• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sponsored Article

ଭୁବନେଶ୍ୱର: ଓୟୁ ଇନଫ୍ରା ପ୍ରୋଜେକ୍ଟ ପକ୍ଷରୁ ‘ନୱା’ର ଶୁଭାରମ୍ଭ କରାଯାଇଛି । ରିୟଲ ଇଷ୍ଟେଟ କ୍ଷେତ୍ରରେ ଏହାର ନୂତନ ପରିଚୟ ଯାହାକି ଆଗାମୀ ଦିନରେ ଏହାର ଫ୍ଲାଗଶିପ ବ୍ରାଣ୍ଡ ହେବାକୁ ଯାଉଛି । ଭାରତୀୟ ଏବଂ ବିଶ୍ୱସ୍ତରୀୟ ଜୀବନଧାରଣ ମାନର ବ୍ୟବଧାନକୁ କମେଇବା ଏହାର ଉଦ୍ଦେଶ୍ୟ । ଏକ ନବୀକୃତ ଦୃଷ୍ଟିକୋଣ, ଉଚ୍ଚ ଆକଂକ୍ଷା ଏବଂ ବୃହତ୍ତର ଲକ୍ଷ୍ୟ ସହିତ ନୱା’ ଏକ ନୂତନ ପରିଚୟ ହେବ । ଓୟୁ ଇନଫ୍ରା ପ୍ରୋଜେକ୍ଟର ଗୌରବ ଏବଂ ସଂକଳ୍ପକୁ ଆଗକୁ ନେଇ ଏହା ଏକ ଲିଗାସୀ ତିଆରି କରିବା ସହ ଏହାକୁ ଆଗକୁ ବଢାଇବ ।

ଏହି ଶୁଭାରମ୍ଭର ଘୋଷଣା କରି ଶ୍ରୀ ସିଦ୍ଧାର୍ଥ ଶେଖର ମହାପାତ୍ର କହିଛନ୍ତି ଯେ, “ଓୟୁ ଇନଫ୍ରା ପ୍ରକଳ୍ପଠାରେ ନୱା ର ଉନ୍ମୋଚନ କରି ଆମେ ବେଶ ଗର୍ବିତ । ଏହା ଆମ ନିଜର ଏକ ଅନନ୍ୟ ପରିଚୟ ଯାହାକି ‘୯’ର ଭାବନାକୁ ଜୀବନ୍ତ ରଖିଛି ! ଯେତେବେଳେ ନୱା’ ର ଅର୍ଥ ୯, ଏହାର ଅର୍ଥ ମଧ୍ୟ ନୂଆ । ନାମଟି ନୂଆ କିନ୍ତୁ ଆତ୍ମା ସେଭଳି ସମାନ ରହିଛି । ଏହି କ୍ଷେତ୍ରକୁ ସତେଜତା, ଅଭିନବୀକରଣ ଏବଂ ସୃଜନଶୀଳତା ଆଣି ଓଡ଼ିଶାର ରିୟଲ ଇଷ୍ଟେଟ ଦୃଶ୍ୟପଟ୍ଟକୁ ମୂଳତଃ ରୂପାନ୍ତରିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ନୱା ଜନସାଧାରଣ ଏବଂ ସେମାନଙ୍କ ଜୀବନଶୈଳୀ ସ୍ୱପ୍ନ ମଧ୍ୟରେ ରହିଥିବା ବ୍ୟବଧାନ ଦୂର କରିବାକୁ ଲକ୍ଷ୍ୟ ରଖିଛି ।”

୯ ରୁ ନୱାକୁ ରୂପାନ୍ତରିତ ହେବାର କାରଣ ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, “ଆମର ସମସ୍ତ ପ୍ରକଳ୍ପରେ ଏପର୍ଯ୍ୟନ୍ତ ୯’ ସଂଖ୍ୟାଟି ରହିଛି ଏବଂ ନ୍ୟୁମେରୋଲୋଜି ଏବଂ ଏହାର ମହତ୍ତ୍ୱ ଅନୁଯାୟୀ ଏହା ଆମର ନାମକରଣ ନୀତିର ଆଧାର ଅଟେ । ତଥାପି ସଂଖ୍ୟା ୯’ର ବ୍ୟବହାର ହଠାତ ବୃଦ୍ଧି ପାଇବାରେ ଲାଗିଛି ଏବଂ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ ପର୍ଯ୍ୟନ୍ତ ବ୍ରାଣ୍ଡଗୁଡ଼ିକରେ ନଜରକୁ ଆସୁଛି । ଫଳସ୍ୱରୂପ ଏହାର ପ୍ରକୃତ ମହତ୍ତ୍ୱର ଅବକ୍ଷୟ ଏବଂ ବ୍ରାଣ୍ଡ ପରିଚୟର ହ୍ରାସ ଘଟୁଛି । ସଙ୍ଗଠନରେ ବହୁ ବିଚାର ବିମର୍ଷ ପରେ ୯’କୁ ନୱାରେ ନାମକରଣ କରାଯିବାର ନିଷ୍ପତ୍ତି ନିଆଯାଇଛି ।”

