• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆସିଲା ଅନେକ ଉପନିର୍ବାଚନର ଫଳ

  • ଆସାମରେ ବିଜେପିର ଦମଦାର୍ ପ୍ରଦର୍ଶନ

ଆସାମ: ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀ UPPLର ଜୀରନ, ଗୋସାଇଗା ଆସନରୁ ବିଜୟୀ ହୋଇଛନ୍ତି । ସେହିପରି ତାମୁଲପୁର ଆସନରୁ ଜୋଲେନ ଦାଇମାରୀ , ଭବାନୀପୁରରୁ ବିଜେପିର ଫଣିଧର ତାଲୁକଦାର ଏବଂ ମାରିଆନୀରୁ ବିଜେପିର ରୂପଜ୍ୟୋତି କୁର୍ମୀ ବିଜୟୀ ହୋଇଛନ୍ତି ।.

ସେପଟେ ହିମାଚଳପ୍ରଦେଶ ଉପନିର୍ବାଚନରେ ବିଜେପିକୁ ଲାଗିଛି ଝଟକା । ସମସ୍ତ ୩ ବିଧାନସଭା ଆସନରେ ପରାସ୍ତ ହୋଇଛନ୍ତି ବିଜେପି ପ୍ରାର୍ଥୀ । ତିନିଟିଯାକ ଆସନକୁ ନିଜ ଦଖଲକୁ ନେଇଛି କଂଗ୍ରେସ । ଫତେପୁରରେ ଭବାନୀ ସିଂ ପଠାନିଆ, ଆର୍କିରେ ସଂଜୟ ଏବଂ ଜୁବାଲ-କୋଟଖାଇ ଆସନରୁ ବିଜୟୀ ହୋଇଛନ୍ତି ରୋହିଥ ଠାକୁର । ସେପଟେ ପଶ୍ଚିମବଂଗ ଉପନିର୍ବାଚନରେ ବାଜିମାତ୍ କରିଛି ଟିଏମ୍ସି । ଦିନହାଟା, ଖରଦାହା, ଗୋସାବା ଏବଂ ଶାନ୍ତିପୁର ଉପନିର୍ବାଚନରେ ଟିଏମ୍ସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଏହି ସବୁ ଆସନରେ ବିଜେପି ସହ ଟିଏମ୍ସିର ସିଧାସଳଖ ଲଢେଇ ହୋଇଥିଲା। ଦିନହାଟା ଏବଂ ଶାନ୍ତିପୁର ଆସନ ପୂର୍ବରୁ ବିଜେପି ଜିତିଥିବାବେଳେ ଏବେ ଟିଏମ୍ସି ହାତକୁ ଯାଇଛି। ସେହିପରି ଗୋସାବା ଏବଂ ଖରଦାହାରେ ପ୍ରତିନିଧିଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ସେହିପରି ବିହାରର ଦୁଇଟି ଆସନରେ ଜିତିଛି ଜେଡିୟୁ । ମଧ୍ୟପ୍ରଦେଶରେ ଦୁଇଟି ବିଜେପି ଏବଂ ଗୋଟିଏ କଂଗ୍ରେସ ଦଖଲକୁ ଯାଇଛି । ରାଜସ୍ଥାନରେ ହୋଇଥିବା ଦୁଇଟି ଆସନର ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି ।