ନିଜ ଭୋଟ୍ ବ୍ୟାଙ୍କ ଅକ୍ଷୁର୍ଣ୍ଣ ରଖିବାକୁ ବିଜେଡି SHG କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । ତେବେ ବିରୋଧୀ କହିଛନ୍ତି ମହିଳା ସଶକ୍ତୀକରଣ ନାଁରେ ଏସ୍ଏଚ୍‌ଜିଙ୍କୁ ବ୍ୟବହାର କରି ପଂଚାୟତ ଓ ପୌର ନିର୍ବାଚନ ପାର ହେବାକୁ ବିଜେଡିର ଏସବୁ ଯୋଜନା ।