ନୱା’ର ଅର୍ଥ ହେଉଛି ୯ । କିନ୍ତୁ ଏହାର ଅର୍ଥ ନୂତନ’ ମଧ୍ୟ ଅଟେ । ଏହା ନ୍ୟୁମେରୋଲୋଜି ଏବଂ ବାସ୍ତୁଶାସ୍ତ୍ରର ସୀମାରେଖାରେ ରହିଥାଏ । ଏକ ସଂଖ୍ୟା ଭାବେ ଏହାର ହିନ୍ଦୁ ପୁରାଣରେ ଏକ ରହସ୍ୟମୟ ଉପସ୍ଥିତି ରହିଆସିଛି ଏବଂ ଏହିପରି ଶୁଭ ବୋଲି ବିବେଚନା ମଧ୍ୟ କରାଯାଏ । ଏକ ସଂଖ୍ୟା ଭାବେ ଏହା ଏକକ ସଂଖ୍ୟାର ଶେଷରେ ଦଣ୍ଡାୟମାନ ରହିଥାଏ ଏବଂ ଅଧିକ ସମ୍ଭାବନା ପାଇଁ ମାର୍ଗ ପ୍ରଦାନ କରେ । ଏହା ସବଚାଏ ଯେ, ପ୍ରତ୍ୟେକ ସମାପ୍ତି ଏକ ନୂତନ ଆରମ୍ଭ ଏବଂ ଆହୁରି ନୂଆ ତଥା ବୃହତ ଆଶା ଦିଗରେ ନେଇଯାଇଥାଏ ।”

ଓୟୁ ଇନଫ୍ରା ପ୍ରକଳ୍ପର ପ୍ରଥମ ଉଦ୍ୟମ, ୯ ଗ୍ରାଣ୍ଡ ଆଭେନ୍ୟୁ ଏକ ବିଳାସପୂର୍ଣ୍ଣ ଆବାସିକ ସମ୍ମିଳିତ (କଣ୍ଡୋମିନିଅମ୍) ୨୦୧୮ରେ ଶୁଭାରମ୍ଭ ହୋଇଥିଲା । ଏହାର ଅନନ୍ୟ ମୂଲ୍ୟ ପ୍ରସ୍ତାବ ପାଇଁ ତତକ୍ଷଣାତ୍ ସଫଳ ହୋଇଥିଲା । ଏହି କ୍ରମରେ ପରେ ରହିଥିଲା ୯ ଆର୍କାଡିଆ । ଅତି ସୁନ୍ଦର ସ୍ଥାପତ୍ୟ ଡିଜାଇନ ସହିତ ମିଳିତ ଏକ ସ୍ୱତନ୍ତ୍ର ଜୀବନଶୈଳୀ ଯାହାକି ଏକ ବିଳାସପୂର୍ଣ୍ଣ ଆବାସିକ ସମ୍ମିଳିତ (କଣ୍ଡୋମିନିୟମ) ସୃଷ୍ଟି କରିଥିଲା । ଏହି ପ୍ରକଳ୍ପ ମଧ୍ୟ ବେଶ ଭଲ ଭାବେ ଆଦୃତ ହୋଇଥିଲା ।

ବିସ୍ତୀର୍ଣ୍ଣ ଆପାର୍ଟମେଣ୍ଟ, ସ୍ୱତନ୍ତ୍ର ପେଣ୍ଟହାଉସ ଏବଂ ବ୍ରିଟିଶ କାଳର ସ୍ଥାପତ୍ୟ ଆକାରରେ ନୱା ବୌଲେବାରଦତ ରଘୁନାଥପୁରକୁ ୨୦୨୧ ବର୍ଷ ଆଣିଥିବାରୁ ସବୁବେଳେ ମନେରହିବ । ଏପରିକି ଏହି ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ କମ୍ପାନୀ ଏହାର ଦୃଢ ପଦକ୍ଷେପ ଏବଂ ଭୂପୃଷ୍ଠରେ ଚିହ୍ନିତ ହେବାର ବୈଶିଷ୍ଟପୂର୍ଣ୍ଣ ଚିନ୍ତାଧାରା ପାଇଁ ପ୍ରଶଂସା ଲାଭ କରିଛି ।