• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉଡ଼ାଣ ପରୀକ୍ଷଣ ବେଳେ ଅଘଟଣ, ମୁଣ୍ଡରେ ଗଭୀର ଆଘାତ ଲାଗି ଜୀବନ ଚାଲିଗଲା  

  • ନିଜେ ହେଲିକପ୍ଟର ନିର୍ମାଣ କରିଥିବା ଶେଖ ଇସମାଇଲଙ୍କ ମୃତ୍ୟୁ

ୟବତମାଲ : ଜୀବନ ନେଇଗଲା ନିଜେ ତିଆରି କରିଥିବା ହେଲିକପ୍ଟର । ଉଡାଣ ପରୀକ୍ଷଣ ସମୟରେ ବାଟ ଓଗାଳିଲା ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲରେ ରହୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ହେଲିକପ୍ଟର ତିଆରି କରିବାକୁ ଗତ ଦୁଇ ବର୍ଷ ଧରି ଲଗାତାର ଚେଷ୍ଟା କରୁଥିଲେ । କଠିନ ପରିଶ୍ରମ କରିବା ପରେ ଧୀରେ ଧୀରେ ସେ ସଫଳତା ଆଡକୁ ଗତି କରୁଥିଲେ । ପରିଶେଷରେ ସେ ହେଲିକପ୍ଟର ତିଆରି କରିଦେଲେ, ହେଲେ ବିମାନ ଉଡ଼ାଣ ପରୀକ୍ଷଣ ସମୟରେ 'ମୁନ୍ନା ହେଲିକପ୍ଟର' ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଗଲା ।

ୟବତମାଲ ଜିଲ୍ଲାର ଫୁଲସାଭାଙ୍ଗି ଗାଁର ବାସିନ୍ଦା ଥିଲେ ଶେଖ ଇସମାଇଲ ଓରଫ୍ ମୁନ୍ନା ଶେଖ । ବୃତ୍ତିରେ ସେ ଜଣେ ମେକାନିକ୍ । ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ଅଳ୍ପ ପାଠ ପଢ଼ିଥିଲେ, କିନ୍ତୁ ତାଙ୍କୁ ଲାଗିଥିଲା ହେଲିକପ୍ଟର ତିଆରି ନିଶା । ମେକାନିକ୍ ହୋଇଥିବାରୁ ମୁନ୍ନା ଶେଖ ବିଭିନ୍ନ ଯନ୍ତ୍ରାଂଶ ଯୋଡ଼ି ତାଙ୍କ ଗ୍ୟାରେଜରେ ଏକ ହେଲିକପ୍ଟର ତିଆରି କରିଥିଲେ। ଇସମାଇଲ ଏହି ହେଲିକପ୍ଟର ନାମ ରଖିଥିଲେ "ମୁନ୍ନା ହେଲିକପ୍ଟର" ।

ଶେଖ ଇସମାଇଲଙ୍କ ପରିବାର କହିଲେ ବାପା, ଭାଇ ଓ ଭଉଣୀ । ମା’ କେବେ ଠାରୁ ଆରପାରିକୁ ଚାଲି ଗଲେଣି । ବଡ ଭାଇ ମୁସଭେର ଜଣେ ଗ୍ୟାସ ୱେଲଡର ଏବଂ ପିତା ଘରେ ରୁହନ୍ତି । ଇସମାଇଲର ଘରର ଆର୍ଥିକ ଅବସ୍ଥା ବହୁତ ଭଲ ନଥିଲା । ସେ ଏକ ଛୋଟ ମେକାନିକ୍ ଭାବରେ କାମ କରୁଥିଲେ । କୁଲର୍, ୱାଶିଂ ମେସିନ୍ ଠିକ କରି ପିରବାର ଚଳାଉଥିଲେ ।

ହେଲେ ହେଲିକପ୍ଟର ତିଆରି କରିବାର ନିଶା ଆରମ୍ଭ ହେବା ପର ଠାରୁ କଠିନ ପରିଶ୍ରମ କରି ବିଭିନ୍ନ ଯନ୍ତ୍ରାଂଶ ଯୋଗାଡ଼ କରୁଥିଲେ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଇସମାଇଲ ଏକ ହେଲିକପ୍ଟର ତିଆରି କରିବାର ଏକ ଉପାୟ ବାହାର କଲେ ଏବଂ ଧୀରେ ଧୀରେ ଏହାର ଅଂଶ ତିଆରି କଲେ, ତାପରେ ସେଗୁଡ଼ିକୁ ୱେଲ୍ଡିଂ କରି ସମସ୍ତଙ୍କୁ ସଂଯୋଗ କରିଥିଲେ । ଦୁଇ ବର୍ଷର ପରିଶ୍ରମର ଫଳ ମିଳିଲା ଏବଂ ହେଲିକପ୍ଟର ପ୍ରସ୍ତୁତ ହୋଇଗଲା ।

ଅଗଷ୍ଟ ୧୫ ଦିନ ଇସମାଇଲ ଦ୍ୱାରା ନିର୍ମିତ ହେଲିକପ୍ଟର ଲଚିଂ ଥିଲା । ଏହାପୂର୍ବରୁ ସେ ପରୀକ୍ଷଣ କରିବାକୁ ଚେଷ୍ଟା କରୁଥିଲେ। ଇଞ୍ଜିନ୍ ଭୂମିରୁ ଆରମ୍ଭ ହୋଇ ୭୫୦ ଆମ୍ପିୟରରେ ଚାଲୁଥିଲା । ତାପରେ ହଠାତ୍ ହେଲିକପ୍ଟରର ପଛ ଫ୍ୟାନ୍ ଭାଙ୍ଗି ମୁଖ୍ୟ ଫ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହେଲା ଏବଂ ହେଲିକପ୍ଟରଟି କ୍ରାସ୍ ହୋଇଗଲା । ଫଳରେ ପାଇଲଟ୍ ସିଟରେ ବସିଥିଲା ଇସମାଇଲଙ୍କ ମୁଣ୍ଡକୁ ଆଘାତ ଲାଗିଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।