• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କିଡନୀ ବିକ୍ରି ପାଇଁ ରାସ୍ତାରେ ପୋଷ୍ଟର ଧରି ବୁଲୁଲେ ଯୁବକ

  • ପ୍ରଶାସନ ନିକଟରେ ଗୁହାରୀ କରି କରି ଥକି ଗଲେଣି

  • କାର୍ଯ୍ୟାନୁଷ୍ଠାନ ନନେଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଲେ ଯୁବକ

ପାଟନା: କିଡନୀ ନିଅ . . . କିଡନୀ ନିଅ । ରାସ୍ତାରେ ଜୋର ଜୋରରେ ଚିତ୍କାର କରୁଛନ୍ତି ଯୁବକ । ବିହାରର ରାଜଧାନୀ ପାଟନାରେ ପୋଷ୍ଟର ଲଗାଇ କିଡନୀ ବିକ୍ରି ପାଇଁ ଲୋକଙ୍କ ସାମ୍ନାରେ ନେହୁରା ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ କିଡନୀ ବିକ୍ରି କରିବା ପାଇଁ ହାତରେ ପୋଷ୍ଟର ଧରି ପାଟନା ରାସ୍ତାରେ ବୁଲୁଛନ୍ତି । କିଡନୀ ନିଅ କିଡନୀ ନିଅ ବୋଲି ଡାକ ଛାଡ଼ୁଛନ୍ତି । ତେବେ ତାଙ୍କର ଏ ଅବସ୍ଥା ପାଇଁ ଶଶୁର ଘରଲୋକଙ୍କୁ ଦାୟୀ କରିଛନ୍ତି ଯୁବକ ଜଣକ।

ପାଟନାର ସଞ୍ଜୀବ କୁମାରଙ୍କ ସ୍ତ୍ରୀ ଗତ ପାଞ୍ଚ ବର୍ଷ ଧରି ତାଙ୍କ ଶ୍ୱଶୁର ଘରେ ଅଛନ୍ତି, ଘରକୁ ଫେରୁନି । ସ୍ତ୍ରୀର ଫେରିବା ବାଟକୁ ଅପେକ୍ଷା କରି କରି ସ୍ୱାମୀ ଆଖିରୁ ପାଣି ମରିଗଲାଣି । ସେପଟେ ସ୍ତ୍ରୀକୁ ଭେଟିବାକୁ ମଧ୍ୟ ଦେନାହାଁନ୍ତି ଶ୍ୱଶୁର ଘରେ ଲୋକ । ଶେଷରେ କିଡନୀ ବିକ୍ରି କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । କିଡନୀ ବିକ୍ରି କଲା ପରେ ଯେଉଁ ଟଙ୍କା ପାଇବେ, ସେହି ଟଙ୍କା ଶ୍ୱଶୁର ଘର ଲୋକଙ୍କୁ ଦେଇ ସ୍ତ୍ରୀଙ୍କୁ ଫେରାଇ ଆଣିବେ ବୋଲି ମନସ୍ଥ କରିଛନ୍ତି । ତେବେ ଏହା ପରେ ବି ସମାଧାନ ନହେଲେ ଆତ୍ମହତ୍ୟା କରିଦେବେ ବୋଲି ଯୁବକ ଜଣକ ଚେତାବନୀ ଦେଇଛନ୍ତି ।

ସଞ୍ଜୀବଙ୍କ ହାତରେ ଅଛି ବଡ଼ ପୋଷ୍ଟର । ଆଉ ପୋଷ୍ଟରରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି, ସେ ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ କିଡନୀ ବିକ୍ରି କରିବାକୁ ଚାହୁଁଛନ୍ତି । ତେବେ ଏଥିପାଇଁ ଶାଶୁ, ପତ୍ନୀ ଏବଂ ଶଳାଙ୍କ ବ୍ଲାକମେଲିଂ କାରଣରୁ ସେ ଏପରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ।

ପୋଲିସ ଓ ପ୍ରଶାସନ ଶୁଣୁନଥିବା ଅଭିଯୋଗ

ସମସ୍ୟାର ସମାଧାନ ପାଇଁ ସଞ୍ଜୀବ ପୋଲିସ୍ ଓ ପ୍ରଶାସନ ପାଖରେ ଗୁହାରୀ କରୁଛନ୍ତି । ଶ୍ୱଶୁର ଘରଲୋକ ତାଙ୍କୁ ୫ ବର୍ଷ ହେଲାଣି ସ୍ତ୍ରୀ ସହିତ ଭେଟିବାକୁ ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଯେତେବେଳେ ସ୍ତ୍ରୀଙ୍କୁ ଭେଟିବାକୁ ଯାଆନ୍ତି, ଶଶୁର ଘର ଲୋକମାନେ ତାଙ୍କୁ ମାଡ଼ ମାରି ବିଦା କରିଦିଅନ୍ତି । ଏହାସହ ସବୁବେଳେ ଟଙ୍କା ମଧ୍ୟ ଦାବି କରନ୍ତି । ଏପରିକି ପ୍ରଶାସନ ମଧ୍ୟ ସଞ୍ଜୀବଙ୍କୁ ସାହାଯ୍ୟ କରୁନାହାଁନ୍ତି, ଯେଉଁଥିପାଇଁ ସେ ସଂପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି । ଏପରି ସ୍ଥିତିରେ ସେ ବୁଝିପାରୁନାହାଁନ୍ତି କି କଣ କରିବେ ବୋଲି କହିଛନ୍ତି ।