• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଆଫଗାନିସ୍ତାରେ ସ୍ଥିତି ଭୟଙ୍କର । ଚାରିଆଡ଼େ ହାହାକାର ପରିସ୍ଥିତି । ଖାଇବାକୁ ଖାଦ୍ୟ ନାହିଁ କି ଶୋଷ ମେଣ୍ଟାଇବାକୁ ପାଣି ନାହିଁ । ଭାତ ପ୍ଲେଟ୍‌ ୭ ହଜାର ଟଙ୍କା ହୋଇଥିବା ବେଳେ ପାଣି ଲିଟର ୩ ହଜାର ଟଙ୍କା । ଖାଲି ସେତିକି ନୁହେଁ ଯେଉଁ ଆଡ଼େ ଦେଖିବ ଖାଲି ମୃତ୍ୟୁର ଭୟ । ତେବେ ଆଫଗାନିସ୍ତାନର ଏଭଳି  ଦୟନୀୟ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ଯଶବନ୍ତ ସିହ୍ନା । ଏଭଳି ଭୟାନକ ପରିସ୍ଥିତି ଭାରତ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ଦେଖାଯାଏ ବୋଲି କହିଛନ୍ତି ଶ୍ରୀ ସିହ୍ନା।

ଆଫଗାନିସ୍ତାନକୁ ଦଖଲ କରିବା ଉପରେ ଏବେ ତାଲିବାନ ଉପରେ ସାରା ବିଶ୍ୱର ନଜର । ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଚେଷ୍ଟା କରୁଛି ତାଲିବାନ । ହେଲେ ଅଧିକାଂଶ ରାଷ୍ଟ୍ର ତାଲିବାନକୁ ଗ୍ରହଣ କରିପାରୁ ନାହାନ୍ତି । ଅନ୍ତର୍ଜାତୀୟ କ୍ଷେତ୍ରରେ ତାଲିବାନ ନିଜର ଭାବମୂର୍ତ୍ତିକୁ ସ୍ୱଚ୍ଛ କରିବାକୁ ଚେଷ୍ଟା କରୁଛି । ତଥାପି ଅତୀତର କ୍ରୁର ଚରିତ୍ର ତାଲିବାନର ପିଛା ଛାଡ଼ୁନାହିଁ । ବିଶ୍ୱବାସୀଙ୍କ ଆଖିଆଗରେ ତାଲିବନର କ୍ରୁରତା ଏବେ ନାଚି ଉଠୁଛି । ୨୦ବର୍ଷ ତଳର ତାଲିବାନ୍‌ ଶାସନକୁ ମନେ ପକେଇ ଲୋକେ ଦେଶ ଛାଡି ପଳାଉଛନ୍ତି । ଯେଉଁ ବିଦେଶୀ ନାଗରିକମାନେ ରହିଯାଇଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେହି ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । 

ତେବେ ଜସବନ୍ତ ସିହ୍ନା ଆହୁରି ପ୍ରଶ୍ନ କରିଛନ୍ତି ଯେ, ଆମେରିକାର ଏତେ ସୈନ୍ୟବାହିନୀ ଏବଂ ବିରାଟ ଟ୍ୟାଙ୍କ ଗୁଡିକ ଥିବା ସତ୍ତ୍ୱେ ତାଲିବାନର ଆକ୍ରମଣକୁ ଆମେରିକା ଜାଣିପାରିଲାନି କିପରି ? ତାଲିବାନ ଏତେ ଜଲଦି କାବୁଲ ଅକ୍ତିଆର କରିବା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି ବୋଲି ମଧ୍ୟ ମତ ଦେଇଛନ୍ତି ଶ୍ରୀ ସିହ୍ନା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଚୁକ୍ତି ମୁତାବକ ଆମେରିକା ତାର ସମ୍ପୂର୍ଣ୍ଣ ସେନାକୁ ଆଫ୍‌ଗାନିସ୍ତାନରୁ ପ୍ରତ୍ୟାହାର କରିନେବ ସେତେବେଳେ ଦେଶର ଅବସ୍ଥା କଣ ହେବ ? ଆଫଗାନବାସୀଙ୍କ ଅବସ୍ଥା କଣ ହେବ ? କଭଳି ପରିସ୍ଥିତିରେ ସେମାନେ ଜୀବନ ବଞ୍ଚିବେ ।

ଏହାସହ ସିହ୍ନାଙ୍କ କହିବା କଥା, ଏଭଳି କ୍ରୁର କାର୍ଯ୍ୟକଳାପ କେବଳ ଆଫଗାନିସ୍ତାନରେ ନୁହେଁ ଭାରତ ସମେତ ଅନେକ ଦେଶରେ ମଧ୍ୟ ଦେଖିବାକୁ ମିଳେ । କୋଲକାତାରେ ରାଜନୈତିକ ହିଂସାକୁ ନେଇ ପୂର୍ବରୁ ବିଶିଷ୍ଟ କବି ମୁନାୱର ରାଣା କହିଥିଲେ ଯେ ଆଫଗାନିସ୍ତାନ ଅପେକ୍ଷା ଭାରତରେ ଅଧିକ ନିଷ୍ଠୁରତା ରହିଛି ।