• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା ।

  • ପୂର୍ବରୁ ଦେବାଶିଷ ସାମନ୍ତରାୟ କରିଥିଲେ ସମାଲୋଚନା ।

କଟକ: କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା ବେଳେ ଏବେ ସୁବାସ ସିଂହ ମଧ୍ୟ ବିରୋଧ କରିଛନ୍ତି । ସୁବାସ ସିଂହ କହିଛନ୍ତି ଯେ, ଭର୍ତ୍ତୃହରିଙ୍କ ମନ୍ତବ୍ୟ, ପରିସ୍ଥିତିକୁ ଜଟିଳ କରିଛି । ପୂଜା ସମୟରେ ଏପରି ମନ୍ତବ୍ୟ ଦେବା ଉଚିତ୍ ନଥିଲା । ସରକାର କୋଭିଡ ସମୟରେ ଲୋକଙ୍କ ଜୀବନରକ୍ଷା ପାଇଁ କଟକଣା ଜାରି କରିଛନ୍ତି । ଏହାକୁ ନେଇ ରାଜନୀତିକରଣ ଓ ମତ ପାର୍ଥକ୍ୟ କରିବା ଉଚିତ ନଥିଲା ବୋଲି କହିଛନ୍ତି ସୁବାସ । ଏହାସହ ହାଇକୋର୍ଟଙ୍କ ରାୟକୁ ସେ ସ୍ୱାଗତ କରିଛନ୍ତି। ଜୀବନଜୀବିକାକୁ ଆଧାର କରି ରାଜ୍ୟ ସରକାର ପାର୍ବଣକୁ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଆମେ ସମସ୍ତେ ମିଳିମିଶି କରୋନାର ମୁକାବିଲା କରୁଛୁ ବୋଲି ଶ୍ରୀ ସିଂହ କହିଛନ୍ତି ।

କିଛି ଦିନ ତଳେ କଟକ ଶାନ୍ତି କମିଟି ବୈଠକରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ମୂର୍ତ୍ତିକୁ ୪ ଫୁଟରେ ସୀମିତ ରଖିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ । ମୂର୍ତ୍ତି ଆଉ ଦୁଇ ଫୁଟ ଅଢ଼େଇ ଫୁଟ ବଢିଲେ କଣ କରୋନା ଡରି ପଳାଉଛି ବୋଲି ତାତ୍ସଲ୍ୟ କରିଥିଲେ ଭର୍ତ୍ତୃହରି ।ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ଏସଓପି ଜାରି କରିବା ପରେ, ଏନେଇ ବିବାଦ ତେଜିବାରେ ଲାଗିଛି । ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ବଢିଲେ କେମିତି କରୋନା ବଢ଼ିବ ? ତାକୁ ନେଇ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ ।

ଅନ୍ୟପଟେ ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଅ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ । ଡିସିପିଙ୍କୁ ଜଣାଇବା ପରେ ପୋଲିସ ପୂଜା ମଣ୍ଡପ ବୁଲି ଦେଖିବେ ବୋଲି କହିଛନ୍ତି ହାଇକୋର୍ଟ । କମିଟିର ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ । ୪ ଫୁଟ୍‌ ଉଚ୍ଚର ମୂର୍ତ୍ତି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ କମିଟି ।