• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ କଣ୍ଟ ଦେଲା ବିଜେଡି। ୩୦ ତାରିଖ ମଧ୍ୟରେ ଗ୍ୟାସ୍ ଦର ହ୍ରାସ ନକଲେ ଆନ୍ଦୋଳନ ଜୋରଦାର ହେବ। ଏନେଇ ପ୍ରେସମିଟରେ ବିଧାୟକ ବ୍ୟୋମକେଶ ରାୟ, ଦେବୀରଂଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା। ଏହା ସତ୍ତ୍ୱେ ଦର କମିଲାନି, ୩୦ ଭିତରେ ନକମିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ବିଜେଡି କହିଛି।

ବିଶେଷକରି ରନ୍ଧନ ଗ୍ୟାସର ଦର ବୃଦ୍ଧି ବିଶ୍ୱର କୌଣସି ଏତେ ଦ୍ରୁତ ବେଗରେ ବଢିନାହିଁ।  ୨୦୧୪ରେ ଯେତେବେଳେ ବିଜେପି କ୍ଷମତାକୁ ଆସିଥିଲେ ଗ୍ୟାସ ସିଲିଣ୍ଡର ଦର ୪୧୪ ଟଙ୍କା ଥିଲା। ଗତ ୭ ବର୍ଷ ମଧ୍ୟରେ ୨ଗୁଣରୁ ଅଧିକା ହୋଇ ଆସି ୯୩୦ ଟଙ୍କାକୁ ଛୁଇଁଲାଣି। ଏପରିକି କରୋନା କାଳରେ ପର୍ଯ୍ୟାୟ କ୍ରମେ ବଢାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଇଛି।

ରନ୍ଧନ ଗ୍ୟାସ୍‌ର ମୂଲ୍ୟକୁ ଅହେତୁକ ଦର ବୃଦ୍ଧି କରାଯାଇ କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିସାରିଲେଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି।  ଏହାର ପ୍ରତିବାଦରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି।  ୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା। ତଥାପି କେନ୍ଦ୍ରର ନିଦ ଭାଙ୍ଗୁନାହିଁ  ବୋଲି ବିଜେଡି ଅଭିଯୋଗ କରିଛି।  

ଆଗରୁ ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀ କହିଥିଲେ ଯେ, ଦେଶର ସାଢେ ୭ କୋଟି ଲୋକଙ୍କୁ ଉଜ୍ଜଳା ଯୋଜନା ଜରିଆରେ ଗ୍ୟାସ ଯୋଗାଇ ଦିଆଯାଉଛି। ଯେତେବେଳେ ଗ୍ୟାସ ଦର ଘୋଷଣା କରାଗଲା ସେତେବେଳେ କୋଭିଡ୍ ନଥିଲା। କୋଭିଡ୍‌ ଯୋଗୁଁ ପ୍ରଥମେ ୫୦ ହଜାର କୋଟି ଟଙ୍କା ଓ ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଟଙ୍କା ଆସିବ କେଉଁଠୁ? କେନ୍ଦ୍ର ସରକାର କରୋନା ଦୁଇଟି ଯାକ ଡୋଜ୍‌କୁ ସମ୍ପୂର୍ଣ୍ଣ ମାଗଣା କରିଛନ୍ତି। ପ୍ରତିଟି ଜୀବନ ରକ୍ଷା ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ବୋଲି ସେ କହିଥିଲେ।